ଭାଜପା ଛାଡ଼ି ପୁଣି ବିଜେଡିକୁ ଫେରିଲେ ବରି ବ୍ଲକ ଅଧ୍ୟକ୍ଷ ଅଶୋକ ଗେଡି
ଭୁବନେଶ୍ୱର,୨୭।୮: ଘର ବାହୁଡା କରିଛନ୍ତି ବରି ବ୍ଲକ ଅଧ୍ୟକ୍ଷ ଅଶୋକ ଗେଡି। କିଛିଦିନ ତଳେ ସେ ବିଜେଡି ଚଡି ଭାଜପାରେ ଯୋଗ ଦେଇଥିଲେ। ଯାହାପରେ ବରୀ ରାଜନୀତି ସରଗରମ ହୋଇଉଠିଥିଲା। ସ୍ଥାନୀୟ ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକ ଅଶୋକ ଗେଡିଙ୍କୁ ଦଳକୁ ଫେରାଇ ଆଣିବାରେ ସକ୍ଷମ ହୋଇଛନ୍ତି। ମଙ୍ଗଳବାର ଶଙ୍ଖ ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେ ଦଳକୁ ଫେରିଛନ୍ତି। ଏହି ଅବସରରେ ଦଳର ବରିଷ୍ଠ ନେତା ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଳିକ କହିଛନ୍ତି […] The post ଭାଜପା ଛାଡ଼ି ପୁଣି ବିଜେଡିକୁ ଫେରିଲେ ବରି ବ୍ଲକ ଅଧ୍ୟକ୍ଷ ଅଶୋକ ଗେଡି appeared first on Dharitri Odia News.
ଭୁବନେଶ୍ୱର,୨୭।୮: ଘର ବାହୁଡା କରିଛନ୍ତି ବରି ବ୍ଲକ ଅଧ୍ୟକ୍ଷ ଅଶୋକ ଗେଡି। କିଛିଦିନ ତଳେ ସେ ବିଜେଡି ଚଡି ଭାଜପାରେ ଯୋଗ ଦେଇଥିଲେ। ଯାହାପରେ ବରୀ ରାଜନୀତି ସରଗରମ ହୋଇଉଠିଥିଲା। ସ୍ଥାନୀୟ ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକ ଅଶୋକ ଗେଡିଙ୍କୁ ଦଳକୁ ଫେରାଇ ଆଣିବାରେ ସକ୍ଷମ ହୋଇଛନ୍ତି। ମଙ୍ଗଳବାର ଶଙ୍ଖ ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେ ଦଳକୁ ଫେରିଛନ୍ତି।
ଏହି ଅବସରରେ ଦଳର ବରିଷ୍ଠ ନେତା ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଳିକ କହିଛନ୍ତି ଶାସକ ଦଳ ବିଜେଡି ଭାଙ୍ଗିବାକୁ ଚେଷ୍ଟା କରୁଛି। ଅଶୋକଙ୍କୁ ପ୍ରଲୋଭନ ଓ ବିଭିନ୍ନ ଧମକ ଦିଆଯାଇଥିଲା। ତେବେ ସେ ଆଜି ନିଜ ଘର ବାହୁଡା କରିଛନ୍ତି ଏବଂ ତାଙ୍କ ସହିତ ଅନେକ ସରପଞ୍ଚ ଓ ସମିତି ସଭ୍ୟ ପୁଣି ବିଜେଡିକୁ ଫେରିଛନ୍ତି। ଫଳରେ ଯାଜପୁର ବରୀ ନିର୍ବାଚନ ମଣ୍ଡଳିରେ ଦଳର ଶକ୍ତି ବୃଦ୍ଧି ପାଇଛି ଓ ଯାଜପୁରରେ ଦଳ ସୁସଙ୍ଗଠିତ ହୋଇ ରହିଛି।
ତେବେ ଗତ ୧୬ ତାରିଖରେ ବିଶ୍ୱଙ୍କ ସମର୍ଥିତ ଅଧ୍ୟକ୍ଷ ଗେଡ଼ି ନିଜ ସମର୍ଥିତ ୧୨ଜଣ ସମିତି ସଭ୍ୟାସଭ୍ୟ ଓ ୬ଜଣ ସରପଞ୍ଚଙ୍କୁ ନେଇ ଭାଜପାରେ ଯୋଗଦେଇଥିଲେ। ଏହାପରେ ବରୀ ବିଧାୟକ ବିଶ୍ୱ ନିଜ ସମର୍ଥିତ ଆଗଧାଡ଼ିର ନେତାମାନଙ୍କ ସହ ଏ ସଂକ୍ରାନ୍ତରେ ଆଲୋଚନା କରି ଦଳ ଛାଡ଼ିଥିବା ଜନପ୍ରତିନିଧିମାନଙ୍କୁ ବିଜେଡିକୁ ଫେରାଇ ଆଣିବାକୁ ଉଦ୍ୟମ ଆରମ୍ଭ କରିଥିଲେ।
The post ଭାଜପା ଛାଡ଼ି ପୁଣି ବିଜେଡିକୁ ଫେରିଲେ ବରି ବ୍ଲକ ଅଧ୍ୟକ୍ଷ ଅଶୋକ ଗେଡି appeared first on Dharitri Odia News.