ଭାଜପାରେ ଯୋଗ ଦେବାପରେ ଏମିତି କହିଲେ ଅନୁଭବ
ଭୁବନେଶ୍ୱର.୧।୪: କେନ୍ଦ୍ରାପଡ଼ା ଏମ୍ପି ଓଲିଉଡ ଅଭିନେତା ଅନୁଭବ ମହାନ୍ତି ସୋମବାର ଭାଜପାରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀ ସ୍ଥିତ ଭାଜପା ମୁଖ୍ୟାଳୟରେ ସେ ଭାଜପାରେ ଯୋଗ ଦେଇଛନ୍ତି। ୨ ଦିନ ତଳେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ଭାଜପାରେ ମିଶିବା ପରେ ଅନୁଭବ ମହାନ୍ତି କହିଛନ୍ତି, ରାଜ୍ୟ ସଭା ପରେ ମୁଁ କେନ୍ଦ୍ରାପଡା ଏମ୍ପି ଭାବେ ନିର୍ବାଚିତ ହୋଇଥିଲି। ଗତ ୫ ବର୍ଷରେ ରାଜନୀତି ଶିଖିବାର ସୁଯୋଗ ପାଇଲି। ଦେଶର ବିକାଶରେ ମୋଦିଜି ଆଣିଥିବା ସବୁ ବିଲ୍କୁ ସମର୍ଥନ […] The post ଭାଜପାରେ ଯୋଗ ଦେବାପରେ ଏମିତି କହିଲେ ଅନୁଭବ appeared first on Dharitri Odia News.
ଭୁବନେଶ୍ୱର.୧।୪: କେନ୍ଦ୍ରାପଡ଼ା ଏମ୍ପି ଓଲିଉଡ ଅଭିନେତା ଅନୁଭବ ମହାନ୍ତି ସୋମବାର ଭାଜପାରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀ ସ୍ଥିତ ଭାଜପା ମୁଖ୍ୟାଳୟରେ ସେ ଭାଜପାରେ ଯୋଗ ଦେଇଛନ୍ତି। ୨ ଦିନ ତଳେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ।
ଭାଜପାରେ ମିଶିବା ପରେ ଅନୁଭବ ମହାନ୍ତି କହିଛନ୍ତି, ରାଜ୍ୟ ସଭା ପରେ ମୁଁ କେନ୍ଦ୍ରାପଡା ଏମ୍ପି ଭାବେ ନିର୍ବାଚିତ ହୋଇଥିଲି। ଗତ ୫ ବର୍ଷରେ ରାଜନୀତି ଶିଖିବାର ସୁଯୋଗ ପାଇଲି। ଦେଶର ବିକାଶରେ ମୋଦିଜି ଆଣିଥିବା ସବୁ ବିଲ୍କୁ ସମର୍ଥନ ଦେଇଥିଲୁ। ସିନେ ଷ୍ଟାର ହୋଇ ମଧ୍ୟ ସଂସଦର ସବୁ ସେସନରେ ଯୋଗ ଦେବାକୁ ଚେଷ୍ଟା କରିଛି। ମୋ ପରିବାର, ସମର୍ଥକଙ୍କ ସମର୍ଥନରେ ଆଗକୁ ବଢିବି।
ପୂର୍ବରୁ ବିଜେଡିରୁ ଇସ୍ତଫା ଦେଇ ଅନୁଭବ କହିଥିଲେ, ୪ ବର୍ଷ ହେଲା ମୁଁ ଅଣନିଃଶ୍ୱାସୀ ହୋଇପଡ଼ିଥିଲି। ମୋ’ ବାପା ଓ ବଡ଼ ବାପାଙ୍କ ବିୟୋଗ ପରେ ମୁଁ ମୋର ନୀତି, ଆଦର୍ଶ, ଉଚ୍ଚାଭିଳାଷକୁ ନେଇ ଗଭୀର ଆତ୍ମସମୀକ୍ଷା କରିଥିଲି। ଏହା ପରେ ନିଷ୍ପତ୍ତି ନେଇଥିଲି ଯେ ରାଜନୀତି କେବେ ଛାଡ଼ିବି ନାହିଁ।
ଓଲିଉଡ ଅଭିନେତା ଅନୁଭବ ପ୍ରଥମେ ବିଜେଡିରୁ ରାଜ୍ୟ ସଭାକୁ ଯାଇଥିଲେ। ୨୦୧୯ରେ ସେ କେନ୍ଦ୍ରାପଡା ଏମ୍ପ ଭାବେ ନିର୍ବାଚିତ ହୋଇଥିଲେ।
The post ଭାଜପାରେ ଯୋଗ ଦେବାପରେ ଏମିତି କହିଲେ ଅନୁଭବ appeared first on Dharitri Odia News.