ସାରା ଦେଶରେ ରିଲାଏନ୍ସର ସ୍ବଚ୍ଛତା ଅଭିଯାନ

ଭୁବନେଶ୍ୱର,୭।୧୦(ଅଭୟ ଦାଶ): ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ(ଆର୍‌ଆଇଏଲ୍‌)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ଉଇ କେୟାର ଫର୍‌ ସ୍ବଚ୍ଛତା ଅଭିଯାନର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ୭୫,୦୦୦ ରୁ ଅଧିକ ରିଲାଏନ୍ସ ସ୍ବେଚ୍ଛାସେବୀ ଦେଶବ୍ୟାପୀ ସ୍ବଚ୍ଛତା ହିଁ ସେବା ଜନ ଆନ୍ଦୋଳନର ଏକ ଅଂଶ ଭାବେ ୪,୧୦୦ ସ୍ଥାନରେ ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ୫୯ ହଜାରରୁ ଅଧିକ ରିଲାଏନ୍ସ କର୍ମଚାରୀ ସାମିଲ ଥିବାବେଳେ ପ୍ରାୟ ୧୬ ହଜାର ସାଧାରଣ ଲୋକ ରିଲାଏନ୍ସ ଫାଉଣ୍ଡେଶନର ବିଭିନ୍ନ ଅଭିଯାନ […] The post ସାରା ଦେଶରେ ରିଲାଏନ୍ସର ସ୍ବଚ୍ଛତା ଅଭିଯାନ appeared first on Dharitri Odia News.

ସାରା ଦେଶରେ ରିଲାଏନ୍ସର ସ୍ବଚ୍ଛତା ଅଭିଯାନ

ଭୁବନେଶ୍ୱର,୭।୧୦(ଅଭୟ ଦାଶ): ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ(ଆର୍‌ଆଇଏଲ୍‌)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ଉଇ କେୟାର ଫର୍‌ ସ୍ବଚ୍ଛତା ଅଭିଯାନର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ୭୫,୦୦୦ ରୁ ଅଧିକ ରିଲାଏନ୍ସ ସ୍ବେଚ୍ଛାସେବୀ ଦେଶବ୍ୟାପୀ ସ୍ବଚ୍ଛତା ହିଁ ସେବା ଜନ ଆନ୍ଦୋଳନର ଏକ ଅଂଶ ଭାବେ ୪,୧୦୦ ସ୍ଥାନରେ ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ୫୯ ହଜାରରୁ ଅଧିକ ରିଲାଏନ୍ସ କର୍ମଚାରୀ ସାମିଲ ଥିବାବେଳେ ପ୍ରାୟ ୧୬ ହଜାର ସାଧାରଣ ଲୋକ ରିଲାଏନ୍ସ ଫାଉଣ୍ଡେଶନର ବିଭିନ୍ନ ଅଭିଯାନ ସହିତ ଜଡିତ ଅଛନ୍ତି। ସେହିଭଳି ରିଲାଏନ୍ସ କର୍ମଚାରୀଙ୍କ ସହିତ ସେମାନଙ୍କ ପରିବାର ଏବଂ ସମୁଦାୟର ଲୋକମାନେ ମଧ୍ୟ ଏହି ଅଭିଯାନରେ ଅଂଶଗ୍ରହଣ କରିଥିଲେ। ଏହି ପରିପ୍ରେକ୍ଷୀରେ ୧୭ ହଜାରରୁ ଅଧିକ ଚାରା ରୋପଣ କରାଯାଇଥିଲା।
ଏ ସମ୍ପର୍କରେ ରିଲାଏନ୍ସ ଫାଉଣ୍ଡେଶନର ସିଇଓ ଜଗନ୍ନାଥ କୁମାର କହିଛନ୍ତି, ରିଲାଏନ୍ସ ପାଇଁ ସ୍ବଚ୍ଛ ଭାରତ କେବଳ ଏକ ମିଶନ ନୁହେଁ, ରିଲାଏନ୍ସ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ପରିବେଶର ଯତ୍ନ ନେବା ଲାଗି ଏହା ଏକ ସୁଯୋଗ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଥିଲେ। ଚଳିତ ବର୍ଷ ଭାରତ ସରକାରଙ୍କ ସ୍ବଚ୍ଛତା ହିଁ ସେବା ଅଭିଯାନରେ ଆମର ଅଂଶଗ୍ରହଣ ଏକ ଦଶନ୍ଧି ସମ୍ପୂର୍ଣ୍ଣ କରିଛି। ଏପରିକି ରିଲାଏନ୍ସ ପରିବ୍ୟବସ୍ଥାରେ ସନ୍ନିବେଶିତ ଉଇ କେୟାର ଦର୍ଶନ ଅନ୍ତର୍ଗତ ଆମର ଅଭିଯାନ ଏକ ସ୍ବଚ୍ଛ ଏବଂ ସବୁଜ ଭାରତର ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି। ସମଗ୍ର ଭାରତରେ ସ୍ବଚ୍ଛତା ପାଇଁ ସ୍ବେଚ୍ଛାସେବୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏହି ଅଭିଯାନରେ ଯୋଗଦେବା ପାଇଁ ଜନସମୁଦାୟକୁ ଉତ୍ସାହିତ କରିବା ଆମର ମୂଳ ଲକ୍ଷ୍ୟ ଥିଲା। ଉଲ୍ଲେଖଯୋଗ୍ୟ, ୨୦୨୪ ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୨ମଧ୍ୟରେ ବିଭିନ୍ନ ପ୍ରମୁଖ ଆବାସିକ ଅଞ୍ଚଳ, ବିଦ୍ୟାଳୟ, ବଜାର, ବେଳାଭୂମି, ଧାର୍ମିକ ସ୍ଥଳ, ରେଳ ଷ୍ଟେଶନ, ବସ୍‌ଷ୍ଟାଣ୍ଡ, ରାସ୍ତା, ପାର୍କ ଏବଂ ଅନ୍ୟାନ୍ୟ ସର୍ବସାଧାରଣ ସ୍ଥାନଗୁଡିକରେ ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହା ବ୍ୟତୀତ ରିଲାଏନ୍ସ ସ୍ବେଚ୍ଛାସେବୀମାନଙ୍କ ଦ୍ୱାରା ଆୟୋଜିତ ସଚେତନତା କୁଇଜ୍‌, ପେଣ୍ଟିଂ ଏବଂ ପ୍ରବନ୍ଧ ପ୍ରତିଯୋଗିତା ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ୩୦,୦୦୦ ରୁ ଅଧିକ ପିଲା ଅଂଶଗ୍ରହଣ କରିଥିଲେ।

The post ସାରା ଦେଶରେ ରିଲାଏନ୍ସର ସ୍ବଚ୍ଛତା ଅଭିଯାନ appeared first on Dharitri Odia News.