ଚାଇନାର ନୂଆ କାଉଣ୍ଟି ପ୍ରତିବାଦ ଜଣାଇଲା ଭାରତ

ନୂଆଦିଲ୍ଲୀ,୩।୧: ଚାଇନା ସୀମାନ୍ତ ଅଞ୍ଚଳରେ ୨ଟି କାଉଣ୍ଟି ସ୍ଥାପନ କରିଛି, ଯାହାର କେତେକ ଅଂଶ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଆସୁଛି। ଭାରତ ଏହାର ଦୃଢ଼ ବିରୋଧ କରିବା ସହ କୂଟନୈତିକ ଚ୍ୟାନେଲ ଜରିଆରେ ବେଜିଂ ନିକଟରେ ପ୍ରତିବାଦ ଜଣାଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର କୁହାଯାଇଛି। ଉତ୍ତରପଶ୍ଚିମ ଚାଇନାର ଜିନ୍‌ଜିଆଙ୍ଗ ଉଇଗୁର ସ୍ବୟଂଶାସିତ ଅଞ୍ଚଳ ସରକାର ଦୁଇଟି ନୂଆ ହେଆନ୍‌ କାଉଣ୍ଟି ଏବଂ ହେକାଙ୍ଗ କାଉଣ୍ଟି ନିର୍ମାଣ କରିଥିବା ଗତ ୨୭ ତାରିଖରେ ଘୋଷଣା କରିଥିଲେ। […] The post ଚାଇନାର ନୂଆ କାଉଣ୍ଟି ପ୍ରତିବାଦ ଜଣାଇଲା ଭାରତ appeared first on Dharitri Odia News.

ଚାଇନାର ନୂଆ କାଉଣ୍ଟି ପ୍ରତିବାଦ ଜଣାଇଲା ଭାରତ

ନୂଆଦିଲ୍ଲୀ,୩।୧: ଚାଇନା ସୀମାନ୍ତ ଅଞ୍ଚଳରେ ୨ଟି କାଉଣ୍ଟି ସ୍ଥାପନ କରିଛି, ଯାହାର କେତେକ ଅଂଶ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଆସୁଛି। ଭାରତ ଏହାର ଦୃଢ଼ ବିରୋଧ କରିବା ସହ କୂଟନୈତିକ ଚ୍ୟାନେଲ ଜରିଆରେ ବେଜିଂ ନିକଟରେ ପ୍ରତିବାଦ ଜଣାଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର କୁହାଯାଇଛି।

ଉତ୍ତରପଶ୍ଚିମ ଚାଇନାର ଜିନ୍‌ଜିଆଙ୍ଗ ଉଇଗୁର ସ୍ବୟଂଶାସିତ ଅଞ୍ଚଳ ସରକାର ଦୁଇଟି ନୂଆ ହେଆନ୍‌ କାଉଣ୍ଟି ଏବଂ ହେକାଙ୍ଗ କାଉଣ୍ଟି ନିର୍ମାଣ କରିଥିବା ଗତ ୨୭ ତାରିଖରେ ଘୋଷଣା କରିଥିଲେ। କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଚାଇନାର କେନ୍ଦ୍ରୀୟ କମିଟି ଏବଂ ରାଜ୍ୟ ପରିଷଦ ନୂଆ କାଉଣ୍ଟିଗୁଡ଼ିକୁ ଅନୁମୋଦନ କରିଛି।

ତଥାକଥିତ କାଉଣ୍ଟିର କେତେକ ଅଂଶ ଲଦାଖ ମଧ୍ୟରେ ଆସୁଥିବାରୁ ଭାରତୀୟ ଅଞ୍ଚଳ ମଧ୍ୟରେ ଚାଇନାର ବେଆଇନ ଦଖଲକୁ କଦାପି ଗ୍ରହଣ କରାଯିବ ନାହିଁ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି। କାଉଣ୍ଟି ନିର୍ମାଣ ଦ୍ୱାରା ଏହି କ୍ଷେତ୍ର ଉପରେ ଭାରତର ସାର୍ବଭୌମତ୍ୱ ସମ୍ବନ୍ଧୀୟ ଦୀର୍ଘକାଳୀନ ତଥା ସୁସଙ୍ଗତ ସ୍ଥିତି ଉପରେ ନା କୌଣସି ପ୍ରଭାବ ପଡ଼ିବ ନା ଏଥିରୁ ଚାଇନାକୁ ବେଆଇନ ଏବଂ ବଳପୂର୍ବକ କବ୍‌ଜା କରିବାର ବୈଧତା ମିଳିବ। କୂଟନୈତିକ ଚ୍ୟାନେଲ ଜରିଆରେ ଆମେ ଚାଇନା ନିକଟରେ ପ୍ରତିବାଦ ଜଣାଇଛୁ ବୋଲି ଜୟସ୍ବାଲ ସୂଚନା ଦେଇଛନ୍ତି।

The post ଚାଇନାର ନୂଆ କାଉଣ୍ଟି ପ୍ରତିବାଦ ଜଣାଇଲା ଭାରତ appeared first on Dharitri Odia News.