ଭାଇ ମୃତ୍ୟୁର ନ୍ୟାୟ ମାଗୁଛି: ନେହୁରା ହେଲେ ଫରେଷ୍ଟରଙ୍କ ଭାଇ

ଭବାନୀପାଟଣା,୨୦ା୯(ଉତ୍ତମ କୁମାର ଦାଶ): ଫରେଷ୍ଟର ଆତ୍ମହତ୍ୟା ମାମଲାକୁ ନେଇ ବିବାଦ ଥମିବାର ନାଁ ଧରୁନି। ମୃତ ଫରେଷ୍ଟର ସଞ୍ଜୟ ନାୟକଙ୍କ ଭାଇ ରବି ନାରାୟଣ ନାୟକ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ସେ ଏଥିରେ ଦର୍ଶାଇଛନ୍ତି, ଭାଇ ମୃତ୍ୟୁର କାରଣ ଆତ୍ମହତ୍ୟା ନୁହେଁ, ବରଂ ଏକ ଯୋଜନାବଦ୍ଧ ହତ୍ୟା। ରାୟଗଡା ଡିଏଫ୍‌ଓ ଦେବେନ୍ଦ୍ର କୁମାର ବେହେରା ତାଙ୍କୁ ନିର୍ଯାତନା ଦେଇଛନ୍ତି। ଗତ ୧୦ ମାସ ହେବ ଡିଏଫ୍‌ଓ ବେହେରା ନିର୍ଯାତନା ଦେଇଆସୁଥିବା ଭାଇ ପକେଟରୁ ମିଳିଥିବା […] The post ଭାଇ ମୃତ୍ୟୁର ନ୍ୟାୟ ମାଗୁଛି: ନେହୁରା ହେଲେ ଫରେଷ୍ଟରଙ୍କ ଭାଇ appeared first on Dharitri Odia News.

ଭାଇ ମୃତ୍ୟୁର ନ୍ୟାୟ ମାଗୁଛି: ନେହୁରା ହେଲେ ଫରେଷ୍ଟରଙ୍କ ଭାଇ

ଭବାନୀପାଟଣା,୨୦ା୯(ଉତ୍ତମ କୁମାର ଦାଶ): ଫରେଷ୍ଟର ଆତ୍ମହତ୍ୟା ମାମଲାକୁ ନେଇ ବିବାଦ ଥମିବାର ନାଁ ଧରୁନି। ମୃତ ଫରେଷ୍ଟର ସଞ୍ଜୟ ନାୟକଙ୍କ ଭାଇ ରବି ନାରାୟଣ ନାୟକ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ସେ ଏଥିରେ ଦର୍ଶାଇଛନ୍ତି, ଭାଇ ମୃତ୍ୟୁର କାରଣ ଆତ୍ମହତ୍ୟା ନୁହେଁ, ବରଂ ଏକ ଯୋଜନାବଦ୍ଧ ହତ୍ୟା। ରାୟଗଡା ଡିଏଫ୍‌ଓ ଦେବେନ୍ଦ୍ର କୁମାର ବେହେରା ତାଙ୍କୁ ନିର୍ଯାତନା ଦେଇଛନ୍ତି। ଗତ ୧୦ ମାସ ହେବ ଡିଏଫ୍‌ଓ ବେହେରା ନିର୍ଯାତନା ଦେଇଆସୁଥିବା ଭାଇ ପକେଟରୁ ମିଳିଥିବା ସୁଇସାଇଡ୍‌ ନୋଟରେ ଉଲ୍ଲେଖ ରହିଛି। ସମାଜରେ ତାଙ୍କର ନିର୍ମଳ ଭାବମୂର୍ତ୍ତି ହେତୁ ସେ ଏ କଥାକୁ କାହାସହ ବାଣ୍ଟି ନ ଥିଲେ। ଶେଷରେ ସେ ମୃତ୍ୟୁ ପଥ ବାଛିଥିଲେ। ତାଙ୍କ ମୃତ୍ୟୁର ନ୍ୟାୟ ମାଗୁଛି ବୋଲି ରବି ନାରାୟଣ ଭିଡିଓ ପୋଷ୍ଟ କରିଛନ୍ତି।

The post ଭାଇ ମୃତ୍ୟୁର ନ୍ୟାୟ ମାଗୁଛି: ନେହୁରା ହେଲେ ଫରେଷ୍ଟରଙ୍କ ଭାଇ appeared first on Dharitri Odia News.