ଭାଙ୍ଗୁଛି କି ଏନଡିଏ? ଖୋଲାଖୋଲି ଶୁଣାଇଦେଲେ ଚିରାଗ ପାସୱାନ, ରାଜନୀତିରେ ହଇଚଇ
ନୂଆଦିଲ୍ଲୀ,୧୦।୯: ସୋମବାର ବିହାରର ବେଗୁସରାଇରେ ମାଟିହାନି ବିଧାନସଭାରେ ଆୟୋଜିତ ସମାରୋହରେ ଏଲଜେପି ରାମବିଳାସର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ମନ୍ତ୍ରୀ ଚିରାଗ ପାସୱାନ ଅଂଶଗ୍ରହଣ କରିଥିଲେ। ଚିରାଗ ପାସୱାନଙ୍କ ଏହି ଗସ୍ତ ବିହାର ବିଧାନସଭା ନିର୍ବାଚନର ଆରମ୍ଭ ଭାବରେ ଦେଖାଯାଇଛି। ଏଥି ସହିତ ଏନଡିଏ ଭାଙ୍ଗବା ପ୍ରଶ୍ନ ଉପରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ଚିରାଗ କହିଛନ୍ତି ଯେ ବିରୋଧୀଙ୍କ ଏହି ସ୍ବପ୍ନ କେବେ ପୂରଣ ହେବ ନାହିଁ। ଏନଡିଏ ମିଳିତ ମଞ୍ଚ ଦୃଢ ଏବଂ ଆମେ […] The post ଭାଙ୍ଗୁଛି କି ଏନଡିଏ? ଖୋଲାଖୋଲି ଶୁଣାଇଦେଲେ ଚିରାଗ ପାସୱାନ, ରାଜନୀତିରେ ହଇଚଇ appeared first on Dharitri Odia News.
ନୂଆଦିଲ୍ଲୀ,୧୦।୯: ସୋମବାର ବିହାରର ବେଗୁସରାଇରେ ମାଟିହାନି ବିଧାନସଭାରେ ଆୟୋଜିତ ସମାରୋହରେ ଏଲଜେପି ରାମବିଳାସର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ମନ୍ତ୍ରୀ ଚିରାଗ ପାସୱାନ ଅଂଶଗ୍ରହଣ କରିଥିଲେ। ଚିରାଗ ପାସୱାନଙ୍କ ଏହି ଗସ୍ତ ବିହାର ବିଧାନସଭା ନିର୍ବାଚନର ଆରମ୍ଭ ଭାବରେ ଦେଖାଯାଇଛି।
ଏଥି ସହିତ ଏନଡିଏ ଭାଙ୍ଗବା ପ୍ରଶ୍ନ ଉପରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ଚିରାଗ କହିଛନ୍ତି ଯେ ବିରୋଧୀଙ୍କ ଏହି ସ୍ବପ୍ନ କେବେ ପୂରଣ ହେବ ନାହିଁ। ଏନଡିଏ ମିଳିତ ମଞ୍ଚ ଦୃଢ ଏବଂ ଆମେ ଏକାଠି ଆଗକୁ ବଢୁଛି। ଆସନ୍ତା ବିହାର ବିଧାନସଭା ନିର୍ବାଚନରେ ଏନଡିଏ ମେଣ୍ଟ ଜିତିବ। ଆମେ ୨୦୨୫ ବିଧାନସଭା ନିର୍ବାଚନ ସହିତ ୨୦୨୯ ଲୋକ ସଭା ନିର୍ବାଚନରେ ଚତୁର୍ଥ ଥର ପାଇଁ ବିଜୟର ପତାକା ଉଡାଇବୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନଡିଏ ସରକାର ମଧ୍ୟ ଗଠନ ହେବ।
The post ଭାଙ୍ଗୁଛି କି ଏନଡିଏ? ଖୋଲାଖୋଲି ଶୁଣାଇଦେଲେ ଚିରାଗ ପାସୱାନ, ରାଜନୀତିରେ ହଇଚଇ appeared first on Dharitri Odia News.