ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା
କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର ଭାଜପାରେ ଯୋଗ ଦେଇଛନ୍ତି। ତେବେ ଏହି ଦୁଇ ନେତା ଯୋଗ ଦେବା ପରେ ଭାଜପାକୁ ବଡ଼ ଝଟକା ଲାଗିଛି। ଶୁକ୍ରବାର ସକାଳୁ ସକାଳୁ କଟକ ଜିଲା ସଭାପତି ପ୍ରକାଶ ବେହେରା ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। କୁହାଯାଉଛି ପ୍ରକାଶ ବିଜେଡିରେ ଯୋଗ ଦେଇପାରନ୍ତି। ପୂର୍ବରୁ ପ୍ରକାଶ ଭାଜପା ଛାଡିପାରନ୍ତି […] The post ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା appeared first on Dharitri Odia News.
କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର ଭାଜପାରେ ଯୋଗ ଦେଇଛନ୍ତି। ତେବେ ଏହି ଦୁଇ ନେତା ଯୋଗ ଦେବା ପରେ ଭାଜପାକୁ ବଡ଼ ଝଟକା ଲାଗିଛି। ଶୁକ୍ରବାର ସକାଳୁ ସକାଳୁ କଟକ ଜିଲା ସଭାପତି ପ୍ରକାଶ ବେହେରା ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। କୁହାଯାଉଛି ପ୍ରକାଶ ବିଜେଡିରେ ଯୋଗ ଦେଇପାରନ୍ତି।
ପୂର୍ବରୁ ପ୍ରକାଶ ଭାଜପା ଛାଡିପାରନ୍ତି ବୋଲି ଆଲୋଚନା ହେଉଥିଲେ ମଧ୍ୟ ଏହିଖାବରାକୁ ସେ ଖାରଜ କରିଥିଲେ। କିନ୍ତୁ ଭର୍ତ୍ତୃହରି ଭଜାପରେ ଯୋଗ ଦେବା ପରେ ସେ ହଠାତ୍ କେଉଁଥି ପାଇଁ ଇସ୍ତଫା ଦେଲେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ପ୍ରକାଶ ତାଙ୍କର ଇସ୍ତଫା ପତ୍ରରେ ଲେଖିଛନ୍ତି ”ମୁଁ ସଦାବେଳେ ମୋ ପଦକୁ ନ୍ୟାୟ ଦେବାକୁ ପ୍ରାୟସ କରିଛି। ତା’ ସହିତ ଦଳ ଯେପରି ମାଇଲଖୁଣ୍ଟ ହାସଲ କରିପାରିବ ସେ ନେଇ ଚେଷ୍ଟା କରିଛି। କିନ୍ତୁ ଏହି କାର୍ଯ୍ୟକୁ ମୁଁ ସନ୍ତୋଷଜନକ ଭାବେ ତୁଲାଇ ପାରିନାହିଁ।”
ସୂଚନାଯୋଗ୍ୟ, ପ୍ରକାଶ ୨୦୧୯ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ି ଭାଜପାରେ ମିଶିଥିଲେ। ସେ ସେହି ବର୍ଷ ଭାଜପା ଟିକେଟ୍ରେ ସାଲେପୁର ବିଧାନସଭା ଆସନରୁ ନିର୍ବାଚନ ଲଢ଼ିଥିଲେ। କିନ୍ତୁ ସେ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କଠାରୁ ପରାସ୍ତ ହୋଇଥିଲେ। ୨୦୧୪ରେ ପ୍ରକାଶ ଏହି ଆସନରୁ କଂଗ୍ରେସ ଟିକେଟ୍ରେ ବିଜୟୀ ହୋଇଥିଲେ।
The post ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା appeared first on Dharitri Odia News.