ଭାଜପା ସରକାର କେବଳ ରଙ୍ଗ ବଦଳାଇବା କାମ କରିଛି: ଦେବାଶିଷ

କଟକ,୨୦ା୯(ଶିଳ୍ପା ପ୍ରିୟଦର୍ଶିନୀ):ଓଡ଼ିଶାରେ ଭାଜପା ସରକାର ଗଠନକୁ ୧୦୦ ଦିନ ପୂରଣ ହୋଇଛି। ଭାଜପା ସରକାରକୁ ଟାର୍ଗେଟ୍‌ କରିଛନ୍ତି ରାଜ୍ୟ ସଭା ସଦସ୍ୟ ତଥା ବିଜେଡି କଟକ ଜିଲା ସଭାପତି ଦେବାଶିଷ ସାମନ୍ତରାୟ। କଟକ ବିଜୁ ପଟ୍ଟନାୟକ ଛକଠାରେ ଆୟୋଜିତ ଏକ ବୈଠକରେ ଯୋଗଦେବା ପରେ ଦେବାଶିଷ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଭାଜପା ସରକାର ୧୦୦ ଦିନରେ କୌଣସି କାମ କରିନାହିଁ। ଏପର୍ଯ୍ୟନ୍ତ କୌଣସି ଦଳର ସରକାର ଗଠନ ହେବାର ୧୦୦ ଦିନ ପାଳନ କରାଯାଇ ନାହିଁ। […] The post ଭାଜପା ସରକାର କେବଳ ରଙ୍ଗ ବଦଳାଇବା କାମ କରିଛି: ଦେବାଶିଷ appeared first on Dharitri Odia News.

ଭାଜପା ସରକାର କେବଳ ରଙ୍ଗ ବଦଳାଇବା କାମ କରିଛି: ଦେବାଶିଷ

କଟକ,୨୦ା୯(ଶିଳ୍ପା ପ୍ରିୟଦର୍ଶିନୀ):ଓଡ଼ିଶାରେ ଭାଜପା ସରକାର ଗଠନକୁ ୧୦୦ ଦିନ ପୂରଣ ହୋଇଛି। ଭାଜପା ସରକାରକୁ ଟାର୍ଗେଟ୍‌ କରିଛନ୍ତି ରାଜ୍ୟ ସଭା ସଦସ୍ୟ ତଥା ବିଜେଡି କଟକ ଜିଲା ସଭାପତି ଦେବାଶିଷ ସାମନ୍ତରାୟ। କଟକ ବିଜୁ ପଟ୍ଟନାୟକ ଛକଠାରେ ଆୟୋଜିତ ଏକ ବୈଠକରେ ଯୋଗଦେବା ପରେ ଦେବାଶିଷ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଭାଜପା ସରକାର ୧୦୦ ଦିନରେ କୌଣସି କାମ କରିନାହିଁ। ଏପର୍ଯ୍ୟନ୍ତ କୌଣସି ଦଳର ସରକାର ଗଠନ ହେବାର ୧୦୦ ଦିନ ପାଳନ କରାଯାଇ ନାହିଁ। ଭାଜପା ସରକାର କହିପାରିବେ ଏହି ୧୦୦ ଦିନରେ କ’ଣ କାମ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିକାଶମୂଳକ କାର୍ଯ୍ୟ କରିଥିଲେ। ଏବେ ଭାଜପା ସରକାର ଏହି ସମୟରେ କେବଳ ସମସ୍ତ ରଙ୍ଗ ବଦଳାଇବା କାମ କରିପାରିଛି। ଶାସନ କିଏ ଚଳାଉଛି ଓ ଚାବି କାହା ପାଖରେ ସେ ବିଷୟରେ କେବଳ ଭାଜପା ସରକାର କହିପାରିବ ବୋଲି ସାମନ୍ତରାୟ କହିଛନ୍ତି।

The post ଭାଜପା ସରକାର କେବଳ ରଙ୍ଗ ବଦଳାଇବା କାମ କରିଛି: ଦେବାଶିଷ appeared first on Dharitri Odia News.