ଭାଇଙ୍କ ସହ ମିଶି ଶାଶୁଙ୍କୁ ତଣ୍ଟିଚିପି ମାରିଲା ବୋହୂ
ରେଢ଼ାଖୋଲ,୩।୫: ସମ୍ବଲପୁର ଜିଲା ରେଢ଼ାଖୋଲ ଥାନା କୁଟାସିଙ୍ଗା ଗାଁରେ ଶନବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବୋହୂ ଭାଇଙ୍କ ସହ ମିଶି ଶାଶୁଙ୍କୁ ତଣ୍ଟିଚିପି ତଣ୍ଟିଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପାରିବାରିକ କଳହରୁ ବୋହୂ ଏଭଳି କାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଛି। ମିଳିଥିବା ସୂଚନା ମୁତାବକ, ମହିଳାଙ୍କ ଶ୍ବଶୁର ଓ ସ୍ବାମୀ ବାହାରେ ରୁହନ୍ତି। ଏହାର ସୁଯୋଗ ନେଇ ଶାଶୁ-ବୋହୂଙ୍କ ମଧ୍ୟରେ ପ୍ରଥମେ ଝଗଡ଼ା ହୋଇଥିଲା। ଏଥିରେ ବୋହୂ ରାଗିଯାଇ ଭାଇଙ୍କ ସହ ମିଶି […] The post ଭାଇଙ୍କ ସହ ମିଶି ଶାଶୁଙ୍କୁ ତଣ୍ଟିଚିପି ମାରିଲା ବୋହୂ appeared first on Dharitri Odia News.
ରେଢ଼ାଖୋଲ,୩।୫: ସମ୍ବଲପୁର ଜିଲା ରେଢ଼ାଖୋଲ ଥାନା କୁଟାସିଙ୍ଗା ଗାଁରେ ଶନବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବୋହୂ ଭାଇଙ୍କ ସହ ମିଶି ଶାଶୁଙ୍କୁ ତଣ୍ଟିଚିପି ତଣ୍ଟିଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପାରିବାରିକ କଳହରୁ ବୋହୂ ଏଭଳି କାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଛି।
ମିଳିଥିବା ସୂଚନା ମୁତାବକ, ମହିଳାଙ୍କ ଶ୍ବଶୁର ଓ ସ୍ବାମୀ ବାହାରେ ରୁହନ୍ତି। ଏହାର ସୁଯୋଗ ନେଇ ଶାଶୁ-ବୋହୂଙ୍କ ମଧ୍ୟରେ ପ୍ରଥମେ ଝଗଡ଼ା ହୋଇଥିଲା। ଏଥିରେ ବୋହୂ ରାଗିଯାଇ ଭାଇଙ୍କ ସହ ମିଶି ଶାଶୁଙ୍କ ତଣ୍ଡି ଚିପି ହତ୍ୟା କରିଥିବା ଜଣାପଡିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ଜିଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି
The post ଭାଇଙ୍କ ସହ ମିଶି ଶାଶୁଙ୍କୁ ତଣ୍ଟିଚିପି ମାରିଲା ବୋହୂ appeared first on Dharitri Odia News.