ଭାରତକୁ ଡବଲ ଝଟକା, ଆଉଟ ହୋଇଗଲେ ରୋହିତ ଓ ପନ୍ତ
ଅଧିନାୟକ ରୋହିତ ଶର୍ମା ମାତ୍ର ୯ ରନ ଓ ଋଷଭ ପନ୍ତ ଖାତା ଖୋଲିବା ପୂର୍ବରୁ କେଶବ ମହାରାଜଙ୍କ ବଲରେ ଆଉଟ ହୋଇଯାଇଛନ୍ତି।
ଟି-୨୦ ବିଶ୍ୱକପ ଫାଇନାଲରେ ଭାରତକୁ ଦ୍ୱିତୀୟ ଓଭରରେ ଡବଲ ଝଟକା ଲାଗିଛି। ଅଧିନାୟକ ରୋହିତ ଶର୍ମା ମାତ୍ର ୯ ରନ ଓ ଋଷଭ ପନ୍ତ ଖାତା ଖୋଲିବା ପୂର୍ବରୁ କେଶବ ମହାରାଜଙ୍କ ବଲରେ ଆଉଟ ହୋଇଯାଇଛନ୍ତି। ଭାରତ ୨୩ ରନରେ ୨ଟି ୱିକେଟ ହରାଇଛି।
ମ୍ୟାଚ୍ରେ ବିରାଟ କୋହଲି ପ୍ରଥମ ଓଭରେ ୩ଟି ଚୌକା ମାରିଥିବା ବେଳେ ଦ୍ୱିତୀୟ ଓଭରରେ ରୋହିତ ୨ଟି ଚୌକା ମାରିଥିଲେ। ହେଲେ ମହରାଜଙ୍କ ୪ର୍ଥ ବଲରେ ସେ ଆଉଟ ହୋଇଯାଇଛନ୍ତି। ସେହିପରି ସେହି ଓଭରର ଶେଷ ବଲରେ ପନ୍ତ ମଧ୍ୟ ପ୍ୟାଭିଲିନୟ ଫେରିଛନ୍ତି।
ରିପୋର୍ଟ ଲେଖା ହେବା ବେଳକୁ ଭାରତ ୪ ଓଭରରେ ୨ ୱିକେଟ ହରାଇ ୩୩ ରନ କରିଛି। ସୂର୍ଯ୍ୟ କୁମାର ଓ ବିରାଟ ବ୍ୟାଟିଂ କରୁଛନ୍ତି।