ଭାଗ୍ୟ ବଦଳାଇବ ୨୦ ଟଙ୍କିଆ ପୁରୁଣା ନୋଟ, ଘରେ ବସି କମାଇ ପାରିବେ ଲକ୍ଷ ଲକ୍ଷ ଟଙ୍କା

ସତରେ ଧନୀ ହେବାକୁ କାହାର ବା ଇଚ୍ଛା ନଥାଏ । ସମସ୍ତେ ଟଙ୍କା ରୋଜଗାର କରି ସୁଖରେ ଚଳିବାକୁ ଚାହାନ୍ତି । କିଏ ବ୍ୟବସାୟ କରି ଟଙ୍କା ରୋଜଗାର କରେ ତ କିଏ ଚାକିରି କରି ନିଜ ଅର୍ଥାଭାବକୁ ଦୂର କରେ । କିନ୍ତୁ ଧନୀ ହେବା ପାଇଁ ଅନେକ ଲୋକ ଦିନ ରାତି ପରିଶ୍ରମ କରନ୍ତି । ଆଉ ଏହି ସଂଘର୍ଷରେ କିଛି ଲୋକ ହିଁ ସଫଳତା ପାଇ ଟଙ୍କା ଗଦିରେ ଶୁଅନ୍ତି । ଆଉ […] The post ଭାଗ୍ୟ ବଦଳାଇବ ୨୦ ଟଙ୍କିଆ ପୁରୁଣା ନୋଟ, ଘରେ ବସି କମାଇ ପାରିବେ ଲକ୍ଷ ଲକ୍ଷ ଟଙ୍କା appeared first on KNews Odisha.

ଭାଗ୍ୟ ବଦଳାଇବ ୨୦ ଟଙ୍କିଆ ପୁରୁଣା ନୋଟ, ଘରେ ବସି କମାଇ ପାରିବେ ଲକ୍ଷ ଲକ୍ଷ ଟଙ୍କା

ସତରେ ଧନୀ ହେବାକୁ କାହାର ବା ଇଚ୍ଛା ନଥାଏ । ସମସ୍ତେ ଟଙ୍କା ରୋଜଗାର କରି ସୁଖରେ ଚଳିବାକୁ ଚାହାନ୍ତି । କିଏ ବ୍ୟବସାୟ କରି ଟଙ୍କା ରୋଜଗାର କରେ ତ କିଏ ଚାକିରି କରି ନିଜ ଅର୍ଥାଭାବକୁ ଦୂର କରେ । କିନ୍ତୁ ଧନୀ ହେବା ପାଇଁ ଅନେକ ଲୋକ ଦିନ ରାତି ପରିଶ୍ରମ କରନ୍ତି । ଆଉ ଏହି ସଂଘର୍ଷରେ କିଛି ଲୋକ ହିଁ ସଫଳତା ପାଇ ଟଙ୍କା ଗଦିରେ ଶୁଅନ୍ତି । ଆଉ କିଛି ବିନା ପରିଶ୍ରମରେ ମଧ୍ୟ ଅଧିକ ଟଙ୍କା ରୋଜଗାର କରିବାର ବାଟ ଖୋଜନ୍ତି ।

ଟଙ୍କା ରୋଜଗାର କରିବା ପାଇଁ ବହୁତ ଉପାୟ ଅଛି । କିନ୍ତୁ ପୁରୁଣା ଟଙ୍କା ବଦଳାଇ ମୋଟା ଅଙ୍କର ଅର୍ଥ ପାଇବା କଥା ହୁଏତ ଆପଣ କେବେ ଶୁଣି ନଥିବେ । ଯଦି ଆପଣଙ୍କ ପାଖରେ ପୁରୁଣା ନୋଟ୍ ଅଛି ତେବେ ଆପଣ ସେହି ଟଙ୍କାକୁ ବଦଳାଇ ଲକ୍ଷ ଲକ୍ଷ ରୋଜଗାର କରି ପାରିବେ ।

ଆପଣ ଧନୀ ହେବାକୁ ଚାହୁଁଥିଲେ ଏହି ଖବର ଆପଣଙ୍କ ପାଇଁ । ଆମେ ଆଜି ଆପଣଙ୍କୁ ଏମିତି ଏକ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା ସାହାଯ୍ୟରେ ଆପଣ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ । ଯଦି ଆପଣଙ୍କ ପାଖରେ ୨୦ ଟଙ୍କିଆ ପୁରୁଣା ନୋଟ୍ ଅଛି ତେବେ ଆପଣ ହୋଇ ପାରିବେ ଲକ୍ଷପତି । ତେବେ ଆସନ୍ତୁ ଜାଣିବା କେମିତି ପୁରୁଣା ଟଙ୍କା ବଦଳାଇ ଆପଣ ଅଧିକ ଟଙ୍କା ରୋଜଗାର କରିପାରିବେ ।

ଅନଲାଇନରେ ଏମିତି କିଛି ନିର୍ଦ୍ଦିଷ୍ଟ ୱେବସାଇଟ୍ ଅଛି ଯେଉଁଠାରେ ଆପଣ ପୁରୁଣା ନୋଟକୁ ବଦଳାଇ ଅଧିକ ଟଙ୍କା ରୋଜଗାର କରିପାରିବେ । ମାତ୍ର ୨୦ ଟଙ୍କା ବିକ୍ରି କରି ଆପଣ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାଇ ପାରିବେ । କିନ୍ତୁ ଏହି ଟଙ୍କା ବଦଳାଇବାର କିଛି ନିର୍ଦ୍ଦିଷ୍ଟ ସର୍ତ୍ତ ରଖାଯାଇଛି । ଯେଉଁ ନିୟମକୁ ପାଳନ କଲେ ହିଁ ଆପଣଙ୍କୁ ଏ ବାବଦରେ ଅଧିକ ଟଙ୍କା ମିଳିବ । ଅନ୍ତର୍ଜାତୀୟ ବଜାରରେ ପୁରୁଣା ନୋଟ ବିକ୍ରି କରିବା ପାଇଁ କିଛି ଜରୁରୀ ନିୟମ ରହିଛି । ପୁରୁଣା ୨୦ ଟଙ୍କିଆ ନୋଟର ଆଗ ଭାଗରେ ସିରିଏଲ୍ ନମ୍ବର ୭୮୬ ରହିଥିବା ଆବଶ୍ୟକ । ଏହା ବ୍ୟତୀତ ନୋଟର ରଙ୍ଗ ଗୋଲାପୀ ହେବା ମଧ୍ୟ ଜରୁରୀ ।

ଆପଣଙ୍କ ମନରେ ନିଶ୍ଚିତ ପ୍ରଶ୍ନ ଆସୁଥିବ ସିରିଏଲ୍ ନମ୍ବରରେ ଏମିତି କଣ ଖାସ୍ ରହିଛି ? ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ କିଛି ଲୋକ ସିରିଏଲ୍ ନମ୍ବର ୭୮୬କୁ ଖୁବ୍ ଭାଗ୍ୟଶାଳୀ ଓ ପବିତ୍ର ମାନନ୍ତି । ଏହି ନୋଟକୁ କିଣି ଘରେ ରଖିଲେ ଘରେ ସୁଖ ସମୃଦ୍ଧି ବୃଦ୍ଧି ହୁଏ ବୋଲି କିଛି ଲୋକଙ୍କ ବିଶ୍ବାସ ରହିଛି । ତେଣୁ ୭୮୬ ନମ୍ବର ଥିବା ନୋଟକୁ ହିଁ ସେମାନେ ଅଧିକ ମୂଲ୍ୟ ଦେଇ କିଣିବାକୁ ପଛାନ୍ତି ନାହିଁ । ତେଣୁ ଏହି ଟଙ୍କାକୁ ବିକ୍ରି କଲେ ଆପଣ ଲକ୍ଷପତି ହୋଇ ପାରିବେ ।

୨୦ ଟଙ୍କିଆ ପୁରୁଣା ନୋଟ ବିକ୍ରି କରିବାରେ ଆପଣଙ୍କୁ କିଛି ଅସୁବିଧା ହେବ ନାହିଁ । ଆପଣ ଘରେ ବସି ଏହି ନୋଟକୁ ବିକ୍ରି କରିପାରିବେ । ଏଥିପାଇଁ ଆପଣଙ୍କୁ ମୋବାଇଲ କିମ୍ବା ଲାପଟପ୍ ଆବଶ୍ୟକ ହେବ । ଆପଣ ଘରେ ବସି ୱେବସାଇଟ୍ କୁ ଯାଇ ଗ୍ଲୋବାଲ୍ ମାର୍କେଟରେ ଏହି ନୋଟକୁ ବିକ୍ରି କରିପାରିବେ । ଆପଣ ଇ-ୱେବସାଇଟକୁ ଯାଇ କ୍ଲିକ୍ କରିବେ । ରେଜିଷ୍ଟର କରିବା ପରେ ହିଁ ଆପଣ ପୁରୁଣା ଟଙ୍କାକୁ ବିକ୍ରି କରିପାରିବେ । ଓଏଲଏକ୍ସରେ ବି ଆପଣ ନିଜ ପାଖରେ ଥିବା ପୁରୁଣା ୨୦ ଟଙ୍କିଆ ନୋଟକୁ ବଦଳାଇ ପାରିବେ । ଓଏଲଏକ୍ସରେ ନିଜ ନାଁ ପଞ୍ଜିକରଣ କରିବା ପରେ ୨୦ ଟଙ୍କିଆ ନୋଟର ଏକ ସ୍ପଷ୍ଟ ଫଟୋ ଚିତ୍ର ଅପଲୋଡ୍ କରିବେ । ଏହା ପରେ ଯେଉଁମାନେ ଆପଣଙ୍କ ଠାରୁ ଟଙ୍କା ନେବାକୁ ଚାହୁଁଥିବେ ଆପଣଙ୍କ ସହିତ ଯୋଗାଯୋଗ କରିବେ ।

ଧ୍ୟାନ ରଖନ୍ତୁ ଏହି ଖବର ମିଡିଆ ରିପୋର୍ଟ ଉପରେ ଆଧାରିତ । କେନ୍ୟୁଜ ଏଥିପାଇଁ କୌଣସି ଭାବରେ ଦାୟୀ ନୁହେଁ । ଆପଣ ଏସମ୍ପର୍କରେ ଆହୁରି ଭଲ ଭାବେ ଯାଞ୍ଚ କରି ଆଗେଇବେ । ନଚେତ ଠକ କମ୍ପାନୀ ହାବୁଡ଼ରେ ମଧ୍ୟ ପଡ଼ି ପାରନ୍ତି । ତେଣୁ ସାବଧାନ ରହିବେ ।

Also Read: ପଦ୍ମଫୁଲ କଲା ଲକ୍ଷପତି: ମାସକୁ ୮୦ ରୁ ୯୦ ହଜାର ଟଙ୍କା ରୋଜଗାର କରୁଛନ୍ତି ଚାଷୀ

The post ଭାଗ୍ୟ ବଦଳାଇବ ୨୦ ଟଙ୍କିଆ ପୁରୁଣା ନୋଟ, ଘରେ ବସି କମାଇ ପାରିବେ ଲକ୍ଷ ଲକ୍ଷ ଟଙ୍କା appeared first on KNews Odisha.