ଭାଇଚାରା ସହ ବଡ଼ଦିନ ପାଳନ ପାଇଁ ବାର୍ତ୍ତା ଦେଲେ ଯୁବସଂଘ

ବ୍ରାହ୍ମଣୀଗାଁ,୨୧।୧୨(ମନୋରଞ୍ଜନ ରଣା)- ବଡ଼ଦିନ ପାଳନ ପାଇଁ କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ଅଞ୍ଚଳ ଉତ୍ସବ ମୁଖର ହୋଇଛି । ଏହି ପର୍ବ ପାଳନ ପାଇଁ ବିଭିନ୍ନ ସମ୍ପ୍ରଦାୟ ପକ୍ଷରୁ ଭାଇଚାରାର ବାର୍ତ୍ତା ପ୍ରଦାନ କରାଯାଉଛି। ଏହି ଅବସରରେ ଯୁବସଙ୍ଘ ପକ୍ଷରୁ ଘରକୁ ଘର ବୁଲି ପ୍ରାକ୍‌ ଖ୍ରୀଷ୍ଟ ଜନ୍ମ ଜୟନ୍ତୀ ର ଅଭିବାଦନ ଜଣାଉଥିବା ଦେଖିବାକୁ ମିଳିଛି । ଶାନ୍ତି ମୈତ୍ରୀର ବାର୍ତ୍ତା ପ୍ରଦାନ ସହ ଶାନ୍ତି ଶୃଙ୍ଖଳାର ସହ ଏହି ପର୍ବ ପାଳନ ପାଇଁ କୁହାଯାଉଛି । […] The post ଭାଇଚାରା ସହ ବଡ଼ଦିନ ପାଳନ ପାଇଁ ବାର୍ତ୍ତା ଦେଲେ ଯୁବସଂଘ appeared first on Dharitri Odia News.

ଭାଇଚାରା ସହ ବଡ଼ଦିନ ପାଳନ ପାଇଁ ବାର୍ତ୍ତା ଦେଲେ ଯୁବସଂଘ

ବ୍ରାହ୍ମଣୀଗାଁ,୨୧।୧୨(ମନୋରଞ୍ଜନ ରଣା)- ବଡ଼ଦିନ ପାଳନ ପାଇଁ କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ଅଞ୍ଚଳ ଉତ୍ସବ ମୁଖର ହୋଇଛି । ଏହି ପର୍ବ ପାଳନ ପାଇଁ ବିଭିନ୍ନ ସମ୍ପ୍ରଦାୟ ପକ୍ଷରୁ ଭାଇଚାରାର ବାର୍ତ୍ତା ପ୍ରଦାନ କରାଯାଉଛି। ଏହି ଅବସରରେ ଯୁବସଙ୍ଘ ପକ୍ଷରୁ ଘରକୁ ଘର ବୁଲି ପ୍ରାକ୍‌ ଖ୍ରୀଷ୍ଟ ଜନ୍ମ ଜୟନ୍ତୀ ର ଅଭିବାଦନ ଜଣାଉଥିବା ଦେଖିବାକୁ ମିଳିଛି । ଶାନ୍ତି ମୈତ୍ରୀର ବାର୍ତ୍ତା ପ୍ରଦାନ ସହ ଶାନ୍ତି ଶୃଙ୍ଖଳାର ସହ ଏହି ପର୍ବ ପାଳନ ପାଇଁ କୁହାଯାଉଛି । ଏହି ଅବସରରେ ଯୁବ ସଂଘ ସଭାପତି ତରୁଣ ନାୟକଙ୍କ ନେତୃତ୍ୱରେ ସମସ୍ତ ଯୁବଗୋଷ୍ଠୀ ଏକତ୍ରିତ ହୋଇ ସାଣ୍ଟାକ୍ଲସ ବେଶରେ ଶିଶୁ ଯୀଶୁଙ୍କ ପ୍ରତିମୂର୍ତ୍ତି ଧରି , ଗୀତ ନାଚ କରିଛନ୍ତି। ଏପରିକି ଘରକୁ ଘର ବୁଲି ଖ୍ରୀଷ୍ଟଙ୍କ ଶାନ୍ତିର ବାର୍ତ୍ତା ବାଣ୍ଟିବା ସହ ନିଜ ନିଜକୁ ଆତ୍ମିକ ଭାବେ ପ୍ରସ୍ତୁତ କରି ବଡ଼ଦିନ ପର୍ବକୁ ଜନ୍ମ ଜୟନ୍ତୀ ଭାବେ ଆଡ଼ମ୍ବର ସହକାରେ ପାଳନ କରିବାକୁ ବାର୍ତ୍ତା ବାଣ୍ଟିଛନ୍ତି।

The post ଭାଇଚାରା ସହ ବଡ଼ଦିନ ପାଳନ ପାଇଁ ବାର୍ତ୍ତା ଦେଲେ ଯୁବସଂଘ appeared first on Dharitri Odia News.