ଭାଜପାକୁ ଜବରଦସ୍ତ ଟକ୍କର: ବିଜୟ ପଥରେ ଭାରତର ସବୁ ଧନୀ ମହିଳା
ହିସାର,୮।୧୦: ହରିୟାଣାର ହିସାର ଜିଲାରେ ମତ ଗଣନା ଚାଲିଛି। ଏହି ଆସନରେ ଭାଜପାର ବିଦ୍ରୋହୀ ସ୍ବାଧୀନ ପ୍ରାର୍ଥୀ ସାବିତ୍ରୀ ଜିନ୍ଦଲ ଆଗୁଆ ରହିଛନ୍ତି। କଂଗ୍ରେସର ରାମନିଭା ରାଡା ଦ୍ୱିତୀୟ ସ୍ଥାନରେ ଏବଂ ଭାଜପା ପ୍ରାର୍ଥୀ ଡକ୍ଟର କମଲ ଗୁପ୍ତା ତୃତୀୟ ସ୍ଥାନରେ ଅଛନ୍ତି। ସାବିତ୍ରୀ ଜିନ୍ଦଲ ୩୮୩୬ ଭୋଟରେ ଆଗୁଆ ଅଛନ୍ତି। ୨୦୧୯ ବିଧାନସଭା ନିର୍ବାଚନରେ ଭାଜପାର କମଲ ଗୁପ୍ତା ଜିତିଥିଲେ। ୨୦୧୪ରେ ସାବିତ୍ରୀ ଜିନ୍ଦଲ କଂଗ୍ରେସ ଟିକେଟରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଭାଜପାର କମଲ ଗୁପ୍ତା […] The post ଭାଜପାକୁ ଜବରଦସ୍ତ ଟକ୍କର: ବିଜୟ ପଥରେ ଭାରତର ସବୁ ଧନୀ ମହିଳା appeared first on Dharitri Odia News.
ହିସାର,୮।୧୦: ହରିୟାଣାର ହିସାର ଜିଲାରେ ମତ ଗଣନା ଚାଲିଛି। ଏହି ଆସନରେ ଭାଜପାର ବିଦ୍ରୋହୀ ସ୍ବାଧୀନ ପ୍ରାର୍ଥୀ ସାବିତ୍ରୀ ଜିନ୍ଦଲ ଆଗୁଆ ରହିଛନ୍ତି। କଂଗ୍ରେସର ରାମନିଭା ରାଡା ଦ୍ୱିତୀୟ ସ୍ଥାନରେ ଏବଂ ଭାଜପା ପ୍ରାର୍ଥୀ ଡକ୍ଟର କମଲ ଗୁପ୍ତା ତୃତୀୟ ସ୍ଥାନରେ ଅଛନ୍ତି। ସାବିତ୍ରୀ ଜିନ୍ଦଲ ୩୮୩୬ ଭୋଟରେ ଆଗୁଆ ଅଛନ୍ତି। ୨୦୧୯ ବିଧାନସଭା ନିର୍ବାଚନରେ ଭାଜପାର କମଲ ଗୁପ୍ତା ଜିତିଥିଲେ।
୨୦୧୪ରେ ସାବିତ୍ରୀ ଜିନ୍ଦଲ କଂଗ୍ରେସ ଟିକେଟରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଭାଜପାର କମଲ ଗୁପ୍ତା ତାଙ୍କୁ ପରାସ୍ତ କରିଥିଲେ। ଏହାପୂର୍ବରୁ ସାବିତ୍ରୀ ଜିନ୍ଦଲ ୨୦୦୯ରେ କଂଗ୍ରେସ ପ୍ରାର୍ଥୀ ଭାବରେ ବିଧାନସଭା ନିର୍ବାଚନରେ ଜିତିଥିଲେ।
ଦେଶର ଧନୀ ମହିଳା ତାଲିକାରେ ସାବିତ୍ରୀ ଜିନ୍ଦଲଙ୍କୁ ସାମିଲ କରାଯାଇଛି। ୮୪ ବର୍ଷ ବୟସରେ ମଧ୍ୟ ସେ ଜିନ୍ଦଲ ଗ୍ରୁପର ଦାୟିତ୍ୱ ତୁଲାଉଛନ୍ତି। ତାଙ୍କୁ ଭାଜପା ପକ୍ଷରୁ ଟିକେଟ ଦିଆଯାଇ ନ ଥିଲା। ସେ ସ୍ବାଧୀନ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସ୍ଥିର କରିଥିଲେ। ନିକଟରେ ଭାଜପା ତାଙ୍କୁ ଦଳରୁ ବହିଷ୍କୃତ କରିଥିଲା। ସାବିତ୍ରୀ କହିଛନ୍ତି, ଏହା ତାଙ୍କର ଶେଷ ନିର୍ବାଚନ ଏବଂ ସେ ଜନସାଧାରଣଙ୍କ ସେବା କରିବାକୁ ଚାହୁଁଛନ୍ତି।
The post ଭାଜପାକୁ ଜବରଦସ୍ତ ଟକ୍କର: ବିଜୟ ପଥରେ ଭାରତର ସବୁ ଧନୀ ମହିଳା appeared first on Dharitri Odia News.