ରାଶିଫଳ: ରବିବାର, ମେ ୨୫ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ର ପ୍ରତ୍ୟେକ ପ୍ରତିବନ୍ଧକକୁ ପ୍ରତିହତ କରି କାର୍ଯ୍ୟ କରିବେ। ବନ୍ଧୁ ଗହଣରେ ସତ୍ୟଭାଷଣରୁ ପ୍ରତ୍ୟେକ ସ୍ତରରେ ସମସ୍ୟା ସୃଷ୍ଟି କରିପାରନ୍ତି। ସାମାଜିକ ସ୍ତରରେ ଆପଣଙ୍କ ଦକ୍ଷତାର ମୂଲ୍ୟାୟନ ହେବା ସାଙ୍ଗକୁ ପୁରସ୍କୃତ ମଧ୍ୟ ହେବେ। ପରିବାରରେ ସାମୟିକ ଭୁଲ୍‌ ବୁଝାମଣା ଯୋଗୁ ମାନସିକ ସ୍ଥିରତା ରହିନପାରେ। ବୃଷ ଆଜି କୃତ୍ତିକା ନକ୍ଷତ୍ର ଉଚ୍ଚ ସମ୍ମାନ, ସାମାଜିକ ପ୍ରତିଷ୍ଠା ସହ କର୍ମକ୍ଷେତ୍ର ଓ ରାଜନୈତିକ ସ୍ଥିତିକୁ ମଜଭୁତ କରିବେ। ବନ୍ଧୁଙ୍କ ଦ୍ୱାରା ପ୍ରତାରିତ ହୋଇପାରନ୍ତି। […] The post ରାଶିଫଳ: ରବିବାର, ମେ ୨୫ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ରବିବାର, ମେ ୨୫ ତାରିଖ – Daily Horoscope
ମେଷ
ଆଜି ଅଶ୍ୱିନୀ ନକ୍ଷତ୍ର ପ୍ରତ୍ୟେକ ପ୍ରତିବନ୍ଧକକୁ ପ୍ରତିହତ କରି କାର୍ଯ୍ୟ କରିବେ। ବନ୍ଧୁ ଗହଣରେ ସତ୍ୟଭାଷଣରୁ ପ୍ରତ୍ୟେକ ସ୍ତରରେ ସମସ୍ୟା ସୃଷ୍ଟି କରିପାରନ୍ତି। ସାମାଜିକ ସ୍ତରରେ ଆପଣଙ୍କ ଦକ୍ଷତାର ମୂଲ୍ୟାୟନ ହେବା ସାଙ୍ଗକୁ ପୁରସ୍କୃତ ମଧ୍ୟ ହେବେ। ପରିବାରରେ ସାମୟିକ ଭୁଲ୍‌ ବୁଝାମଣା ଯୋଗୁ ମାନସିକ ସ୍ଥିରତା ରହିନପାରେ।
ବୃଷ
ବୃଷ
ଆଜି କୃତ୍ତିକା ନକ୍ଷତ୍ର ଉଚ୍ଚ ସମ୍ମାନ, ସାମାଜିକ ପ୍ରତିଷ୍ଠା ସହ କର୍ମକ୍ଷେତ୍ର ଓ ରାଜନୈତିକ ସ୍ଥିତିକୁ ମଜଭୁତ କରିବେ। ବନ୍ଧୁଙ୍କ ଦ୍ୱାରା ପ୍ରତାରିତ ହୋଇପାରନ୍ତି। ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବା ସହ କାର୍ଯ୍ୟବ୍ୟସ୍ତ ଯୋଗୁ ଖାଦ୍ୟପେୟ ଠିକ୍‌ ରହିବ ନାହିଁ। ପ୍ରଶାସନ, ସାହିତ୍ୟ, ସାମ୍ବାଦିକତା ଓ ବାଣିଜ୍ୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ।
ମିଥୁନ
ମିଥୁନ
ପ୍ରତ୍ୟେକ କ୍ଷେତ୍ରରେ ସାହସିକତାର ପରିଚୟ ଦେଇ ନିଜର ପ୍ରାଧାନ୍ୟ ବୃଦ୍ଧି କରିପାରନ୍ତି। ପୁନର୍ବସୁ ନକ୍ଷତ୍ରର ଭ୍ରାତୃ ସମ୍ପର୍କରେ ତିକ୍ତତା ସମାଧାନରେ ପଡ଼ୋଶୀ ସାହାଯ୍ୟ କରିବେ। ଆମତ୍ୀୟମାନେ ନିଜ ଫାଇଦା ପାଇଁ ଫନ୍ଦିଫିକର କରିପାରନ୍ତି। କର୍ମକ୍ଷେତ୍ରରେ ନିଜକୁ ଅନ୍ୟମାନଙ୍କ ସହ ତୁଳନା କରି ମନ ଊଣା କରିପାରନ୍ତି।
କର୍କଟ
କର୍କଟ
ଅର୍ଥ ସମ୍ପର୍କୀୟ ସମସ୍ୟାକୁ ସୁଧାରି ନେବାରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ। ଆଜିର ଯାତ୍ରା ଓ ମାଙ୍ଗଳିକ କାମରୁ ଖୁସି ରହିପାରନ୍ତି। ଅଶ୍ଳେଷାର ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ଗଚ୍ଛିତ ଅର୍ଥ ଅନ୍ୟ ବାଟରେ ଖର୍ଚ୍ଚ ହୋଇଯାଇପାରେ। ପାରିବାରିକ କ୍ଷେତ୍ରରେ ବନ୍ଧୁସମ୍ପର୍କ ଏବଂ ଆଜିର ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଫଳପ୍ରଦ ହେବାର ସମ୍ଭାବନା ରହିଛି।
ସି˚ହ
ସି˚ହ
ପରିବାରରେ ଅର୍ଥସଙ୍କଟ ଲାଗି ରହିବାରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ଆଜିର କାମ ଯଥାରୀତି ସମ୍ପନ୍ନ କରିବାରେ ଅସୁବିଧା ହେବ ନାହିଁ। ନୂତନ ଯୋଜନା, ଜମିଜମା, ଯାନ୍ତ୍ରିକ କାରବାର, ଯାନବାହନ କ୍ରୟ ବିକ୍ରୟରେ ଅଗ୍ରଗତି ହେବ। ମଘା ନକ୍ଷତ୍ରର ପାରିବାରିକ କ୍ଷେତ୍ରରେ ଭୁଲ୍‌ ବୁଝାମଣାଜନିତ ମାନସିକ ଅବସାଦ ଲାଗି ରହିବ।
କନ୍ୟା
ବିଭିନ୍ନ ସମସ୍ୟାଜନିତ ପ୍ରତ୍ୟେକ କାମ ପ୍ରତିବନ୍ଧକ ମଧ୍ୟରେ ଅଟକି ରହିବ। ନିର୍ଦ୍ଦିଷ୍ଟ ଜାଗାରେ ଅପେକ୍ଷା କରିବାକୁ କହିଥିବା ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହେବେ। ଆନୁଷ୍ଠାନିକ କାମରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବା ସମ୍ଭାବନା ରହିଛି। ସାଧାରଣ ତର୍କବିତର୍କିତ କଥାରେ ପ୍ରିୟ ବ୍ୟକ୍ତିଟି ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିବେ।
ତୁଳା
ତୁଳା
ଆପଣଙ୍କ ପ୍ରତ୍ୟେକ ଉଦ୍ୟମ ବିଶୃଙ୍ଖଳିତ ରହିବ। ବନ୍ଧୁବର୍ଗଙ୍କ ସହାନୁଭୂତି ଯୋଗୁ କେତେକାଂଶରେ ସମସ୍ୟାର ସ୍ଥିତି ବଦଳି ଯାଇପାରେ। ମାନସିକ ଚାପ ବୃଦ୍ଧିଜନିତ ଘର କାମ ଛାଡ଼ି ବାହାର କାମରେ ବେଶି ସମୟ କଟାଇବାକୁ ପଡ଼ିବ। ଚିତ୍ରା ନକ୍ଷତ୍ରର ସହକର୍ମୀମାନେ ନିଜର ଫାଇଦା ହାସଲ କରିବା ଲାଗି ମନ ବଳାଇପାରନ୍ତି।
ବିଛା
ବିଛା
ଅନୁରାଧା ନକ୍ଷତ୍ରର ଆର୍ଥିକ ସ୍ଥିତିର ଦୁରବସ୍ଥା ଗୁରୁତ୍ୱପୂର୍ଣ୍ଣ କାମ ସମୂହକୁ ଅଟକାଇ ଦେବ। ବିଜାତୀୟ ବନ୍ଧୁଙ୍କ ସହ ମିତ୍ରତା, ନୂଆ ସ୍ଥାନ ଭ୍ରମଣର ସୁଯୋଗ ମିଳିବ। ପ୍ରତ୍ୟେକ କାର୍ଯ୍ୟ ମନ୍ଥର ହେବାରୁ ସାମୟିକ ଅନୁଚିନ୍ତା କରିପାରନ୍ତି। ପ୍ରିୟ ବ୍ୟକ୍ତିଟିର ଛଳନା ଓ ପ୍ରତାରଣା ପୂର୍ଣ୍ଣ କଥାରେ ମନରୁ ସରସତା ଉଭେଇ ଯାଇପାରେ।
ଧନୁ
ଧନୁ
ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣରେ ରହିବ। ପୂର୍ବାଷାଢ଼ା ନକ୍ଷତ୍ର ସକାଶେ ପାରିବାରିକ ସମସ୍ୟା ଅପରିବର୍ତ୍ତିତ ରହିଥିଲେ ମଧ୍ୟ କିଛିଟା ଲାଘବ ହେବାର ଅନୁଭବ କରିବେ। ନିରୁଦ୍ଦିଷ୍ଟ ବ୍ୟକ୍ତିଙ୍କ ଖବର, ଚୁକ୍ତିପତ୍ର ସ୍ବାକ୍ଷର, ନୂତନ ସ୍ଥାନକୁ ଯାତ୍ରା କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ଯୋଗାଣ କାରବାର ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ।
ମକର
ମକର
ପାରିବାରିକ ବୁଝାମଣା, ଆର୍ଥିକ ଉନ୍ନତି ଓ ବନ୍ଧୁଙ୍କ ସାହାଯ୍ୟଲାଭରୁ ଖୁସି ରହିବେ। ବ୍ୟବସାୟ ଦିଗଟି ମନ୍ଦ ହେବନି, କିନ୍ତୁ ପରିବହନରେ ଝଗଡ଼ାର ଆଶଙ୍କା ରହିଛି। ଅତି ନିକଟରେ ରହୁଥିବା ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବାର ସୂଚନା ପରିଲକ୍ଷିତ ହେବ। କଳା, ସାହିତ୍ୟ, ସଂସ୍କୃତି କ୍ଷେତ୍ରରେ ଆପଣଙ୍କ ଭୂମିକା ପ୍ରଶଂସନୀୟ ରହିବ।
କୁମ୍ଭ
କୁମ୍ଭ
ଦୈହିକ, ମାନସିକ ଓ କର୍ମକ୍ଷେତ୍ର ପାଇଁ ଦିନଟି ଅନୁକୂଳ। ଶତଭିଷା ନକ୍ଷତ୍ର ବନ୍ଧୁଙ୍କ ସହ ଆଲୋଚନା, ପିଲାଙ୍କ କୃତିତ୍ୱ, ସାହିତ୍ୟାଦିରୁ ସମ୍ମାନିତ ହେବେ। ପାରିବାରିକ ସ୍ତରରେ ପୁରୁଣା କଥାକୁ ବେଶି ଆଲୋଚନା କରିବା ଠିକ୍‌ ହେବନି। କର୍ମକ୍ଷେତ୍ରରେ ସନ୍ଦେହାଚ୍ଛନ୍ନ ହୋଇ ସହକର୍ମୀଙ୍କ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିପାରନ୍ତି।
ମୀନମୀନ

ବନ୍ଧୁ ଆର୍ଥିକ ମାନଦଣ୍ଡକୁ ମଜଭୁତ କରିବା ସହ ପାରିବାରିକ ଜୀବନକୁ ସୁଖ, ସନ୍ତୋଷର ମାର୍ଗଦର୍ଶକ ହୋଇପାରନ୍ତି। ଅଳଙ୍କାର, ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। ରେବତୀ ନକ୍ଷତ୍ର ସକାଶେ କ୍ରୀଡ଼ା, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିବ। ସନ୍ତାନଙ୍କ ବୈବାହିକ କାର୍ଯ୍ୟ ଦିଗରେ ମନୋନିବେଶ କରିପାରନ୍ତି।

The post ରାଶିଫଳ: ରବିବାର, ମେ ୨୫ ତାରିଖ – Daily Horoscope appeared first on Dharitri Odia News.