ମହେଶ ବାବୁଙ୍କ ଫିଲ୍ମ ପ୍ରମୋଶନ ଇଭେଣ୍ଟରେ ଦଳାଚକଟା
ବଲିଉଡ ପରି ସାଉଥ ସିନେମାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ କ୍ରେଜ ରହିଛି। ସାଉଥ ସୁପରଷ୍ଟାର ମହେଶ ବାବୁ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଗୁଣ୍ଟୁର କରମ’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଫିଲ୍ମର ଏକ ପ୍ରମୋଶନ ଇଭେଣ୍ଟ ଆୟୋଜିତ ହୋଇଥିଲା। ଏଥିରେ ଦଳାଚକଟା ହୋଇଛି। ବହୁ ସଂଖ୍ୟାରେ ଲୋକ ଅଭିନେତାଙ୍କୁ ଦେଖିବାକୁ ଇଭେଣ୍ଟକୁ ଆସିଥିଲେ। ଫଳରେ ସେଠାରେ ଦଳାଚକଟା ହୋଇଥିଲା। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲାଠି ଚାର୍ଜ କରିଥିଲା। ଦଳଚକଟା କାରଣରୁ ସେଠାରେ ଉପସ୍ଥିତ ଥିବା […] The post ମହେଶ ବାବୁଙ୍କ ଫିଲ୍ମ ପ୍ରମୋଶନ ଇଭେଣ୍ଟରେ ଦଳାଚକଟା appeared first on Dharitri Odia News.
ବଲିଉଡ ପରି ସାଉଥ ସିନେମାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ କ୍ରେଜ ରହିଛି। ସାଉଥ ସୁପରଷ୍ଟାର ମହେଶ ବାବୁ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଗୁଣ୍ଟୁର କରମ’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଫିଲ୍ମର ଏକ ପ୍ରମୋଶନ ଇଭେଣ୍ଟ ଆୟୋଜିତ ହୋଇଥିଲା। ଏଥିରେ ଦଳାଚକଟା ହୋଇଛି। ବହୁ ସଂଖ୍ୟାରେ ଲୋକ ଅଭିନେତାଙ୍କୁ ଦେଖିବାକୁ ଇଭେଣ୍ଟକୁ ଆସିଥିଲେ। ଫଳରେ ସେଠାରେ ଦଳାଚକଟା ହୋଇଥିଲା। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲାଠି ଚାର୍ଜ କରିଥିଲା। ଦଳଚକଟା କାରଣରୁ ସେଠାରେ ଉପସ୍ଥିତ ଥିବା ବହୁ ପୋଲିସ କର୍ମଚାରୀ ମଧ୍ୟ ଗୁରୁତର ଆହତ ହୋଇଥିଲେ।
ମହେଶ ବାବୁଙ୍କ ଅଭିନୀତ ଫିଲ୍ମ ‘ଗୁଣ୍ଟୁର କରମ’ ଜାନୁଆରୀ ୧୨ରେ ରିଲିଜ ହେବାକୁ ଯାଉଛି।
The post ମହେଶ ବାବୁଙ୍କ ଫିଲ୍ମ ପ୍ରମୋଶନ ଇଭେଣ୍ଟରେ ଦଳାଚକଟା appeared first on Dharitri Odia News.