ଭାଜପା ଏମ୍ପି ତେଜସ୍ବୀ ସୂର୍ଯ୍ୟା ଅଟକ
ବେଙ୍ଗାଲୁରୁ,୧୯।୩: କର୍ନାଟକର ବେଙ୍ଗାଲୁରୁରେ ଅଜାନ ସମୟରେ ହନୁମାନ ଚାଳିଶା ବଜାଇବାକୁ ନେଇ ଉପୁଜିଥିବା ବିବାଦ ବଢ଼ିବାରେ ଲାଗିଛି। ଏଠାରେ ହନୁମାନ ଚାଳିଶା ବଜାଇବାକୁ ନେଇ ଜଣେ ଦୋକାନୀଙ୍କୁ ମାର୍ମିଟ୍ କରାଯିବାରୁ ହିନ୍ଦୁ ସମ୍ପ୍ରଦାୟଙ୍କ ମଧ୍ୟରେ ଆକ୍ରୋଶ ବଢ଼ିଛି। ମଙ୍ଗଳବାର ଏହି ମାମଲାକୁ ନେଇ ବିରୋଧ ପ୍ରଦର୍ଶନ ହୋଇଥିଲା, ଏଥିରେ ଭାଜପା ଏମ୍ପି ତେଜସ୍ବୀ ସୂର୍ଯ୍ୟା ସାମିଲ ହୋଇଥିଲେ। ଏହାପରେ ପୋଲିସ ତାଙ୍କୁ ଅଟକ ରଖିଛି। ଏହାର ଭିଡିଓ ସାମ୍ନାକୁ ଆସିଛି। ତେବେ ଏହି ସମୟରେ ପ୍ରଦର୍ଶନକାରୀଙ୍କୁ ରୋକିବା […] The post ଭାଜପା ଏମ୍ପି ତେଜସ୍ବୀ ସୂର୍ଯ୍ୟା ଅଟକ appeared first on Dharitri Odia News.
ବେଙ୍ଗାଲୁରୁ,୧୯।୩: କର୍ନାଟକର ବେଙ୍ଗାଲୁରୁରେ ଅଜାନ ସମୟରେ ହନୁମାନ ଚାଳିଶା ବଜାଇବାକୁ ନେଇ ଉପୁଜିଥିବା ବିବାଦ ବଢ଼ିବାରେ ଲାଗିଛି। ଏଠାରେ ହନୁମାନ ଚାଳିଶା ବଜାଇବାକୁ ନେଇ ଜଣେ ଦୋକାନୀଙ୍କୁ ମାର୍ମିଟ୍ କରାଯିବାରୁ ହିନ୍ଦୁ ସମ୍ପ୍ରଦାୟଙ୍କ ମଧ୍ୟରେ ଆକ୍ରୋଶ ବଢ଼ିଛି। ମଙ୍ଗଳବାର ଏହି ମାମଲାକୁ ନେଇ ବିରୋଧ ପ୍ରଦର୍ଶନ ହୋଇଥିଲା, ଏଥିରେ ଭାଜପା ଏମ୍ପି ତେଜସ୍ବୀ ସୂର୍ଯ୍ୟା ସାମିଲ ହୋଇଥିଲେ। ଏହାପରେ ପୋଲିସ ତାଙ୍କୁ ଅଟକ ରଖିଛି। ଏହାର ଭିଡିଓ ସାମ୍ନାକୁ ଆସିଛି। ତେବେ ଏହି ସମୟରେ ପ୍ରଦର୍ଶନକାରୀଙ୍କୁ ରୋକିବା ଲାଗି ହାଲ୍କା ବଳ ପ୍ରୟୋଗ କରାଯାଇଥିଲା।
କହିରଖୁଛୁ, ରବିବାର ସିଦ୍ଧନା ଲେଆଉଟ୍ ନିକଟରେ ଅପରାହ୍ନରେ ଅଜାନ ହେଉଥିଲା। ଏହି ସମୟରେ ଜଣେ ଦୋକାନୀ ହନୁମାନ ଚାଳିଶା ବଜାଇଥିଲେ। ଏହାପରେ ଅନ୍ୟ ସମ୍ପ୍ରଦାୟର ଲୋକେ ଦୋକାନୀଙ୍କୁ ମାର୍ପିଟ୍ କରିଥିଲେ। ଘଟଣାକୁ ନେଇ ସୋମବାର ଭାଜପା ଏମ୍ପି ତେଜସ୍ବୀ ପୀଡ଼ିତ ଦୋକାନୀଙ୍କୁ ଭେଟିଥିଲେ।
ମଙ୍ଗଳବାର ଦୋକାନୀଙ୍କୁ ସମର୍ଥନ କରି ଲୋକେ ବିରୋଧ ପ୍ରଦର୍ଶନ କରିଥିଲେ। ଏଥିରେ ତେଜସ୍ବୀ ସାମିଲ ହୋଇଥିଲେ। ଧିରେ ଧିରେ ପ୍ରଦର୍ଶନକାରୀଙ୍କ ସଂଖ୍ୟା ବଢ଼ିବାରେ ପୋଲିସ ସେମାନଙ୍କୁ ରୋକିବା ଲାଗି ହାଲ୍କା ବଳ ପ୍ରୟୋଗ କରିଥିଲେ। ପରେ ତେଜସ୍ବୀଙ୍କୁ ଅଟକ ରଖାଯାଇଥିଲା। ସାମ୍ନାକୁ ଆସିଥିବା ଭିଡିଓରେ ତେଜସ୍ବୀ ନିଜ ସମର୍ଥକଙ୍କୁ ଫେରିଯିବାକୁ ଅପିଲ କରୁଥିବା ଦେଖାଯାଇଛି। ହେଲେ ସମର୍ଥକଙ୍କ ମଧ୍ୟରେ ଆକ୍ରୋଶ ବଢ଼ିଥିବା କୁହାଯାଉଛି।
The post ଭାଜପା ଏମ୍ପି ତେଜସ୍ବୀ ସୂର୍ଯ୍ୟା ଅଟକ appeared first on Dharitri Odia News.