ଭାଜପାର ସଂକଳ୍ପ ପତ୍ର ଜାରି କଲେ ମୋଦି, ଜାଣନ୍ତୁ କ’ଣ ଦେଲେ ପ୍ରତିଶ୍ରୁତି
ନୂଆଦିଲ୍ଲୀ,୧୪।୪: ସାଧାରଣ ନିର୍ବାଚନ ପାଇଁ ଆଜି ସଂକଳ୍ପ ପତ୍ର ଜାରି କଲା ଭାଜପା। ଦିଲ୍ଲୀ ଭାଜପା ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ମୋଦିଙ୍କ ସହ ଭାଜପା ସଭାପତି ଜେପି ନଡ୍ଡା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉପସ୍ଥିତ ଅଛନ୍ତି। ସଂକଳ୍ପ ପତ୍ର ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧନ କରି କହିଛନ୍ତି, ଆଜିର ଦିନ ଅତ୍ୟନ୍ତ ଶୁଭ, ଅନେକ ରାଜ୍ୟରେ ନବବର୍ଷ ପାଳନ ହେଉଛି। ଓଡ଼ିଶାରେ ପଣା ସଂକ୍ରାନ୍ତି […] The post ଭାଜପାର ସଂକଳ୍ପ ପତ୍ର ଜାରି କଲେ ମୋଦି, ଜାଣନ୍ତୁ କ’ଣ ଦେଲେ ପ୍ରତିଶ୍ରୁତି appeared first on Dharitri Odia News.
ନୂଆଦିଲ୍ଲୀ,୧୪।୪: ସାଧାରଣ ନିର୍ବାଚନ ପାଇଁ ଆଜି ସଂକଳ୍ପ ପତ୍ର ଜାରି କଲା ଭାଜପା। ଦିଲ୍ଲୀ ଭାଜପା ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ମୋଦିଙ୍କ ସହ ଭାଜପା ସଭାପତି ଜେପି ନଡ୍ଡା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉପସ୍ଥିତ ଅଛନ୍ତି।
ସଂକଳ୍ପ ପତ୍ର ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧନ କରି କହିଛନ୍ତି, ଆଜିର ଦିନ ଅତ୍ୟନ୍ତ ଶୁଭ, ଅନେକ ରାଜ୍ୟରେ ନବବର୍ଷ ପାଳନ ହେଉଛି। ଓଡ଼ିଶାରେ ପଣା ସଂକ୍ରାନ୍ତି ପାଳନ ହେଉଛି। ଏଭଳି ଶୁଭ ଦିନରେ ଭାଜପା ନିଜର ସଂକଳ୍ପ ପତ୍ର ଜାରି କରିଛି।
ତେବେ ସଂକଳ୍ପ ପତ୍ରରେ ଡିଗ୍ନିଟି ଅଫ ଲାଇଫ ଓ କ୍ବାଲିଟି ଅଫ ଲାଇଫକୁ ଫୋକସ କରିଛି।
ଆସନ୍ତା ୫ ବର୍ଷ ଯାଏଁ ମାଗଣା ରାସନ ଜାରି ରହିବ ବୋଲି କୁହାଯାଇଛି। ଦେଶରେ ଜନ ଔଷଧି କେନ୍ଦ୍ରର ବିସ୍ତାର ହେବ। ୭୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ଆୟୁଷ୍ମାନ ଯୋଜନାରେ ସାମିଲ କରାଯିବ। ପାଇପ ଯୋଗେ ଘରେ ଘରେ ଶସ୍ତାରେ ଗ୍ୟାସ ପହଞ୍ଚିବ। ମୁଦ୍ରା ଯୋଜନାରେ ୨୦ ଲକ୍ଷ ପର୍ଯ୍ୟନ୍ତ ଋଣ ବୃଦ୍ଧି କରାଯିବ। ଗରିବଙ୍କ ପାଇଁ ଆହୁରି ୩ କୋଟି ଆବାସ ନିର୍ମାଣ ହେବ। ୩ କୋଟି ଭଉଣୀଙ୍କୁ ଲକ୍ଷପତି ଦିଦି ଭାବେ ମାନ୍ୟତା ଦିଆଯିବ। ମହିଳା ଖେଳାଳିଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ।
ସୂଚନାଥାଉ କି, ଚଳିତ ନିର୍ବାଚନ ନିମନ୍ତେ ଭାଜପାର ସଂକଳ୍ପ ପତ୍ରର ଥିମ ରହିଛି, ‘ମୋଦିଙ୍କ ଗ୍ୟାରେଣ୍ଟି-ବିକଶିତ ଭାରତ ୨୦୪୭’। ସୋସିଆଲ ମିଡିଆ କ୍ୟାମ୍ପେନ ଏବଂ ସାରା ଦେଶରୁ ମିଳିଥିବା ୧୫ଲକ୍ଷରୁ ଅଧିକ ପରାମର୍ଶକୁ ଆଧାର କରି ସଂକଳ୍ପ ପତ୍ର ପ୍ରସ୍ତୁତ କରିଛି ଭାଜପା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ନେତୃତ୍ୱରେ ଗଠିତ ଘୋଷଣାପତ୍ର କମିଟି ଏହାକୁ ପ୍ରସ୍ତୁତ କରିଛି ।
The post ଭାଜପାର ସଂକଳ୍ପ ପତ୍ର ଜାରି କଲେ ମୋଦି, ଜାଣନ୍ତୁ କ’ଣ ଦେଲେ ପ୍ରତିଶ୍ରୁତି appeared first on Dharitri Odia News.