ଭାଇରାଲ ହେଉଛି ଅମ୍ବାନୀ ପରିବାରର ବିବାହ ନିମନ୍ତ୍ରଣ କାର୍ଡ, ଏଥିରେ ଯାହା ଅଛି ଦେଖିଲେ ଆଖି ଲାଖିଯିବ
ମୁମ୍ବାଇ,୨୮ା୬: ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ତାଙ୍କର ଲେଡି ଲଭ୍ ରାଧିକା ମର୍ଚାଣ୍ଟଙ୍କୁ ବିବାହ କରିବାକୁ ଯାଉଛନ୍ତି। ଆସନ୍ତା ଜୁଲାଇ ୧୨ରେ ସେମାନେ ବିବାହ ବନ୍ଧନରେ ବାନ୍ଧି ହେବେ। ଏବେ ସାମ୍ନାକୁ ଆସିଛି ସେମାନଙ୍କ ବିବାହ ନିମନ୍ତ୍ରଣ କାର୍ଡ। View this post on Instagram A post shared by Ambani Family (@ambani_update) ନିକଟରେ ନୀତା ଅମ୍ବାନୀ କାଶୀ ବିଶ୍ୱନାଥ ମନ୍ଦିର ପରିଦର୍ଶନ […] The post ଭାଇରାଲ ହେଉଛି ଅମ୍ବାନୀ ପରିବାରର ବିବାହ ନିମନ୍ତ୍ରଣ କାର୍ଡ, ଏଥିରେ ଯାହା ଅଛି ଦେଖିଲେ ଆଖି ଲାଖିଯିବ appeared first on Dharitri Odia News.
ମୁମ୍ବାଇ,୨୮ା୬: ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ତାଙ୍କର ଲେଡି ଲଭ୍ ରାଧିକା ମର୍ଚାଣ୍ଟଙ୍କୁ ବିବାହ କରିବାକୁ ଯାଉଛନ୍ତି। ଆସନ୍ତା ଜୁଲାଇ ୧୨ରେ ସେମାନେ ବିବାହ ବନ୍ଧନରେ ବାନ୍ଧି ହେବେ। ଏବେ ସାମ୍ନାକୁ ଆସିଛି ସେମାନଙ୍କ ବିବାହ ନିମନ୍ତ୍ରଣ କାର୍ଡ।
ନିକଟରେ ନୀତା ଅମ୍ବାନୀ କାଶୀ ବିଶ୍ୱନାଥ ମନ୍ଦିର ପରିଦର୍ଶନ କରି ପ୍ରଭୁ ଶିବଙ୍କୁ ତାଙ୍କ ପୁଅ ଅନନ୍ତଙ୍କ ବିବାହକୁ ନିମନ୍ତ୍ରଣ କରିଥିଲେ। ସେ ପ୍ରଭୁ ଶିବଙ୍କୁ ପ୍ରଥମ ବିବାହ ନିମନ୍ତ୍ରଣ ପ୍ରଦାନ କରିଥିଲେ। ଏହି ସୁନ୍ଦର ନିମନ୍ତ୍ରଣ କାର୍ଡର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହା ଦେଖିଲେ ଆଖି ଲାଖିଯିବ। ଏହି କାର୍ଡରେ ରୁପାରେ ଏକ ମନ୍ଦିର ରହିଛି। ଏହାକୁ ଖୋଲିବା ମାତ୍ରେ ଭଜନ ବାଜୁଛି। ମନ୍ଦିରରେ ରୁପାର ସୂକ୍ଷ୍ମ କାରୁକାର୍ଯ୍ୟ ସହ ଏଥିରେ ପ୍ରଭୁ ଗଣେଶ, ରାଧାକୃଷ୍ଣ ଏବଂ ମା’ ଦୁର୍ଗାଙ୍କ ସୁନାରେ ନିର୍ମିତ ପ୍ରତିମୂର୍ତ୍ତି ସ୍ଥାନ ପାଇଛି। କେବଳ ଏତିକି ନୁହେଁ, ନିମନ୍ତ୍ରଣ ବାକ୍ସରେ ଅନ୍ୟ ଦେବଦେବୀଙ୍କ ଫଟୋଚିତ୍ର, ବିବାହର ତାରିଖ ଏବଂ ଉତ୍ତରୀୟ ରହିଛି, ଯାହା ଖୁବ୍ ଚିତ୍ତାକର୍ଷକ ହୋଇଛି।
ନିମନ୍ତ୍ରଣ ଅନୁଯାୟୀ, ଅନନ୍ତ ଏବଂ ରାଧିକା ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ (ବି.କେ.ସି)ର ଜିଓ ଓ୍ବାଲର୍ଡ କନ୍ଭେନ୍ସନ୍ ସେଣ୍ଟରରେ ପାରମ୍ପାରିକ ହିନ୍ଦୁ ବୈଦିକ ରୀତିନୀତିରେ ବିବାହ ହେବ। ଜୁଲାଇ ୧୨ ଶୁକ୍ରବାର ଏହି ବିବାହ ସମାରୋହ ଅନୁଷ୍ଠିତ ହେବାକୁ ଥିବା ବେଳେ ନିମନ୍ତ୍ରଣ କାର୍ଡରେ ‘ଶୁଭ ବିବାହ’ ଲେଖାଯାଇଛି। ସମାରୋହ ପାଇଁ ଡ୍ରେସ୍ କୋଡ୍ ‘ଇଣ୍ଡିଆନ ଟ୍ରାଡିଶନାଲ’ ଲେଖାଯାଇଛି।
The post ଭାଇରାଲ ହେଉଛି ଅମ୍ବାନୀ ପରିବାରର ବିବାହ ନିମନ୍ତ୍ରଣ କାର୍ଡ, ଏଥିରେ ଯାହା ଅଛି ଦେଖିଲେ ଆଖି ଲାଖିଯିବ appeared first on Dharitri Odia News.