ଭାରତ ପରି ପାକିସ୍ତାନରେ ରହିଛନ୍ତି କି ଆଇଆଇଟି ଇଞ୍ଜିନିୟର? ଜାଣନ୍ତୁ କେଉଁଠି ପଢ଼ନ୍ତି ପାଠ…
ଇସଲାମାବାଦ,୨୭ା୯: ଯେତେବେଳେ ଭାରତରେ ଇଞ୍ଜିନିୟରିଂ ବିଷୟରେ ଚର୍ଚ୍ଚା ହୁଏ ସେତେବେଳେ ଆଇଆଇଟିର ନାମ ଶୀର୍ଷରେ ଆସେ। କୁହାଯାଏ, ଏଠାରୁ ସ୍ନାତକ ହାସଲ କରିଥିବା ଇଞ୍ଜିନିୟରମାନେ ବହୁତ ସ୍ମାର୍ଟ ଅଟନ୍ତି। ଏହା ମଧ୍ୟ ଦେଖାଯାଇଛି ଯେ, ଆଇଆଇଟି ପଢ଼ିଥିବା ଛାତ୍ରମାନେ ଆଜି ବିଶ୍ୱରେ ବଡ଼ ପଦବୀରେ ଅଛନ୍ତି। କିନ୍ତୁ ପାକିସ୍ତାନରେ ଆଇଆଇଟି ପରି କୌଣସି ଅନୁଷ୍ଠାନ ଅଛି କି? ତେବେ ଜାଣନ୍ତୁ ଏ ସମ୍ପର୍କରେ… ରିପୋର୍ଟରେ ଦର୍ଶାଯାଇଛି, ପାକିସ୍ତାନରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ପରି କୌଣସି […] The post ଭାରତ ପରି ପାକିସ୍ତାନରେ ରହିଛନ୍ତି କି ଆଇଆଇଟି ଇଞ୍ଜିନିୟର? ଜାଣନ୍ତୁ କେଉଁଠି ପଢ଼ନ୍ତି ପାଠ… appeared first on Dharitri Odia News.
ଇସଲାମାବାଦ,୨୭ା୯: ଯେତେବେଳେ ଭାରତରେ ଇଞ୍ଜିନିୟରିଂ ବିଷୟରେ ଚର୍ଚ୍ଚା ହୁଏ ସେତେବେଳେ ଆଇଆଇଟିର ନାମ ଶୀର୍ଷରେ ଆସେ। କୁହାଯାଏ, ଏଠାରୁ ସ୍ନାତକ ହାସଲ କରିଥିବା ଇଞ୍ଜିନିୟରମାନେ ବହୁତ ସ୍ମାର୍ଟ ଅଟନ୍ତି। ଏହା ମଧ୍ୟ ଦେଖାଯାଇଛି ଯେ, ଆଇଆଇଟି ପଢ଼ିଥିବା ଛାତ୍ରମାନେ ଆଜି ବିଶ୍ୱରେ ବଡ଼ ପଦବୀରେ ଅଛନ୍ତି। କିନ୍ତୁ ପାକିସ୍ତାନରେ ଆଇଆଇଟି ପରି କୌଣସି ଅନୁଷ୍ଠାନ ଅଛି କି? ତେବେ ଜାଣନ୍ତୁ ଏ ସମ୍ପର୍କରେ…
ରିପୋର୍ଟରେ ଦର୍ଶାଯାଇଛି, ପାକିସ୍ତାନରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ପରି କୌଣସି ଅନୁଷ୍ଠାନ ନାହିଁ, କିନ୍ତୁ ସେଠାରେ ଅନେକ ପ୍ରତିଷ୍ଠିତ ଇଞ୍ଜିନିୟରିଂ ବିଶ୍ୱବିଦ୍ୟାଳୟ ଏବଂ ବୈଷୟିକ ପ୍ରତିଷ୍ଠାନ ଅଛି। ଯାହା ଉଚ୍ଚମାନର ଇଞ୍ଜିନିୟରିଂ ଶିକ୍ଷା ପ୍ରଦାନ କରିଥାଏ। ପାକିସ୍ତାନରେ ଇଞ୍ଜିନିୟରିଂ ପଢୁଥିବା ଛାତ୍ରମାନଙ୍କ ପାଇଁ ଅନେକ ବିକଳ୍ପ ଉପଲବ୍ଧ। ଯେଉଁଥିରେ ନ୍ୟାଶନାଲ ୟୁନିଭର୍ସିଟି ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (NUST), ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ୟୁନିଭର୍ସିଟି (UET) ଏବଂ ଲାହୋରର ସରକାରୀ କଲେଜ ବିଶ୍ୱବିଦ୍ୟାଳୟ ଅନ୍ତର୍ଭୁକ୍ତ।
ନ୍ୟାଶନାଲ ୟୁନିଭର୍ସିଟି ଅଫ୍ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜି (NUST) ବିଷୟରେ କହିବାକୁ ଗଲେ ଏହି ଅନୁଷ୍ଠାନ ବିଜ୍ଞାନ ଏବଂ ବୈଷୟିକ ଶିକ୍ଷା କ୍ଷେତ୍ରରେ ଏକ ଅଗ୍ରଣୀ ଅଟେ। NUST ରେ ଅନେକ ଇଞ୍ଜିନିୟରିଂ ଷ୍ଟ୍ରିମ ଉପଲବ୍ଧ, ଯେପରିକି କମ୍ପ୍ୟୁଟର, ଇଲେକ୍ଟ୍ରିକାଲ, ମେକାନିକାଲ ଏବଂ ସିଭିଲ ଇଞ୍ଜିନିୟରିଂ।
ଲାହୋରରେ ଅବସ୍ଥିତ ପାକିସ୍ତାନର ଏକ ପ୍ରମୁଖ ଇଞ୍ଜିନିୟରିଂ ବିଶ୍ୱବିଦ୍ୟାଳୟ ହେଉଛି ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (UET)। ଏହାର ଛାତ୍ରମାନେ କେବଳ ସ୍ଥାନୀୟ ନୁହେଁ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଉଚ୍ଚ ମାନରେ ପରୀକ୍ଷା ଦିଅନ୍ତି।
ଏଥିସହିତ, ଯଦି ଆମେ ଫି’ ବିଷୟରେ କଥା ହେବା, ତେବେ ପାକିସ୍ତାନରେ ଇଞ୍ଜିନିୟରିଂ ଅଧ୍ୟୟନ ପାଇଁ ଦେୟ ଭାରତ ତୁଳନାରେ ଅଧିକ। ମିଡିଆ ରିପୋର୍ଟରେ କୁହାଯାଇଛି, ପାକିସ୍ତାନରେ ବି.ଟେକ୍ ପାଠ୍ୟକ୍ରମ ପାଇଁ ଛାତ୍ରମାନଙ୍କୁ ବର୍ଷକୁ ୩ ଲକ୍ଷରୁ ୬ ଲକ୍ଷ ପାକିସ୍ତାନୀ ଟଙ୍କା ଦେବାକୁ ପଡ଼ିବ। ଏହା ବ୍ୟତୀତ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ଉପରେ ମଧ୍ୟ ଫି’ ନିର୍ଭର କରେ।
The post ଭାରତ ପରି ପାକିସ୍ତାନରେ ରହିଛନ୍ତି କି ଆଇଆଇଟି ଇଞ୍ଜିନିୟର? ଜାଣନ୍ତୁ କେଉଁଠି ପଢ଼ନ୍ତି ପାଠ… appeared first on Dharitri Odia News.