ଶେଖ ହସିନାଙ୍କୁ ଶରଣ ଦେବ ଭାରତ? ବିଶେଷଜ୍ଞ କହିଲେ ଯଦି ଏଭଳି ହୁଏ, ତେବେ..
ନୂଆଦିଲ୍ଲୀ,୫।୮: ବାଂଲାଦେଶ ହିଂସା ମଧ୍ୟରେ ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହିତ ଦେଶ ଛାଡିଦେଇଛନ୍ତି। ସୂତ୍ର ଅନୁସାରେ, ଶେଖ ହସିନା ଭାରତ ଆସିପାରନ୍ତି। ଏକ୍ସପର୍ଟଙ୍କ କହିବାନୁଯାୟୀ, ହସିନା ଦିଲ୍ଲୀ ଆସିବା ଭାରତ ପାଇଁ ସମସ୍ୟା ସୃଷ୍ଟି କରିପାରେ। ମେଜର ଜେନେରାଲ ସଞ୍ଜୟ ମେଷ୍ଟନ କହିଛନ୍ତି, ଏବେ ଶେଖ ହସିନାଙ୍କୁ ବିରୋଧ କରାଯାଉଛି। ଦେଶରେ ଲିଡର ଯେଉଁ ପଲିସି ଲାଗୁ କରିବେ, ତାହାର ପରିଣାମ ତାଙ୍କୁ ଭୋଗିବାକୁ ପଡ଼ିଥାଏ। ତେବେ ଏହି ପ୍ରଦର୍ଶନରୁ ଜଣାପଡୁଛି ଲୋକମାନେ […] The post ଶେଖ ହସିନାଙ୍କୁ ଶରଣ ଦେବ ଭାରତ? ବିଶେଷଜ୍ଞ କହିଲେ ଯଦି ଏଭଳି ହୁଏ, ତେବେ.. appeared first on Dharitri Odia News.
ନୂଆଦିଲ୍ଲୀ,୫।୮: ବାଂଲାଦେଶ ହିଂସା ମଧ୍ୟରେ ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହିତ ଦେଶ ଛାଡିଦେଇଛନ୍ତି। ସୂତ୍ର ଅନୁସାରେ, ଶେଖ ହସିନା ଭାରତ ଆସିପାରନ୍ତି। ଏକ୍ସପର୍ଟଙ୍କ କହିବାନୁଯାୟୀ, ହସିନା ଦିଲ୍ଲୀ ଆସିବା ଭାରତ ପାଇଁ ସମସ୍ୟା ସୃଷ୍ଟି କରିପାରେ।
ମେଜର ଜେନେରାଲ ସଞ୍ଜୟ ମେଷ୍ଟନ କହିଛନ୍ତି, ଏବେ ଶେଖ ହସିନାଙ୍କୁ ବିରୋଧ କରାଯାଉଛି। ଦେଶରେ ଲିଡର ଯେଉଁ ପଲିସି ଲାଗୁ କରିବେ, ତାହାର ପରିଣାମ ତାଙ୍କୁ ଭୋଗିବାକୁ ପଡ଼ିଥାଏ। ତେବେ ଏହି ପ୍ରଦର୍ଶନରୁ ଜଣାପଡୁଛି ଲୋକମାନେ ଶେଖ ହସିନାଙ୍କ ଉପରେ ଅସନ୍ତୋଷ ଅଛନ୍ତି। ଖାସ୍ କରି ଜାନୁଆରୀରେ ହୋଇଥିବା ନିର୍ବାଚନ ପରେ ସ୍ପଷ୍ଟ ହୋଇଯାଇଥିଲା କି ଅସ୍ଥିରତା ଆସିପାରେ।
ଶେଖ ହସିନା ଦିଲ୍ଲୀ ଆସିବା ପ୍ରଶ୍ନରେ ସେ କହିଛନ୍ତି, ହଦି ସେ ଦିଲ୍ଲୀ ଆସନ୍ତି, ତେବେ ଏହା ଏକ ଇଣ୍ଟରନ୍ୟାଶନାଲ ଡିବେଟ୍ ହୋଇଯିବ। କିଛି ଲୋକ କହିବେ ଏହା ଭଲ, ଆଉ କିଛି କହିବେ ଏହା ଖରାପ। କାରଣ ଏହା ବାଂଲାଦେଶର ଏକ ଆଭ୍ୟନ୍ତରୀଣ ବିଷୟ। ତାଙ୍କର ଭାରତ ଆସିବା ବହୁତ ବଡ଼ ପ୍ରସଙ୍ଗ ହେବ। କାରଣ ସେଠାର ବିପକ୍ଷ ପାର୍ଟି ଆମ ଦେଶର ବିରୋଧୀ ହୋଇଯିବେ।
The post ଶେଖ ହସିନାଙ୍କୁ ଶରଣ ଦେବ ଭାରତ? ବିଶେଷଜ୍ଞ କହିଲେ ଯଦି ଏଭଳି ହୁଏ, ତେବେ.. appeared first on Dharitri Odia News.