ଭାଇରାଲ୍ ହେଉଛି ଜଲେବି, ଟ୍ରେଣ୍ଡ୍ କରୁଛି ଜଲେବି
ହରିୟାଣା ନିର୍ବାଚନ ଫଳାଫଳ ପରେ ଜଲେବିକୁ ନେଇ ଚର୍ଚ୍ଚା । କୁହାଯାଉଛି- ଜଲେବି ଖାଇଲେ ରାହୁଲ, ହେଲେ ସ୍ୱାଦ ନେଇଗଲା ବିଜେପି । ହରିୟାଣାରେ ବିଜେପିର ଜବରଦସ୍ତ ବିଜୟ ପରେ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ କରୁଛି ହାସ୍ ଟ୍ୟାଗ୍ ଜଲେବି ।
ଭାଇରାଲ୍ ହେଉଛି ଜଲେବି, ଟ୍ରେଣ୍ଡ୍ କରୁଛି ଜଲେବି । ନେତାଙ୍କ ହାତରେ ଜଲେବି, ପଲିଟିକାଲ୍ ବଜ୍ ୱାର୍ଡ ପାଲଟିଛି ଜଲେବି । କିନ୍ତୁ କାହିଁକି... ମେଳା ନାହିଁ କି ମହୋତ୍ସବ ନାହିଁ । ହେଲେ ଏ ଅଦିନିଆ ଜଲେବି ଟ୍ରେଣ୍ଡ୍ ପଛରେ କାରଣ ହେଉଛି ବିଜେପିର ହରିୟାଣା ହାଟ୍ରିକ୍ । କଂଗ୍ରେସକୁ ଜାଠ୍ ଭୂମିରେ ଝଟକା ଲାଗିବା ପରେ, ସୋସିଆଲ ମିଡିଆରେ ରାହୁଲ ଗାନ୍ଧିଙ୍କୁ ବିଜେପି ସମର୍ଥକ ଛିଗୁଲେଇ କହୁଛନ୍ତି- ଜଲେବି ତେରା , ହରିୟାଣା ମେରା । ଆଉ କେହି କେହି ଫଟୋର କ୍ୟାପସନ୍ ରଖୁଛନ୍ତି, ଜଲେବି ରେଡି ହେ ।