‘ଭାଜପା ମିଛ କହି…’, ବିଜେଡି ପ୍ରତିଷ୍ଠା ଦିବସରେ ବିଜେଡି ହାରିବାର କାରଣ ଖୋଲି କହିଲେ ନବୀନ

ଭୁବନେଶ୍ୱର,୨୬।୧୨: ବିଜେଡି ହାରିବାର କାରଣ ଖୋଲି କହିଛନ୍ତି ବିରୋଧି ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ କହିଛନ୍ତି, ଭାଜପା ମିଛ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛି। ଆମର ଭୁଲ ଆମେ ଭାଜପାର ମିଛକୁ କାଉଣ୍ଟର କଲୁନି। ଭାଜପା ମିଛ କହି କ୍ଷମତାକୁ ଆସିଛି, ଲୋକ ଜାଣିସାରିଲେଣି। ଆମେ ହାରିନୁ କି ଲୋକଙ୍କ ବିଶ୍ବାସ ହରାଇ ନାହୁଁ। ଅନ୍ୟପଟେ, ଭାରତ ରତ୍ନ ଉପରେ ନବୀନ ପ୍ରତିକ୍ରିୟା ଦେଇ କହିଛନ୍ତି, କାହିଁକି ଗିରିରାଜ ଏମିତି କହିଲେ […] The post ‘ଭାଜପା ମିଛ କହି…’, ବିଜେଡି ପ୍ରତିଷ୍ଠା ଦିବସରେ ବିଜେଡି ହାରିବାର କାରଣ ଖୋଲି କହିଲେ ନବୀନ appeared first on Dharitri Odia News.

‘ଭାଜପା ମିଛ କହି…’, ବିଜେଡି ପ୍ରତିଷ୍ଠା ଦିବସରେ ବିଜେଡି ହାରିବାର କାରଣ ଖୋଲି କହିଲେ ନବୀନ

ଭୁବନେଶ୍ୱର,୨୬।୧୨: ବିଜେଡି ହାରିବାର କାରଣ ଖୋଲି କହିଛନ୍ତି ବିରୋଧି ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ କହିଛନ୍ତି, ଭାଜପା ମିଛ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛି। ଆମର ଭୁଲ ଆମେ ଭାଜପାର ମିଛକୁ କାଉଣ୍ଟର କଲୁନି। ଭାଜପା ମିଛ କହି କ୍ଷମତାକୁ ଆସିଛି, ଲୋକ ଜାଣିସାରିଲେଣି। ଆମେ ହାରିନୁ କି ଲୋକଙ୍କ ବିଶ୍ବାସ ହରାଇ ନାହୁଁ।

ଅନ୍ୟପଟେ, ଭାରତ ରତ୍ନ ଉପରେ ନବୀନ ପ୍ରତିକ୍ରିୟା ଦେଇ କହିଛନ୍ତି, କାହିଁକି ଗିରିରାଜ ଏମିତି କହିଲେ ଜାଣିନାହିଁ। ବୁଧବାର କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭାରତ ରତ୍ନ ଦିଆଯାଉ ବୋଲି ଦାବି କରିଥିଲେ।

 

The post ‘ଭାଜପା ମିଛ କହି…’, ବିଜେଡି ପ୍ରତିଷ୍ଠା ଦିବସରେ ବିଜେଡି ହାରିବାର କାରଣ ଖୋଲି କହିଲେ ନବୀନ appeared first on Dharitri Odia News.