ଓଡ଼ିଆରେ କେନ୍ଦୁଝର, ଇଂଲିଶରେ କେଉଁଝର

କେନ୍ଦୁଝର,୧୧ା୨(ଦୀପକ ମିଶ୍ର)ରାଜ୍ୟ ସରକାର ଏବେ ଓଡ଼ିଆ ଭାଷାକୁ ଗୁରୁତ୍ୱ ଦେଇ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ କରିଛନ୍ତି। ମାତ୍ର ଏବେ ବି ଏଭଳି ଅନେକ ଓଡ଼ିଆ ଭାଷା ଅଛି ଯାହା ଭାଷା ଅନୁଯାୟୀ ଉଚ୍ଚାରଣ ଓ ବର୍ଣ୍ଣନା କରାଯାଉଛି। ସେଥି ମଧ୍ୟରେ କେନ୍ଦୁଝର ଜିଲା ରହିଛି। ପୁଣ୍ୟତୋୟା ବୈତରଣୀର ଝର କେନ୍ଦୁ ଗଛ ମୂଳରୁ ବାହାରି ଥିବାରୁ ଜିଲାର ନାମ କେନ୍ଦୁଝର ହୋଇଥିବା ଐତିହାସିକମାନେ ମତବ୍ୟକ୍ତ କରନ୍ତି। କିନ୍ତୁ ଏହାକୁ ଓଡ଼ିଆରେ କେନ୍ଦୁଝର ଲେଖାଯାଉଥିବା କୁହାଯାଉଥିବା […] The post ଓଡ଼ିଆରେ କେନ୍ଦୁଝର, ଇଂଲିଶରେ କେଉଁଝର appeared first on Dharitri Odia News.

ଓଡ଼ିଆରେ କେନ୍ଦୁଝର, ଇଂଲିଶରେ କେଉଁଝର

କେନ୍ଦୁଝର,୧୧ା୨(ଦୀପକ ମିଶ୍ର)ରାଜ୍ୟ ସରକାର ଏବେ ଓଡ଼ିଆ ଭାଷାକୁ ଗୁରୁତ୍ୱ ଦେଇ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ କରିଛନ୍ତି। ମାତ୍ର ଏବେ ବି ଏଭଳି ଅନେକ ଓଡ଼ିଆ ଭାଷା ଅଛି ଯାହା ଭାଷା ଅନୁଯାୟୀ ଉଚ୍ଚାରଣ ଓ ବର୍ଣ୍ଣନା କରାଯାଉଛି। ସେଥି ମଧ୍ୟରେ କେନ୍ଦୁଝର ଜିଲା ରହିଛି। ପୁଣ୍ୟତୋୟା ବୈତରଣୀର ଝର କେନ୍ଦୁ ଗଛ ମୂଳରୁ ବାହାରି ଥିବାରୁ ଜିଲାର ନାମ କେନ୍ଦୁଝର ହୋଇଥିବା ଐତିହାସିକମାନେ ମତବ୍ୟକ୍ତ କରନ୍ତି। କିନ୍ତୁ ଏହାକୁ ଓଡ଼ିଆରେ କେନ୍ଦୁଝର ଲେଖାଯାଉଥିବା କୁହାଯାଉଥିବା ବେଳେ ଇଂଲିଶରେ କେଉଁଝର ଲେଖାଯାଉଛି। ଅନେକ ସମୟରେ ଏହି ଶବ୍ଦର ଉଚ୍ଚାରଣ ଏବଂ ଲେଖନକୁ ନେଇ ସମସ୍ୟା ସୃଷ୍ଟି ହେଉଛି।
ପୂର୍ବରୁ ଖିଚିଂ ମଣ୍ଡଳ ବା ଛୋଟନାଗପୁର ଭୂଖଣ୍ଡ ମଧ୍ୟରେ ଥିବା ଏହି କେନ୍ଦୁଝର ରାଜାରାଜୁଡ଼ା ଶାସନ ବେଳୁ କେନ୍ଦୁଝର ନାମକରଣ ହୋଇଥିବା କଥା ଐତିହାସିକମାନେ ପ୍ରକାଶ କରିଥାନ୍ତି। ପୁଣ୍ୟତୋୟା ବୈତରଣୀର ପ୍ରତି କୋଣରେ ଶିବଙ୍କ ମନ୍ଦିର ରହିଥିବା ସହ ଉଭୟ ବୌଦ୍ଧ ଓ ଜୈନ ଧର୍ମାବଲମ୍ବୀମାନେ ଏହି ଜିଲାକୁ ପୁଣ୍ୟତୀର୍ଥ ବୋଲି ଅଭିହିତ କରିଥାନ୍ତି। ଜିଲାର ନଦୀ, ବିଭିନ୍ନ ପର୍ଯ୍ୟଟନସ୍ଥଳୀ, ଘନ ଜଙ୍ଗଲ, ବନ୍ୟପ୍ରାଣୀ, ଜଳପ୍ରପାତ ଓ ବିଶେଷ କରି ଲୋକଙ୍କ ସରଳିଆ ଜୀବନଶୈଳୀ ଜିଲାର ମହତ୍ତ୍ୱକୁ ଅଧିକ ମାତ୍ରାରେ ପ୍ରତିପାଦନ କରିଥାଏ। ରାଜ୍ୟର ଅନ୍ୟ ଜିଲା ତୁଳନାରେ କେନ୍ଦୁଝର ଅଧିକ ଗୁରୁତ୍ୱ ବହନ କରେ। ଏଠାରୁ ସିଂହ ଭାଗ ରାଜସ୍ବ ରାଜ୍ୟ ରାଜକୋଷକୁ ମଧ୍ୟ ଯାଇଥାଏ। କିନ୍ତୁ ଜିଲାର ନାମ ଅପଭ୍ରଂଶକୁ ନେଇ ଉଦ୍‌ବେଗ ପ୍ରକାଶ ପାଉଥିବା ବେଳେ ଏଥିପ୍ରତି କେହି ଧ୍ୟାନ ଦେଉନାହାନ୍ତି। ଓଡ଼ିଆରେ କେନ୍ଦୁଝର ଲେଖା ଯାଉଥିବାବେଳେ ଇଂଲିଶରେ ଏହାକୁ କଦର୍ଯ୍ୟ କରାଯାଇ କେଉଁଝର ବୋଲି ଦୀର୍ଘଦିନ ହେବ ଉଲ୍ଲେଖ କରାଯାଉଛି। ସରକାରୀ କାର୍ଯ୍ୟାଳୟର ଫଳକରେ ମଧ୍ୟ ଓଡ଼ିଆରେ କେନ୍ଦୁଝର, ଇଂଲିଶରେ କେଉଁଝର ଲେଖାଯିବା ଦୃଷ୍ଟିଗୋଚର ହେଉଛି। ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ କେନ୍ଦୁଝର ପରିବର୍ତ୍ତେ କେଉଁଝର ବୋଲି କୁହାଯାଉଛି। ଏଥିପ୍ରତି ସରକାରୀସ୍ତରରେ ତୁରନ୍ତ ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ଏହାର ସଂଶୋଧନ କରିବା ଉଚିତ୍‌ ବୋଲି ବୁଦ୍ଧିଜୀବୀ ବିରଜା ମିଶ୍ର କହିଛନ୍ତି। ତ୍ରୁଟିକୁ ସୁଧାରିବା ପାଇଁ ଦୀର୍ଘଦିନ ଧରି ଭାଷାପ୍ରେମୀଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଉଥିଲେ ମଧ୍ୟ ତାହା ସଂଶୋଧନ ହେଉ ନ ଥିବା କେନ୍ଦୁଝରିଆଙ୍କୁ ଆଘାତ ଦେଇଛି ବୋଲି ସେ କହିଛନ୍ତି।

The post ଓଡ଼ିଆରେ କେନ୍ଦୁଝର, ଇଂଲିଶରେ କେଉଁଝର appeared first on Dharitri Odia News.