ଭାଜପାର ସଂକଳ୍ପ ପତ୍ରରୁ ଓଡ଼ିଶାକୁ କ’ଣ ମିଳିବ ଲାଭ: ମନମୋହନ ଦେଲେ ଜବାବ

ଭୁବନେଶ୍ୱର, ୧୬।୪(ସୁନିତ୍‌ ମିଶ୍ର):୨୦୧୪ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାଜପା କ୍ଷମତାକୁ ଆସିବା ପରେ ଦେଶବାସୀଙ୍କୁ ଦିଆଯାଇଥିବା ଅଧିକାଂଶ ପ୍ରତିଶ୍ରୁତି ପୂରଣ କରାଯାଇଛି। ଏହାପରେ ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତିକୁ ପାଳନ କରାଯାଇଛି। ଏହି ଦୁଇଟି ନିର୍ବାଚନରେ ୯୫% ସଫଳତା ସହିତ ସମୁଦାୟ ୨୩୫ଟି ପ୍ରତିଶ୍ରୁତି ମଧ୍ୟରୁ ୨୨୨ଟି ପ୍ରତିଶ୍ରୁତିକୁ ମୋଦି ପାଳନ କରିଛନ୍ତି। ‘ରିଫର୍ମ-ପରଫର୍ମ- ଟ୍ରାନ୍ସଫର୍ମ’କୁ ମୂଳମନ୍ତ୍ର ଏବଂ ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ, ସବ୍‌କା […] The post ଭାଜପାର ସଂକଳ୍ପ ପତ୍ରରୁ ଓଡ଼ିଶାକୁ କ’ଣ ମିଳିବ ଲାଭ: ମନମୋହନ ଦେଲେ ଜବାବ appeared first on Dharitri Odia News.

ଭାଜପାର ସଂକଳ୍ପ ପତ୍ରରୁ ଓଡ଼ିଶାକୁ କ’ଣ ମିଳିବ ଲାଭ: ମନମୋହନ ଦେଲେ ଜବାବ

ଭୁବନେଶ୍ୱର, ୧୬।୪(ସୁନିତ୍‌ ମିଶ୍ର):୨୦୧୪ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାଜପା କ୍ଷମତାକୁ ଆସିବା ପରେ ଦେଶବାସୀଙ୍କୁ ଦିଆଯାଇଥିବା ଅଧିକାଂଶ ପ୍ରତିଶ୍ରୁତି ପୂରଣ କରାଯାଇଛି। ଏହାପରେ ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତିକୁ ପାଳନ କରାଯାଇଛି। ଏହି ଦୁଇଟି ନିର୍ବାଚନରେ ୯୫% ସଫଳତା ସହିତ ସମୁଦାୟ ୨୩୫ଟି ପ୍ରତିଶ୍ରୁତି ମଧ୍ୟରୁ ୨୨୨ଟି ପ୍ରତିଶ୍ରୁତିକୁ ମୋଦି ପାଳନ କରିଛନ୍ତି। ‘ରିଫର୍ମ-ପରଫର୍ମ- ଟ୍ରାନ୍ସଫର୍ମ’କୁ ମୂଳମନ୍ତ୍ର ଏବଂ ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ, ସବ୍‌କା ପ୍ରୟାସକୁ ଆଧାର କରି ମୋଦି ସରକାର ‘ସୁରକ୍ଷିତ ଭାରତ ସମୃଦ୍ଧ ଭାରତ’ ଗଠନ ପାଇଁ ସଂକଳ୍ପ ନେଇଛନ୍ତି ା
ଗତ ୧୦ ବର୍ଷର ବିଶ୍ୱସନୀୟତା ଏବଂ ଆଗାମୀ ୫ ବର୍ଷରେ ଦେଶର ବିକାଶଯାତ୍ରାକୁ ତ୍ୱରାନ୍ବିତ କରି ବିକଶିତ ରାଷ୍ଟ୍ର ଭାବେ ଗଢ଼ିତୋଳିବା ଉଦ୍ଦେଶ୍ୟରେ ଭାଜପା ତରଫରୁ ‘ଭାଜପାର ସଂକଳ୍ପ ପତ୍ର-୨୦୨୪, ମୋଦିଙ୍କ ଗ୍ୟାରେଣ୍ଟି’ ପ୍ରକାଶ ପାଇଛି ା ଏହି ସଂକଳ୍ପ ପତ୍ର ତଥା ମୋଦି ଗ୍ୟାରେଣ୍ଟିରୁ ସର୍ବାଧିକ ଲାଭ ଓଡ଼ିଶା ପାଇବ। ସୋସିଆଲ, ଫିଜିକାଲ୍‌ ଓ ଡିଜିଟାଲ ଭିତ୍ତିଭୂମିକୁ ସୁଦୃଢ଼ କରାଯିବା ଲକ୍ଷ୍ୟରେ ଏହି ସଂକଳ୍ପ ପତ୍ର ‘ବିକଶିତ ଭାରତ ଗଠନ’ରେ ‘ବୁଷ୍ଟର’ ସଦୃଶ ହେବ ବୋଲି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି। ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ମନମୋହନ କହିଛନ୍ତି ଯେ, ଯାହାର କେହି ନାହିଁ, ତା’ ପାଖରେ ମୋଦି ଗ୍ୟାରେଣ୍ଟି ରହିଛି। ସମଗ୍ର ଦେଶରୁ ୧୫ ଲକ୍ଷରୁ ଊର୍ଦ୍ଧ୍ୱ ମତାମତ ସଂଗ୍ରହ କରାଯାଇ ପ୍ରସ୍ତୁତ ହୋଇଥିବା ବିଶେଷ ଭାବେ ଚାଷୀ, ଗରିବ, ମହିଳା ଓ ଯୁବବର୍ଗ ପାଇଁ ଉତ୍ସର୍ଗୀକୃତ ‘ଭାଜପାର ସଂକଳ୍ପ ପତ୍ର-୨୦୨୪, ମୋଦିଙ୍କ ଗ୍ୟାରେଣ୍ଟି’। ମୋଦିଙ୍କ ଗ୍ୟାରେଣ୍ଟି ଦ୍ୱାରା ଓଡ଼ିଶା ଭଳି ରାଜ୍ୟ ସର୍ବାଧିକ ଲାଭାନ୍ବିତ ହେବ ବୋଲି ମନମୋହନ କହିଛନ୍ତି।

The post ଭାଜପାର ସଂକଳ୍ପ ପତ୍ରରୁ ଓଡ଼ିଶାକୁ କ’ଣ ମିଳିବ ଲାଭ: ମନମୋହନ ଦେଲେ ଜବାବ appeared first on Dharitri Odia News.