ଭସାଣି ହେଲା କାଳ, ଗଣେଶ ମୂର୍ତ୍ତି ତଳେ ଚାପି ହୋଇ ଚାଲିଗଲା ବିଟେକ୍‌ ଛାତ୍ରଙ୍କ ଜୀବନ

ବାରଙ୍ଗ,୧୧।୯(ଲିଙ୍ଗରାଜ ରାଉତ): ବାରଙ୍ଗ କଣ୍ଟାବାଡ ଗାଁ ନିକଟ ଏକ ଘରୋଇ କଲେଜର ଗଣେଶ ଭସାଣିବେଳେ ଏକ ଅଘଟଣ ଘଟିଛି। ଏଥିରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଆହତ ହୋଇ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ମୃତକ ହେଲେ ବିଟେକ୍‌ ଶେଷ ବର୍ଷର ଛାତ୍ର ରାକେଶ ମହାନ୍ତି (୨୧)। ପୋଲିସ ଏନେଇ ୩୦୫/୨୪ରେ ଏକ ମକଦ୍ଦମା ରୁଜୁ କରି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପ୍ରକାଶ ଯେ, ସୋମବାର ବିଳମ୍ବିତ […] The post ଭସାଣି ହେଲା କାଳ, ଗଣେଶ ମୂର୍ତ୍ତି ତଳେ ଚାପି ହୋଇ ଚାଲିଗଲା ବିଟେକ୍‌ ଛାତ୍ରଙ୍କ ଜୀବନ appeared first on Dharitri Odia News.

ଭସାଣି ହେଲା କାଳ, ଗଣେଶ ମୂର୍ତ୍ତି ତଳେ ଚାପି ହୋଇ ଚାଲିଗଲା ବିଟେକ୍‌ ଛାତ୍ରଙ୍କ ଜୀବନ

ବାରଙ୍ଗ,୧୧।୯(ଲିଙ୍ଗରାଜ ରାଉତ): ବାରଙ୍ଗ କଣ୍ଟାବାଡ ଗାଁ ନିକଟ ଏକ ଘରୋଇ କଲେଜର ଗଣେଶ ଭସାଣିବେଳେ ଏକ ଅଘଟଣ ଘଟିଛି। ଏଥିରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଆହତ ହୋଇ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ମୃତକ ହେଲେ ବିଟେକ୍‌ ଶେଷ ବର୍ଷର ଛାତ୍ର ରାକେଶ ମହାନ୍ତି (୨୧)। ପୋଲିସ ଏନେଇ ୩୦୫/୨୪ରେ ଏକ ମକଦ୍ଦମା ରୁଜୁ କରି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପ୍ରକାଶ ଯେ, ସୋମବାର ବିଳମ୍ବିତ ରାତିରେ ଏକ ଘରୋଇ କଲେଜର ଗଣେଶ ଭସାଣି ହୋଇଥିଲା। କଲେଜର ବିଟେକ ଛାତ୍ରମାନେ ଭସାଣି ଉତ୍ସବରେ ସାମିଲ ହୋଇ ମୂର୍ତ୍ତିକୁ ନେଇ ଏକ ପଥର ଖାଦାନ ପାଖକୁ ଯାଇଥିଲେ। ପାଣିରେ ମୂର୍ତ୍ତି ବିସର୍ଜନ କରିବାବେଳେ ମୂର୍ତ୍ତି ତଳେ ୨ ଜଣ ଛାତ୍ର ଚାପି ହୋଇ ରହିଯାଇଥିଲେ। ଅନ୍ୟମାନେ ଦୁହିଁଙ୍କୁ ଉଦ୍ଧାର କରି ଏକ ଘରୋଇ ଡାକ୍ତରଖାନାକୁ ଚିକିତ୍ସା ପାଇ ନେଇଥିଲେ। ସେଠାରେ ଛାତ୍ର ରାକେଶଙ୍କୁ ଡାକ୍ତର ମୃତ ଘୋଷଣା କରିଥିବାବେଳେ ଅନ୍ୟ ଜଣେ ଛାତ୍ରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଥାନା ଅଧିକାରୀ ପି.କେ. ଜେନା ସୂଚନା ଦେଇଛନ୍ତି।

The post ଭସାଣି ହେଲା କାଳ, ଗଣେଶ ମୂର୍ତ୍ତି ତଳେ ଚାପି ହୋଇ ଚାଲିଗଲା ବିଟେକ୍‌ ଛାତ୍ରଙ୍କ ଜୀବନ appeared first on Dharitri Odia News.