କାଳବୈଶାଖୀରେ ଉଡ଼ିଲା ଘରର ଛପର, ଖୋଲା ଆକାଶ ତଳେ ପରିବାର
ଦାରିଙ୍ଗବାଡ଼ି,୧୪ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ କାଳ ବୈଶାଖୀର ପ୍ରଭାବରେ ଏକାଧିକ ଘର ଛପର ଉଡ଼ିବା ଜଣାପଡ଼ିଛି। ପ୍ରକାଶ ଯେ, ଉକ୍ତ ବ୍ଲକ ସିଆଙ୍ଗବାଲି ପଞ୍ଚାୟତ ମାଲେବାଡ଼ି ଗ୍ରାମର ଶିକଲା ପ୍ରଧାନଙ୍କ ଘର ଛପର ଉଡ଼ିଯିବା ପରେ ସେ ଓ ତାଙ୍କ ପରିବାର ଏବେ ଖୋଲା ଆକାଶ ତଳେ ଜୀବନ ବିତାଉଛନ୍ତି। ପରିବାରରେ ଶିକଲାଙ୍କ ୨ ଶିଶୁ ରହିଥିବା ବେଳେ ତାଙ୍କ ବାପା ଓ ଭାଇ ସମସ୍ତେ ଏକାଠି ରହୁଥିଲେ। ତାଙ୍କୁ […] The post କାଳବୈଶାଖୀରେ ଉଡ଼ିଲା ଘରର ଛପର, ଖୋଲା ଆକାଶ ତଳେ ପରିବାର appeared first on Dharitri Odia News.
ଦାରିଙ୍ଗବାଡ଼ି,୧୪ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ କାଳ ବୈଶାଖୀର ପ୍ରଭାବରେ ଏକାଧିକ ଘର ଛପର ଉଡ଼ିବା ଜଣାପଡ଼ିଛି। ପ୍ରକାଶ ଯେ, ଉକ୍ତ ବ୍ଲକ ସିଆଙ୍ଗବାଲି ପଞ୍ଚାୟତ ମାଲେବାଡ଼ି ଗ୍ରାମର ଶିକଲା ପ୍ରଧାନଙ୍କ ଘର ଛପର ଉଡ଼ିଯିବା ପରେ ସେ ଓ ତାଙ୍କ ପରିବାର ଏବେ ଖୋଲା ଆକାଶ ତଳେ ଜୀବନ ବିତାଉଛନ୍ତି। ପରିବାରରେ ଶିକଲାଙ୍କ ୨ ଶିଶୁ ରହିଥିବା ବେଳେ ତାଙ୍କ ବାପା ଓ ଭାଇ ସମସ୍ତେ ଏକାଠି ରହୁଥିଲେ। ତାଙ୍କୁ କୌଣସି ପକ୍କା ଘର ମିଳି ନ ଥିବାରୁ ଝାଟିମାଟିରେ ଘର କରି ସେଥିରେ ଟିଣ ଛପର କରିଥିଲେ। ଏବେ ଟିଣ ଉଡ଼ିଯିବା ସହ ଘର ଭାଙ୍ଗିଯିବାରୁ ମଙ୍ଗଳବାର ରାତିରେ ଖୋଲା ଆକାଶ ତଳେ ପରିବାର ଶୋଇଥିଲେ ବୋଲି ଗ୍ରାମର ପ୍ରମୋଦ ଦିଗାଲ କହିଛନ୍ତି। ତାଙ୍କୁ ସରକାରୀ ସହାୟତା ନିହାତି ଜରୁରୀ ବୋଲି ସେ କହିଛନ୍ତି।
The post କାଳବୈଶାଖୀରେ ଉଡ଼ିଲା ଘରର ଛପର, ଖୋଲା ଆକାଶ ତଳେ ପରିବାର appeared first on Dharitri Odia News.