ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ ଗାଁ ଏବେ ବି ଜଳବନ୍ଦୀ ହୋଇ ରହିଛନ୍ତି।  ସୁବର୍ଣ୍ଣରେଖା ରାଜଘାଟ ଗେଜଠାରେ ଜଳସ୍ତର ସତର୍କ ସୂଚନା ୯. ୪୫ ମିଟର ତଳେ ପ୍ରବାହିତ ହେଉଥିଲେ ମଧ୍ୟ ବିପନ୍ନଙ୍କ ଅବସ୍ଥା  ଦୁର୍ବିଷହ ହୋଇଛି। ବହୁ ଗ୍ରାମ ରାସ୍ତାରେ ଆଣ୍ଠୁଏ ଉପରକୁ ପାଣି ଜମି ରହିଛି। ଏଭଳି ସ୍ଥିତିରେ ନଦୀକୂଳିଆ ଗାଁରୁ ବନ୍ୟା […] The post ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ… appeared first on Dharitri Odia News.

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…
ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ ଗାଁ ଏବେ ବି ଜଳବନ୍ଦୀ ହୋଇ ରହିଛନ୍ତି।  ସୁବର୍ଣ୍ଣରେଖା ରାଜଘାଟ ଗେଜଠାରେ ଜଳସ୍ତର ସତର୍କ ସୂଚନା ୯. ୪୫ ମିଟର ତଳେ ପ୍ରବାହିତ ହେଉଥିଲେ ମଧ୍ୟ ବିପନ୍ନଙ୍କ ଅବସ୍ଥା  ଦୁର୍ବିଷହ ହୋଇଛି। ବହୁ ଗ୍ରାମ ରାସ୍ତାରେ ଆଣ୍ଠୁଏ ଉପରକୁ ପାଣି ଜମି ରହିଛି। ଏଭଳି ସ୍ଥିତିରେ ନଦୀକୂଳିଆ ଗାଁରୁ ବନ୍ୟା ପାଣି କମୁଥିବା ବେଳେ ଅନ୍ୟତ୍ର ଆଶ୍ରୟ ନେଇଥିବା ବିପନ୍ନମାନେ ଘରମୁହଁା ହେଉଛନ୍ତି।
୭ଦିନ ଧରି ଚୁଲିରେ ରୋଷେଇ ବନ୍ଦ ଥିବା ବେଳେ ପର ଉପରେ ନିର୍ଭର କରି କାଳ କାଟୁଛନ୍ତି। ଅପରପକ୍ଷରେ ଭୋଗରାଇ ବ୍ଲକର ୨୨ପଞ୍ଚାୟତରେ ବନ୍ୟାପାଣି ଜମି ୯୫୬ ୮ ହେକ୍ଟର ଧାନ ଚାଷ ଜମି ପଚି ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି। ଦାରୁହା ପଞ୍ଚାୟତର କଟିସାହି, ଚକେଇସବ, ପାରୁଳିଆ, ଦକ୍ଷିଣ ନାଡ଼ବଣୀ, ମୁକୁଳେଶ୍ୱରପୁରର ୧୩ଟି ୱାର୍ଡ ପାଣିଘେରରେ ରହିଥିବା ବେଳେ କଟିସାହି ହାଇସ୍କୁଲରେ ଶତାଧିକ ବିପନ୍ନମାନେ ଆଶ୍ରୟ ନେଇଥିବା ସରପଞ୍ଚ ଜ୍ୟୋତ୍ସ୍ନାରାଣୀ ମହାନ୍ତି ସୂଚନା ଦେଇଛନ୍ତି।
ଉକ୍ତ ପଞ୍ଚାୟତର ପାରୁଳିଆ ଦଳିଆସାହିରେ ୧୨ଘର, ମଝିସାହିରେ ୮ଟି, ଦକ୍ଷିଣ ନାଡବଣୀରେ ୬ଟି, କଟିସାହି ଗାଁରେ ୧୫ଟି ଘର ଊଣାଅଧିକେ ଭାଙ୍ଗିରୁଜି ଯାଇଥିବା  ସରପଞ୍ଚ କହିଛନ୍ତି। ସେହିପରି ଏ ସମସ୍ତ ଗାଁର ରାମା ହାଁସଦା, ଲକ୍ଷ୍ମଣ ଟୁଡୁ, ସୂର୍ଯ୍ୟ ହାଁସଦା, ଉମାକାନ୍ତ ଦତ୍ତ, ଗୌରହରି ଦେ, ଉମାକାନ୍ତ ପ୍ରଧାନ, ଗୌରହରି ସାହୁ, କେଦାର ଦତ୍ତ, ଶ୍ରୀହରି ଓଝା, ଅନିଲ କୁମାର ସେଣ ଓ ଜନ୍ମେଜୟ ଖଟୁଆ ପ୍ରମୁଖ ବିପନ୍ନମାନେ ରିଲିଫ ସାମଗ୍ରୀ ପାଇ ନ ଥିବା ବେଳେ ବିପନ୍ନଙ୍କଠାରେ ଅଦ୍ୟାବଧି ପ୍ରଶାସନ ପହଞ୍ଚି ନ ଥିବା ଅଭିଯୋଗ କରିଛନ୍ତି।
ବନ୍ୟାପାଣିରେ ବୁଡ଼ିଯାଇଥିବା ଘରଦ୍ୱାର ଛାଡି ଭୟରେ ଭୋଗରାଇ ଭୁଆବନ୍ଧ ଉପରେ ଜରି ପକାଇ ଆଶ୍ରୟ ନେଇଥିବା ସହସ୍ରାଧିକ ବିପନ୍ନ ଛୁଆ ପିଲା ଧରି ବଡ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି l ବନ୍ୟାଞ୍ଚଳ ଲୋକଙ୍କୁ ଚୁଡା, ଗୁଡ, ବିସ୍କୁଟ, ଶୁଖିଲା ଖାଦ୍ୟ  ଓ ରୋଷେଇ କରି  ଖାଦ୍ୟ ଦିଆଯାଉଥିବା ପ୍ରଶାସନ ପକ୍ଷରୁ କୁହାଯାଉଥିଲେ ମଧ୍ୟ ତାହା ବାସ୍ତବତା ନୁହେଁ  ବୋଲି ବିପନ୍ନମାନେ ଅଭିଯୋଗ କରିଛନ୍ତି।
ଭୋଗରାଇର ଯୋଗାଣ ବିଭାଗର ମନମୁଖୀ ଓ ଖାମଖିଆଲି ନୀତି ଯୋଗୁ ବହୁ ବିପନ୍ନ ରିଲିଫ ସାମଗ୍ରୀରୁ ବଞ୍ଚିତ ହେଉଥିବା ପଞ୍ଚାୟତ ନେତ୍ରୀନେତା ଅସନ୍ତୋଷ ପ୍ରକାଶ କରିଛନ୍ତି। ଯୋଗାଣ ବିଭାଗ କର୍ମଚାରୀଙ୍କୁ ଜଳବନ୍ଦୀମାନେ ଘେରିଯାଇ ଗାଳି ଗୁଲଜ କରୁଥିବାର ଅଭିଯୋଗ ହୋଇଛି। ଯୋଗାଣ ବିଭାଗର ପାତରଅନ୍ତର ଓ ବିଭ୍ରାଟକୁ ନେଇ ଶାସକ ଓ ବିରୋଧୀ ନେତାମାନେ ଜିଲା ପ୍ରଶାସନର ହସ୍ତକ୍ଷେପ ଲୋଡିବା  ସହିତ ରାଜ୍ୟ ଖାଉଟି ଓ ଯୋଗାଣ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ସୂଚନା ମିଳିଛି। ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ ୫ ଦିନ ବନ୍ୟାଞ୍ଚଳ ଗସ୍ତ କରି  ଯୁଦ୍ଧକାଳୀନ ଭିତ୍ତିରେ ବିପନ୍ନଙ୍କୁ ୭ଦିନର ରିଲିଫ ସାମଗ୍ରୀ ସହିତ ଗୋଖାଦ୍ୟ, ସ୍ବାସ୍ଥ୍ୟସେବା, ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ସରକାରଠାରେ ଦାବି କରିଛନ୍ତି l

The post ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ… appeared first on Dharitri Odia News.