ଭାଜପାରୁ ଇସ୍ତଫା ଦେଲେ ପ୍ରଦୀପ

ଭଦ୍ରକ,୨୪ା୫(ସନାତନ ରାଉତ):ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡା. ପ୍ରଦୀପ ନାୟକ ଗୁରୁବାର ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇଦେଇଛନ୍ତି। ବ୍ୟକ୍ତିଗତ କାରଣରୁ ଦଳରୁ ଇସ୍ତଫା ଦେଇଥିବା ସେ ଉଲ୍ଲେଖ କରିଛନ୍ତି। ୨୦୧୪ ନିର୍ବାଚନରେ ସେ କଂଗ୍ରେସ ଛାଡ଼ି ଭାଜପାରେ ସାମିଲ ହୋଇଥିଲେ। ୨୦୧୪ରେ ଭାଜପାରୁ ବିଧାୟକ ପ୍ରାର୍ଥୀ ହୋଇ ତୃତୀୟ ସ୍ଥାନରେ ରହିଥିବା ବେଳେ ୨୦୧୯ ନିର୍ବାଚନରେ ପୁଣିଥରେ ଦଳୀୟ ପ୍ରାର୍ଥୀ ହୋଇ ଦ୍ୱିତୀୟ ସ୍ଥାନରେ ଥିଲେ। […] The post ଭାଜପାରୁ ଇସ୍ତଫା ଦେଲେ ପ୍ରଦୀପ appeared first on Dharitri Odia News.

ଭାଜପାରୁ ଇସ୍ତଫା ଦେଲେ ପ୍ରଦୀପ

ଭଦ୍ରକ,୨୪ା୫(ସନାତନ ରାଉତ):ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡା. ପ୍ରଦୀପ ନାୟକ ଗୁରୁବାର ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇଦେଇଛନ୍ତି। ବ୍ୟକ୍ତିଗତ କାରଣରୁ ଦଳରୁ ଇସ୍ତଫା ଦେଇଥିବା ସେ ଉଲ୍ଲେଖ କରିଛନ୍ତି।
୨୦୧୪ ନିର୍ବାଚନରେ ସେ କଂଗ୍ରେସ ଛାଡ଼ି ଭାଜପାରେ ସାମିଲ ହୋଇଥିଲେ। ୨୦୧୪ରେ ଭାଜପାରୁ ବିଧାୟକ ପ୍ରାର୍ଥୀ ହୋଇ ତୃତୀୟ ସ୍ଥାନରେ ରହିଥିବା ବେଳେ ୨୦୧୯ ନିର୍ବାଚନରେ ପୁଣିଥରେ ଦଳୀୟ ପ୍ରାର୍ଥୀ ହୋଇ ଦ୍ୱିତୀୟ ସ୍ଥାନରେ ଥିଲେ। ଏଥର ନିର୍ବାଚନରେ ତାଙ୍କୁ ଟିକେଟ ନ ଦେଇ ଭାଜପା ନବାଗତ ସିତାଂଶୁ ଶେଖର ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି। ସିତାଂଶୁ ପ୍ରାର୍ଥୀ ହେବା ପରେ ପ୍ରଦୀପ ତାଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିଲେ। କିନ୍ତୁ ନିର୍ବାଚନକୁ ଆଉ ଦିନ କେଇଟା ଥିବାବେଳେ ସେ ଭାଜପାରୁ ଇସ୍ତଫା ଦେବା ଭଦ୍ରକ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି।

The post ଭାଜପାରୁ ଇସ୍ତଫା ଦେଲେ ପ୍ରଦୀପ appeared first on Dharitri Odia News.