ଭାଜପାର ୫ମ ତାଲିକାରେ କଙ୍ଗନା ରାନାଓ୍ବତ, ସୀତା ସୋରେନ, ଅରୁଣ ଗୋଭିଲ
ନୂଆଦିଲ୍ଲୀ,୨୪।୩: ଭାଜପା ପକ୍ଷରୁ ରବିବାର ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ୧୧୧ ପ୍ରାର୍ଥୀଙ୍କ ପଞ୍ଚମ ତାଲିକା ପ୍ରକାଶ କରିଛି। ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ମଧ୍ୟ ଏଥର ଟିକେଟ ଦିଆଯାଇଛି। ସେ ମଣ୍ଡିରୁ ନିର୍ବାଚନ ଲଢିବେ। ସୀତା ସୋରେନଙ୍କୁ ଦୁମକାରୁ ଟିକେଟ ଦିଆଯାଇଛି। ସୀତା ସୋରେନ ହେଉଛନ୍ତି ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭାଉଜ ଏବଂ ନିକଟରେ ସେ ଭାଜପାରେ ଯୋଗ ଦେଇଥିଲେ। ଉତ୍ତରପ୍ରଦେଶର ମେରଠରୁ ଏହାର ପ୍ରାର୍ଥୀ ସିରିଏଲ ରାମାୟଣରେ ପ୍ରଭୁ ରାମ […] The post ଭାଜପାର ୫ମ ତାଲିକାରେ କଙ୍ଗନା ରାନାଓ୍ବତ, ସୀତା ସୋରେନ, ଅରୁଣ ଗୋଭିଲ appeared first on Dharitri Odia News.
ନୂଆଦିଲ୍ଲୀ,୨୪।୩: ଭାଜପା ପକ୍ଷରୁ ରବିବାର ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ୧୧୧ ପ୍ରାର୍ଥୀଙ୍କ ପଞ୍ଚମ ତାଲିକା ପ୍ରକାଶ କରିଛି। ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ମଧ୍ୟ ଏଥର ଟିକେଟ ଦିଆଯାଇଛି। ସେ ମଣ୍ଡିରୁ ନିର୍ବାଚନ ଲଢିବେ। ସୀତା ସୋରେନଙ୍କୁ ଦୁମକାରୁ ଟିକେଟ ଦିଆଯାଇଛି। ସୀତା ସୋରେନ ହେଉଛନ୍ତି ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭାଉଜ ଏବଂ ନିକଟରେ ସେ ଭାଜପାରେ ଯୋଗ ଦେଇଥିଲେ।
ଉତ୍ତରପ୍ରଦେଶର ମେରଠରୁ ଏହାର ପ୍ରାର୍ଥୀ ସିରିଏଲ ରାମାୟଣରେ ପ୍ରଭୁ ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲଙ୍କୁ ଭାଜପା ଟିକେଟ ଦେଇଛି। କଂଗ୍ରେସରୁ ଆସି ଭାଜପାରେ ଯୋଗ ଦେଇଥିବା ନବୀନ ଜିନ୍ଦଲଙ୍କୁ ମଧ୍ୟ କୁରୁକ୍ଷେତ୍ରରୁ ଟିକେଟ ଦିଆଯାଇଛି। ରବି ଶଙ୍କର ପ୍ରସାଦଙ୍କୁ ପାଟନା ସାହିବରୁ ପ୍ରାର୍ଥୀ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ବେଗୁସରାଇରୁ ନିର୍ବାଚନ ଲଢିବେ।
ରାଜହେନ୍ଦ୍ରିରୁ ଡି ପୁଣ୍ଡେଶ୍ୱରୀ, ମୁଜାଫରପୁରରୁ ରାଜ ଭୂଷଣ ନିଶାଦ ଏବଂ ପାଟଳିପୁତ୍ରରୁ ରାମ କ୍ରିପାଲ ଯାଦବଙ୍କୁ ଭାଜପା ଟିକେଟ ଦେଇଛି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ଚୌବେଙ୍କର ଟିକେଟ ବକ୍ସରରୁ ଟିକେଟ କଟାଯାଇଛି। ମିଥିଲେଶ ତିୱାରୀଙ୍କୁ ବକ୍ସରରୁ ପ୍ରାର୍ଥୀ କରାଯାଇଛି।
The post ଭାଜପାର ୫ମ ତାଲିକାରେ କଙ୍ଗନା ରାନାଓ୍ବତ, ସୀତା ସୋରେନ, ଅରୁଣ ଗୋଭିଲ appeared first on Dharitri Odia News.