ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ
ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ ଭଗବାନ ପଣ୍ଡା ଗୁରୁବାର ସନ୍ଧ୍ୟାରେ ଦଳରୁ ଇସ୍ତଫା ଦେଇଛନ୍ତି । ଏନେଇ ସେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପାଖକୁ ତାଙ୍କ ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ଏହାର ନକଲ ଜିଲା ସଭାପତି ଏବଂ ସମ୍ପାଦକଙ୍କ ପାଖକୁ ପଠାଇ ଦେଇଛନ୍ତି। ଭଗବାନ ଦୀର୍ଘ ଦିନ ହେଲା ଦଳରେ ଅବହେଳିତ ଅବସ୍ଥାରେ ଥିଲେ। […] The post ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ appeared first on Dharitri Odia News.
ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ ଭଗବାନ ପଣ୍ଡା ଗୁରୁବାର ସନ୍ଧ୍ୟାରେ ଦଳରୁ ଇସ୍ତଫା ଦେଇଛନ୍ତି । ଏନେଇ ସେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପାଖକୁ ତାଙ୍କ ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ଏହାର ନକଲ ଜିଲା ସଭାପତି ଏବଂ ସମ୍ପାଦକଙ୍କ ପାଖକୁ ପଠାଇ ଦେଇଛନ୍ତି। ଭଗବାନ ଦୀର୍ଘ ଦିନ ହେଲା ଦଳରେ ଅବହେଳିତ ଅବସ୍ଥାରେ ଥିଲେ। ତେଣୁ ବାଧ୍ୟ ହୋଇ ଆଜି ଦଳରୁ ଇସ୍ତଫା ଦେଇଛି ବୋଲି ଭଗବାନ ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଏଥିସହ ଦୁଇ ତିନିଦିନ ମଧ୍ୟରେ ଗଞ୍ଜାମ ଜିଲାର ୭ରୁ ଊର୍ଦ୍ଧ୍ୱ ଜଣାଶୁଣା ଭାଜପା ନେତା ଦଳ ଛାଡ଼ି ବିଜେଡ଼ିରେ ମିଶିବା କାର୍ଯ୍ୟକ୍ରମ ରହିଛି ବୋଲି ଭଗବାନ ସୂଚନା ଦେଇଛନ୍ତି । ଭଗବାନ ଦୀର୍ଘ ୩୦ ବର୍ଷ ଧରି ସୋରଡ଼ା ନିର୍ବାଚନମଣ୍ଡଳୀରେ ଦଳୀୟ ସଙ୍ଗଠନ ବୃଦ୍ଧିରେ କାର୍ଯ୍ୟ କରୁଥିଲେ। ତେଣୁ ଉକ୍ତ ନିର୍ବାଚନମଣ୍ଡଳୀର କେତେକ ଅଞ୍ଚଳରେ ତାଙ୍କର ଏବେବି ପ୍ରଭାବ ଅଛି। ତେଣୁ ଭଗବାନ ଦଳ ଛାଡ଼ିବା ପରେ ଭାଜପାକୁ ଶକ୍ତ ଧକ୍କା ଲାଗିଛି । ଅପରପକ୍ଷେ ଶୁକ୍ରବାର ଭଗବାନ ଭୁବନେଶ୍ୱର ଶଙ୍ଖ ଭବନ ଯାଇ ସେଠାରେ ତାଙ୍କର ଶତାଧିକ ସମର୍ଥକ ସହ ବିଜେଡ଼ିରେ ମିଶିବା କାର୍ଯ୍ୟକ୍ରମ ରହିଛି ବୋଲି ସୋରଡ଼ା ନିର୍ବାଚନମଣ୍ଡଳୀର ଜଣେ ବରିଷ୍ଠ ବିଜେଡ଼ି ନେତା ସୂଚନା ଦେଇଛନ୍ତି।
The post ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ appeared first on Dharitri Odia News.