ଭାଙ୍ଗିଗଲା ବୈକୁଣ୍ଠଧାମ, ସାତ ହଜାର ବର୍ଗଫୁଟ ପରିମିତ ଅଞ୍ଚଳ ଉପରେ ହୋଇଥିବା ବେଆଇନ ନିର୍ମାଣ ମାଟିରେ ମିଶିଛି

ଭୁବନେଶ୍ୱର : ମାଟିରେ ମିଶିଛି ବୈକୁଣ୍ଠଧାମ। କୁନି କଲ୍କି ପାଦରେ ତୁଳସୀ ରଖି ବିବାଦରେ ଛନ୍ଦି ହୋଇ ପଡ଼ିଥିବା ଆଶ୍ରମର ଏଭଳି ଅନ୍ତ ଘଟିଛି ।  ଆଶ୍ରମରେ କେଳେଙ୍କାରି ବିବାଦ ପଦାକୁ ଆସିବା ପରେ ପୂର୍ବରୁ ବିଡିଏ ସରକାରୀ ଜମିରେ ଥିବା ଏହି ଆଶ୍ରମକୁ ଭାଙ୍ଗିବାକୁ ନୋଟିସ କରିଥିଲା ।  କିନ୍ତୁ ପ୍ରସଙ୍ଗ ହାଇକୋର୍ଟକୁ ଯିବା ପରେ ଏହା ଅଟକି ଯାଇଥିଲା ।  କିନ୍ତୁ ଆଶ୍ରମ ଜମି କାଗଜପତ୍ରକୁ ନେଇ କର୍ତ୍ତୃପକ୍ଷ ଭୁଲ ତଥ୍ୟ ଦେଇଥିବା ଜଣାପଡିବା […] The post ଭାଙ୍ଗିଗଲା ବୈକୁଣ୍ଠଧାମ, ସାତ ହଜାର ବର୍ଗଫୁଟ ପରିମିତ ଅଞ୍ଚଳ ଉପରେ ହୋଇଥିବା ବେଆଇନ ନିର୍ମାଣ ମାଟିରେ ମିଶିଛି appeared first on KNews Odisha.

ଭାଙ୍ଗିଗଲା ବୈକୁଣ୍ଠଧାମ, ସାତ ହଜାର ବର୍ଗଫୁଟ ପରିମିତ ଅଞ୍ଚଳ ଉପରେ ହୋଇଥିବା ବେଆଇନ ନିର୍ମାଣ ମାଟିରେ ମିଶିଛି
baikuntha dham

ଭୁବନେଶ୍ୱର : ମାଟିରେ ମିଶିଛି ବୈକୁଣ୍ଠଧାମ। କୁନି କଲ୍କି ପାଦରେ ତୁଳସୀ ରଖି ବିବାଦରେ ଛନ୍ଦି ହୋଇ ପଡ଼ିଥିବା ଆଶ୍ରମର ଏଭଳି ଅନ୍ତ ଘଟିଛି ।  ଆଶ୍ରମରେ କେଳେଙ୍କାରି ବିବାଦ ପଦାକୁ ଆସିବା ପରେ ପୂର୍ବରୁ ବିଡିଏ ସରକାରୀ ଜମିରେ ଥିବା ଏହି ଆଶ୍ରମକୁ ଭାଙ୍ଗିବାକୁ ନୋଟିସ କରିଥିଲା ।  କିନ୍ତୁ ପ୍ରସଙ୍ଗ ହାଇକୋର୍ଟକୁ ଯିବା ପରେ ଏହା ଅଟକି ଯାଇଥିଲା ।  କିନ୍ତୁ ଆଶ୍ରମ ଜମି କାଗଜପତ୍ରକୁ ନେଇ କର୍ତ୍ତୃପକ୍ଷ ଭୁଲ ତଥ୍ୟ ଦେଇଥିବା ଜଣାପଡିବା ପରେ କୋର୍ଟ ରହିତାଦେଶ ହଟାଇ ଦେଇଥିଲେ। ତା ପରେ ଗୁରୁବାର ବିଡିଏ ଆଶ୍ରମ ଭଂଗିବା ନେଇ ଘୋଷଣା କରିବା ସହ ଆଜି ଆଶ୍ରମକୁ ମାଟିରେ ମିଶାଇ ଦିଆଯାଇଛି ।

ବିଳମ୍ବିତ ରାତିରୁ ବୁହା ଚାଲିଥିଲା ବିଳାସପୂର୍ଣ ସାମଗ୍ରୀ ।  ସକାଳୁ ସକାଳୁ ଉଠିଲା ଡିଜି ସେଟ, ଏସି, ଫ୍ରିଜ ତଥା ଆହୁରି ବିଳାସପୂର୍ଣ ସାମଗ୍ରୀ।  ମିନି ଟ୍ରକରେ ବୁହା ହୋଇ ଗଲା। ସମୟ ୧୧ ଟା ୪୫। ଆଶ୍ରମ ପରିସରରୁ ବିଜୁଳି ଛିନ୍ନ କରାଗଲା।  ଆଉ ପହଞ୍ଚିଲା ବୁଲଡୋଜର ।  ମଧ୍ୟାହ୍ନ ୧୨ ଟା ୨ ମିନିଟ ।  ଆଶ୍ରମ ଉପରେ ମାଡି ଚାଲିଲା ବୁଲଡୋଜର।  ଯେଉଁଠି ଦିନେ ମୃଦଙ୍ଗ, ହାରମୋନିୟମ ଓ ବଂଶୀ ସ୍ୱରରେ ତାଳେ ତାଳେ ପ୍ରବଚନ ଶୁଭୁଥିଲା ଆଜି ସେଠି ଘର ଘର ନାଦ କରି କିଛି ମୁହୂର୍ତ୍ତରେ ଗୋଟିଏ ବୁଲଡୋଜର ଆଉ ଗୋଟେ ଜେସିପି ଆଶ୍ରମକୁ ମାଟିରେ ମିସାଇଦେଲା ।

ଆଶ୍ରମର ଫାଟକ ଠୁ ଆରମ୍ଭ କରି ପାଚେରୀ ତା ପରେ ପ୍ରବଚନ ଦିଆଯାଉଥିବା ଅସ୍ଥାୟୀ ସେଡକୁ ଭଙ୍ଗାଯାଇଥିଲା। ପରେ ପରେ ଆଶ୍ରମର ରୋଷେଇ ଘର, ହଲ ଓ ଅନ୍ୟ କୋଠରୀ ସବୁ ଭାଙ୍ଗି ମାଟିରେ ମିଶି ଚାଲିଥିଲା। ୧୪୦ ଡିସମିଲ ବା ସାତ ହଜାର ବର୍ଗଫୁଟ ପରିମିତ ଅଞ୍ଚଳ ଉପରେ ହୋଇଥିବା ବେଆଇନ ନିର୍ମାଣ ମାଟିରେ ମିଶିଛି। ଆଶ୍ରମ ଭଙ୍ଗାଯିବା ସହ ଆଶ୍ରମ ପରିସରରେ ସାଧାରଣ ପ୍ରଶାସନ ବିଭାଗର ଏକ ସାଇନ ଏଜ ବୋର୍ଡ ମରାଯାଇଛି।

ଆଗକୁ ଆଶ୍ରମ ଚାରିପଟେ ପାଚେରୀ ନିର୍ମାଣ ହେବା ସହ ସମ୍ପତ୍ତିର ସୁରକ୍ଷା କରାଯିବ ବୋଲି କୁହାଯାଇଛି। ହାଇକୋର୍ଟ ଷ୍ଟେଟସ କୋ ଉଠାଇବା ପରେ ଆଶ୍ରମ କର୍ତ୍ତୃପକ୍ଷ କିଛି ସମୟ ମାଗିଥିଲେ। କିନ୍ତୁ ପୂର୍ବରୁ ସମୟ ଦିଆଯାଇ ଥିବାରୁ ଆଉ ସମୟ ଦିଆଯାଇ ନ ଥିଲା ଓ ଆଇନ ଅନୁଯାୟୀ ଭଙ୍ଗା ଯାଇଛି। ଆଶ୍ରମ ଭଙ୍ଗାଯିବା ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ଲୋକଙ୍କ ଗହଳି ଦେଖିବକୁ ମିଳିଥିଲା । ଏପରିକି ଆଶ୍ରମରୁ ବିଭିନ୍ନ ସାମଗ୍ରୀ ସ୍ଥାନାନ୍ତର କରିବା ସମୟରେ କୁନି କଲ୍କିଙ୍କ ପାଇଁ ବିଳାସପୂର୍ଣ୍ଣ ସାମଗ୍ରୀ ଯଥା ବଡି ମଇସଚରାଇଜର ଆଦି ଦେଖିବାକୁ ମିଳିଥିଲା।

ଯେଉଁଥିରେ ଫର ମହାପ୍ରଭୁ ଲେଖାଥିବା ଦେଖିବାକୁ ମିଳିଥିଲା ।  ଏପରିକି ଆଶ୍ରମ ପରିସରରୁ ଦାମୀ ବ୍ରାଣ୍ଡର ନେଲପଲିସ ତଥା ଅନ୍ୟ ବହୁ ସାମଗ୍ରୀ ଦେଖିବାକୁ ମିଳିଛି। ଅଧର୍ମ ବଢିଯିବାରୁ ବିନାଶ ହେଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ସେପଟେ ଆଶ୍ରମ ଭଙ୍ଗା ପୂର୍ବରୁ କୁନି କଲ୍କିଙ୍କ ଭକ୍ତଙ୍କ ଭିନ୍ନ କାରନାମା ଦେଖିବାକୁ ମିଳିଥିଲା। ଭକ୍ତ ଜଣଙ୍କ କାନ୍ଦି କାନ୍ଦି ଆଶ୍ରମ ସମ୍ମୁଖରେ ମୁଣ୍ଡିଆ ମାରୁଥିବା ଦେଖିବାକୁ ମିଳୁଥିଲା ।

ଆଶ୍ରମ ଭାଙ୍ଗିବା ନେଇ ଗତକାଲି ଠାରୁ ଘୋଷଣା ହୋଇଥିବା ବେଳେ ଆଜି ୧୨ ଟା ପୂର୍ବରୁ ଆଶ୍ରମ ନିକଟରେ ବିଡିଏ, ବିଏମସି, ସାଧାରଣ ପ୍ରଶାସନ ଅଧିକାରୀ ଓ ପୋଲିସ ଫୋର୍ସଙ୍କ ଉପସ୍ଥିତିରେ ଉଚ୍ଛେଦ କାର୍ଯ୍ୟକୁ ବ୍ୟାପକ କରାଯାଇଥିଲା।

Also read: ବୈକୁଣ୍ଠଧାମ ଆଶ୍ରମରୁ ସ୍ତ୍ରୀ ନିଖୋଜ ଅଭିଯୋଗ କରିଥିବା ଯୁବକଙ୍କୁ ଜବାବ

The post ଭାଙ୍ଗିଗଲା ବୈକୁଣ୍ଠଧାମ, ସାତ ହଜାର ବର୍ଗଫୁଟ ପରିମିତ ଅଞ୍ଚଳ ଉପରେ ହୋଇଥିବା ବେଆଇନ ନିର୍ମାଣ ମାଟିରେ ମିଶିଛି appeared first on KNews Odisha.