ଭାଜପାର ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ଉତ୍ସବକୁ ନବୀନଙ୍କୁ ନିମନ୍ତ୍ରଣ, ମନମୋହନ କହିଲେ…

ଭୁବନେଶ୍ୱର,୧୧।୬: ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ୧୨ ତାରିଖରେ ଶପଥ ଗ୍ରହଣ କରିବେ। ଏହା ପୂର୍ବରୁ ବଡ଼ ଖବର ସାମ୍ନାକୁ ଆସିଛି। ଭାଜପା ଏହି ଶପଥ ସମାରୋହରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛି। ନବୀନ ନିବାସ ଯାଇ ନିମନ୍ତ୍ରଣ ଭାଜପାର ୫ ବରିଷ୍ଠ ନେତା ମନମୋହନ ସାମଲ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ନିତ୍ୟାନନ୍ଦ ଗଣ୍ଡ, ସମୀର ମହାନ୍ତି ନିମନ୍ତ୍ରଣ ଦେଇଛନ୍ତି। ଏନେଇ ମନମୋହନ କହିଛନ୍ତି ନବୀନ ବାବୁ ଶପଥ ଗ୍ରହଣ ଉତ୍ସବରେ ନିଶ୍ଚିତ ପହଞ୍ଚିବେ। […] The post ଭାଜପାର ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ଉତ୍ସବକୁ ନବୀନଙ୍କୁ ନିମନ୍ତ୍ରଣ, ମନମୋହନ କହିଲେ… appeared first on Dharitri Odia News.

ଭାଜପାର ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ଉତ୍ସବକୁ ନବୀନଙ୍କୁ ନିମନ୍ତ୍ରଣ, ମନମୋହନ କହିଲେ…

ଭୁବନେଶ୍ୱର,୧୧।୬: ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ୧୨ ତାରିଖରେ ଶପଥ ଗ୍ରହଣ କରିବେ। ଏହା ପୂର୍ବରୁ ବଡ଼ ଖବର ସାମ୍ନାକୁ ଆସିଛି। ଭାଜପା ଏହି ଶପଥ ସମାରୋହରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛି। ନବୀନ ନିବାସ ଯାଇ ନିମନ୍ତ୍ରଣ ଭାଜପାର ୫ ବରିଷ୍ଠ ନେତା ମନମୋହନ ସାମଲ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ନିତ୍ୟାନନ୍ଦ ଗଣ୍ଡ, ସମୀର ମହାନ୍ତି ନିମନ୍ତ୍ରଣ ଦେଇଛନ୍ତି। ଏନେଇ ମନମୋହନ କହିଛନ୍ତି ନବୀନ ବାବୁ ଶପଥ ଗ୍ରହଣ ଉତ୍ସବରେ ନିଶ୍ଚିତ ପହଞ୍ଚିବେ।

ଅନ୍ୟପଟେ ଓଡ଼ିଶାରେ ଭାଜପାର ପ୍ରଥମ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ସସ୍‌ପେନ୍ସ ଲାଗିରହିଛି। ତେବେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁକୁ ନେଇ ଆଜି ସ୍ପଷ୍ଟ ହୋଇଯିବ। ଏସବୁ ଭିତରେ ନୂଆ ମୁଖ୍ୟମନ୍ତ୍ରୀ ଆସନ୍ତା ବୁଧବାର ଅପରାହ୍ନ ୪.୪୫ରେ ଶପଥ ଗ୍ରହଣ କରିବେ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବଙ୍କୁ ଓଡ଼ିଶା ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଥିବା ବେଳେ ଆଜି ସେମାନେ ଓଡ଼ିଶା ଗସ୍ତରେ ଆସି ଭାଜପା ବିଧାୟକ ଦଳ ବୈଠକରେ ଯୋଗ ଦେବେ। ଏହାପରେ କିଏ ହେବେ ରାଜ୍ୟର ପ୍ରଥମ ଭାଜପା ମୁଖ୍ୟମନ୍ତ୍ରୀ ସେ ତର୍ଜମା କରିବେ।

The post ଭାଜପାର ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ଉତ୍ସବକୁ ନବୀନଙ୍କୁ ନିମନ୍ତ୍ରଣ, ମନମୋହନ କହିଲେ… appeared first on Dharitri Odia News.