ଭାଜପାରୁ ଲଢ଼ିବେ ବାଣୀକଲ୍ୟାଣ

ବାସୁଦେବପୁର,୨୮।୪(ନାରାୟଣ ପ୍ରସାଦ ବାରିକ୍‌)ଭଦ୍ରକ ଜିଲା ବାସୁଦେବପୁର ବିଧାନସଭା କ୍ଷେତ୍ର ପାଇଁ ନବାଗତ ଯୁବନେତା ବାଣୀକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ ଭାବେ ଭାଜପା ଶନିବାର ଘାଷଣା କରିଛି। ଯୁବ ଚେହେରା ଭାବେ ବାଣୀକଲ୍ୟାଣ ନିଜର ରାଜନୈତିକ ଜୀବନ ବିଜେଡିରୁ ଆରମ୍ଭ କରି ବାସୁଦେବପୁରରେ ଗତ ଦୁଇବର୍ଷ ଧରି ବିଭିନ୍ନ ସ୍ଥାନରେ ସମାନ୍ତରାଳ ସଭା ସମିତି କରି ଚର୍ଚ୍ଚାକୁ ଆସିଥିଲେ। ପ୍ରାୟ ବର୍ଷେ ତଳେ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ପକ୍ଷରୁ ତାଙ୍କୁ ନିଲମ୍ବନ କରାଯାଇଥିଲା। ଏହା ସତ୍ତ୍ୱେ ସେ […] The post ଭାଜପାରୁ ଲଢ଼ିବେ ବାଣୀକଲ୍ୟାଣ appeared first on Dharitri Odia News.

ଭାଜପାରୁ ଲଢ଼ିବେ ବାଣୀକଲ୍ୟାଣ

ବାସୁଦେବପୁର,୨୮।୪(ନାରାୟଣ ପ୍ରସାଦ ବାରିକ୍‌)ଭଦ୍ରକ ଜିଲା ବାସୁଦେବପୁର ବିଧାନସଭା କ୍ଷେତ୍ର ପାଇଁ ନବାଗତ ଯୁବନେତା ବାଣୀକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ ଭାବେ ଭାଜପା ଶନିବାର ଘାଷଣା କରିଛି। ଯୁବ ଚେହେରା ଭାବେ ବାଣୀକଲ୍ୟାଣ ନିଜର ରାଜନୈତିକ ଜୀବନ ବିଜେଡିରୁ ଆରମ୍ଭ କରି ବାସୁଦେବପୁରରେ ଗତ ଦୁଇବର୍ଷ ଧରି ବିଭିନ୍ନ ସ୍ଥାନରେ ସମାନ୍ତରାଳ ସଭା ସମିତି କରି ଚର୍ଚ୍ଚାକୁ ଆସିଥିଲେ। ପ୍ରାୟ ବର୍ଷେ ତଳେ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ପକ୍ଷରୁ ତାଙ୍କୁ ନିଲମ୍ବନ କରାଯାଇଥିଲା। ଏହା ସତ୍ତ୍ୱେ ସେ ବାସୁଦେବପୁରର ବିଭିନ୍ନ ସ୍ଥାନରେ ସଭା ସମିତି କରି ଲୋକସମ୍ପର୍କ ରଖିଆସୁଥିଲେ। ୨୦ ଦିନ ପୂର୍ବରୁ ସେ ବିଧିବଦ୍ଧ ଭାବେ ଭାଜପାରେ ସାମିଲ ହୋଇଥିଲେ। ତାଙ୍କର ସାଙ୍ଗଠନିକ ଦକ୍ଷତା ଉପରେ ଭରସା ରଖି ଭାଜପା ତାଙ୍କୁ ପ୍ରାର୍ଥୀ କରିଛି।
ଏହି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପାରେ ପୂର୍ବରୁ ୬/୭ଜଣ ଆଶାୟୀ ଥିବାବେଳେ ସମସ୍ତଙ୍କୁ ପଛରେ ପକାଇ ବାଣୀକଲ୍ୟାଣ ପ୍ରାର୍ଥୀ ହୋଇଛନ୍ତି। ଉଭୟ ବିଜେଡି ଓ କଂଗ୍ରେସକୁ ସେ ଟକ୍କର ଦେବା ନେଇ ଭାଜପା ଆଶା ବାନ୍ଧିଛି। ତେବେ ଦଳର ପୁରୁଣା ନେତାମାନେ କିପରି ତାଙ୍କୁ ଗ୍ରହଣ କରିବେ, ତାହା ଦେଖିବା ବାକି ରହିଲା। ପୂର୍ବରୁ ବିଜେଡି ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଓ କଂଗ୍ରେସ ପକ୍ଷରୁ ଜିଲା ସଭାପତି ଅଶୋକ ଦାସଙ୍କୁ ପ୍ରାର୍ଥୀ ଘୋଷଣା ସରିଛି। ଏବେ ଭାଜପା ଜଣେ ଯୁବ ଚେହେରାଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ବାସୁଦେବପୁରରେ ଲଢ଼େଇ ରୋଚକ ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

The post ଭାଜପାରୁ ଲଢ଼ିବେ ବାଣୀକଲ୍ୟାଣ appeared first on Dharitri Odia News.