ଭାଜପାରେ ମିଶିଲେ ଅତାବିରା ପୂର୍ବତନ ବିଧାୟକ ନିହାର ମହାନନ୍ଦ
ବରଗଡ଼/ଭୁବନେଶ୍ୱର,୨୫ା୨(ପ୍ରେମାନନ୍ଦ ଖମାରୀ): ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ ବରଗଡ କଂଗ୍ରେସ ସଭାପତି ତଥା ଅତାବିରାର ପୂର୍ବତନ ବିଧାୟକ ନିହାର ମହାନନ୍ଦ। ରବିବାର ନିଜର ଶତାଧିକ ସମର୍ଥକଙ୍କ ସହ ଭାଜପା ରାଜ୍ୟ କାର୍ଯ୍ୟାଳୟରେ ଗେରୁଆ ଦଳରେ ସାମିଲ ହୋଇଛନ୍ତି। ଏହି ସମୟରେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଉପସ୍ଥିତ ଥିଲେ। ପୂର୍ବରୁ ନିହାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏ ନେଇ ସେ ତାଙ୍କ ଇସ୍ତଫା ପତ୍ର ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ପ୍ରଦେଶ କଂଗ୍ରେସ ସଭାପତି […] The post ଭାଜପାରେ ମିଶିଲେ ଅତାବିରା ପୂର୍ବତନ ବିଧାୟକ ନିହାର ମହାନନ୍ଦ appeared first on Dharitri Odia News.
ବରଗଡ଼/ଭୁବନେଶ୍ୱର,୨୫ା୨(ପ୍ରେମାନନ୍ଦ ଖମାରୀ): ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ ବରଗଡ କଂଗ୍ରେସ ସଭାପତି ତଥା ଅତାବିରାର ପୂର୍ବତନ ବିଧାୟକ ନିହାର ମହାନନ୍ଦ। ରବିବାର ନିଜର ଶତାଧିକ ସମର୍ଥକଙ୍କ ସହ ଭାଜପା ରାଜ୍ୟ କାର୍ଯ୍ୟାଳୟରେ ଗେରୁଆ ଦଳରେ ସାମିଲ ହୋଇଛନ୍ତି। ଏହି ସମୟରେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଉପସ୍ଥିତ ଥିଲେ।
ପୂର୍ବରୁ ନିହାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏ ନେଇ ସେ ତାଙ୍କ ଇସ୍ତଫା ପତ୍ର ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ପ୍ରମୁଖଙ୍କ ନିକଟକୁ ପଠାଇଥିଲେ।
ପ୍ରକାଶଥାଉକି, କଂଗ୍ରେସ ନିହାରଙ୍କୁ ଜିଲା ସଭାପତି ପଦବୀରୁ ହଟାଇ ସେହି ସ୍ଥାନରେ ହରଦୀପ ସିଂଙ୍କୁ ନୂତନ ଜିଲା ସଭାପତିଭାବେ ଅବସ୍ଥାପିତ କରିଥିଲା। ଏହାର ଦିନକ ପରେ ନିହାର ଦଳରୁ ଇସ୍ତଫା ଦେଇଥିଲେ।
The post ଭାଜପାରେ ମିଶିଲେ ଅତାବିରା ପୂର୍ବତନ ବିଧାୟକ ନିହାର ମହାନନ୍ଦ appeared first on Dharitri Odia News.