ଭାଜପା ଆଶାୟୀଙ୍କ ସହ ଯୋଡ଼ିହେଲେ ତ୍ରିନାଥ

ରାୟଗଡ଼ା/ଗୁଣପୁର,୧୬।୩(ଆଶିଷ ରଞ୍ଜନ ପଣ୍ଡା/ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁରର ପୂର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ ବିଜେଡି ଛାଡ଼ି ଶୁକ୍ରବାର ବିଧିବଦ୍ଧ ଭାବେ ଭାଜପାରେ ଯୋଗ ଦେଇଛନ୍ତି ା ଭୁବନେଶ୍ୱରଠାରେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଓ ଅନ୍ୟାନ୍ୟ ଦଳୀୟ ନେତାଙ୍କ ଉପସ୍ଥିତିରେ ତ୍ରିନାଥ ଭାଜପାରେ ମିଶିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଅଞ୍ଚଳର ବିକାଶ ପାଇଁ କାର୍ଯ୍ୟ କରିବା ଉଦ୍ଦେଶ୍ୟରେ ଭାଜପାରେ ଯୋଗଦେଇଥିବା ସେ କହିଛନ୍ତି। ଭାଜପାରୁ ଗୁଣପୁର […] The post ଭାଜପା ଆଶାୟୀଙ୍କ ସହ ଯୋଡ଼ିହେଲେ ତ୍ରିନାଥ appeared first on Dharitri Odia News.

ଭାଜପା ଆଶାୟୀଙ୍କ ସହ ଯୋଡ଼ିହେଲେ ତ୍ରିନାଥ

ରାୟଗଡ଼ା/ଗୁଣପୁର,୧୬।୩(ଆଶିଷ ରଞ୍ଜନ ପଣ୍ଡା/ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁରର ପୂର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ ବିଜେଡି ଛାଡ଼ି ଶୁକ୍ରବାର ବିଧିବଦ୍ଧ ଭାବେ ଭାଜପାରେ ଯୋଗ ଦେଇଛନ୍ତି ା ଭୁବନେଶ୍ୱରଠାରେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଓ ଅନ୍ୟାନ୍ୟ ଦଳୀୟ ନେତାଙ୍କ ଉପସ୍ଥିତିରେ ତ୍ରିନାଥ ଭାଜପାରେ ମିଶିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଅଞ୍ଚଳର ବିକାଶ ପାଇଁ କାର୍ଯ୍ୟ କରିବା ଉଦ୍ଦେଶ୍ୟରେ ଭାଜପାରେ ଯୋଗଦେଇଥିବା ସେ କହିଛନ୍ତି। ଭାଜପାରୁ ଗୁଣପୁର ଆସନ ପାଇଁ ଆଶାୟୀ ରହିଥିବା ନେଇ ପଚାରିବାରୁ ଏ ବିଷୟରେ କିଛି ଭାବିନାହାନ୍ତି, ବରଂ ଜନସାଧାରଣଙ୍କ ସେବା ପାଇଁ ଭାଜପାରେ ଯୋଗଦେଇଥିବା କହିଛନ୍ତି ।
ତ୍ରିନାଥ ୨୦୧୪ ସାଧାରଣ ନିର୍ବାଚନରେ ବିଜେଡିରୁ ଟିକେଟ ପାଇ ବିଧାୟକ ହୋଇଥିଲେ। ସେ କଂଗ୍ରେସ ପ୍ରାର୍ଥୀ ପୁରୁଷୋତ୍ତମ ଗମାଙ୍ଗଙ୍କୁ ହରାଇଥିଲେ। ନିର୍ବାଚନ ପୂର୍ବରୁ ସେ ପେସାରେ ଶିକ୍ଷକ ଥିଲେ ା ଚାକିରିରୁ ଇସ୍ତଫା ଦେଇ ବିଜେଡିରେ ଯୋଗଦେଇଥିଲେ । ଥରେ ବିଧାୟକ ହୋଇଥିଲେ ମଧ୍ୟ ୨୦୧୯ରେ ତ୍ରିନାଥଙ୍କ ବଦଳରେ ଦଳ ରଘୁନାଥ ଗମାଙ୍ଗଙ୍କୁ ଟିକେଟ ଦେଇଥିଲା। ଏଥିରେ ବ୍ୟତିବ୍ୟସ୍ତ ହୋଇ ୨୦୧୯ ନିର୍ବାଚନରେ ତ୍ରିନାଥ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ ହେଁ ୨୬ହଜାର ୩୨୧ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ।
ଆଲୋଚନା ହେଉଛି ତ୍ରିନାଥ ଟିକେଟ ପାଇବା ଆଶାରେ ଭାଜପାରେ ଯୋଗଦେଇଛନ୍ତି। କିନ୍ତୁ ପୂର୍ବରୁ ଅବସରପ୍ରାପ୍ତ ଏବିଡିଓ ନର୍ସିଙ୍ଗ ମାଣ୍ଡାଙ୍ଗି ଓ ପୂର୍ବତନ ସରପଞ୍ଚ ବିଜୟକୃଷ୍ଣ ଶବର ମଧ୍ୟ ଭାଜପାରୁ ଗୁଣପୁର ଆସନ ପାଇଁ ଆଶାୟୀ ରହିଛନ୍ତି । ଫଳରେ ଗୁଣପୁର ନିର୍ବାଚନମଣ୍ଡଳୀର ଭାଜପାରେ ଏବେ ଭ୍ରୂକଞ୍ଚନ ସୃଷ୍ଟି ହୋଇଛି । ବିଜେଡି ଓ ଭାଜପା ମଧ୍ୟରେ ମେଣ୍ଟ ହେଲେ ଗୁଣପୁର ଆସନ ପୂର୍ବ ଭଳି ଭାଜପା ଭାଗରେ ପଡ଼ିପାରେ ଓ ସେଥିପାଇଁ ତ୍ରିନାଥ ଭାଜପାରେ ଯୋଗଦେଇଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ଅନ୍ୟପଟେ ବିଧାୟକ ରଘୁନାଥ ବିଜେଡିରୁ ପୁଣି ଥରେ ପ୍ରାର୍ଥୀ ଦୌଡ଼ରେ ରହିଛନ୍ତି  । ଗୁଣପୁର ବିଧାନସଭା ଆସନରେ ବିଜେଡି ପ୍ରତ୍ୟେକ ଥର ପ୍ରାର୍ଥୀ ପରିବର୍ତ୍ତନ କରୁଥିବା ବେଳେ ବର୍ତ୍ତମାନ ରଘୁନାଥଙ୍କୁ ଦଳ ପୁଣି ପ୍ରାର୍ଥୀ କରୁଛି କିମ୍ବା ଅନ୍ୟ କାହାକୁ ଟିକେଟ ଦେଉଛି, ତାହା ଦେଖିବାକୁ ବାକି ରହିଲା ।

The post ଭାଜପା ଆଶାୟୀଙ୍କ ସହ ଯୋଡ଼ିହେଲେ ତ୍ରିନାଥ appeared first on Dharitri Odia News.