ଭାଜପାରେ ଯୋଗଦେଲେ ପ୍ରଶାନ୍ତ ଜଗଦ୍ଦେବ

ଖୋର୍ଦ୍ଧା,୨୯ା୨(ପ୍ରଭାତ ପାଣିଗ୍ରାହୀ): ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଶେଷରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଧିବଦ୍ଧ ଭାବେ ଭାଜପାରେ ଯୋଗଦାନ କରିଛନ୍ତି। ଗୁରୁବାର ଅପରାହ୍ନରେ ଭୁବନେଶ୍ବର ଦଳୀୟ କାର୍ଯ୍ୟାଳୟରେ ସମର୍ଥକଙ୍କ ସହ ଆସି ଦଳରେ ଯୋଗଦାନ କରିଛନ୍ତି। ଏହି ସମୟରେ ଦଳୀୟ କାର୍ଯ୍ୟାଳୟରେ ଭାଜପା ସହ ପ୍ରଭାରୀ ଲତା ଉସେଣ୍ଡି, ଏମ୍‌ପି ଅପରାଜିତା ଷଢ଼ଙ୍ଗୀ, ପୃଥ୍ବୀରାଜ ହରିଚନ୍ଦନ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଖୋର୍ଦ୍ଧା ଜିଲାର ଜଣେ ଟାଣୁଆ ନେତା ଭାବେ […] The post ଭାଜପାରେ ଯୋଗଦେଲେ ପ୍ରଶାନ୍ତ ଜଗଦ୍ଦେବ appeared first on Dharitri Odia News.

ଭାଜପାରେ ଯୋଗଦେଲେ ପ୍ରଶାନ୍ତ ଜଗଦ୍ଦେବ

ଖୋର୍ଦ୍ଧା,୨୯ା୨(ପ୍ରଭାତ ପାଣିଗ୍ରାହୀ): ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଶେଷରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଧିବଦ୍ଧ ଭାବେ ଭାଜପାରେ ଯୋଗଦାନ କରିଛନ୍ତି। ଗୁରୁବାର ଅପରାହ୍ନରେ ଭୁବନେଶ୍ବର ଦଳୀୟ କାର୍ଯ୍ୟାଳୟରେ ସମର୍ଥକଙ୍କ ସହ ଆସି ଦଳରେ ଯୋଗଦାନ କରିଛନ୍ତି। ଏହି ସମୟରେ ଦଳୀୟ କାର୍ଯ୍ୟାଳୟରେ ଭାଜପା ସହ ପ୍ରଭାରୀ ଲତା ଉସେଣ୍ଡି, ଏମ୍‌ପି ଅପରାଜିତା ଷଢ଼ଙ୍ଗୀ, ପୃଥ୍ବୀରାଜ ହରିଚନ୍ଦନ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ଖୋର୍ଦ୍ଧା ଜିଲାର ଜଣେ ଟାଣୁଆ ନେତା ଭାବେ ପରିଚିତ ପ୍ରଶାନ୍ତ। ଜିଲାରେ ତାଙ୍କ ଭଲ ସଙ୍ଗଠନ ରହିଛି। ସେଥିପାଇଁ ସେ ଭାଜପାରେ ମିଶିଲେ ଏହି ଜିଲାରେ ଦଳର ସଂଗଠନ ବେଶ ମଜଭୁତ ହେବ ବୋଲି ଭାଜପା ଆଶା କରିଛି।

ସୂଚନାଯୋଗ୍ୟ, ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ବଡ଼ପୋଖରୀଆରେ ଜନ୍ମିତ ପ୍ରଶାନ୍ତ ଛାତ୍ରନେତାରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ଜିଲା ପରିଷଦ ଚେୟାରମ୍ୟାନ, ଜିଲା ଯୋଜନା କମିଟି ଅଧ୍ୟକ୍ଷ, ୨୦୧୪ରେ ବେଗୁନିଆ ଆସନରୁ ବିଜେଡିରୁ ବିପୁଳ ଭୋଟ୍‌ରେ ବିଜୟ ହୋଇ ବିଧାୟକ ହୋଇଥିଲେ। ୨୦୧୯ରୁ ଚିଲିକା ବିଧାୟକ ଅଛନ୍ତି। ବିଭିନ୍ନ ସମୟରେ ଆଚାର ବ୍ୟବହାର ପାଇଁ ଚର୍ଚ୍ଚାରେ ରହି ଆସିଛନ୍ତି ପ୍ରଶାନ୍ତ। ବାଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ସମୟରେ ପଲଟନ ପଡ଼ିଆରେ ଲୋକ ଉପରକୁ ଗାଡ଼ି ମଡ଼ାଇଦେବା ଘଟଣାରେ ଗିରଫ ହୋଇ ଜେଲ୍‌ ଯାଇଥିଲେ। ସୁପ୍ରିମକୋର୍ଟରୁ ଅନ୍ତରୀଣ ଜାମିନରେ ଅଛନ୍ତି। ଦଳ ତାଙ୍କୁ ନିଲମ୍ବନ କରିଥିଲା। ଦଳକୁ ଫେରିବା ପାଇଁ ସେ ଆଶା ବାନ୍ଧିଥିଲେ। ଦଳକୁ ଫେରିବା ବାଟ ବନ୍ଦ ହେବା ପରେ ସେ ଭାଜପାରେ ଯୋଗଦାନ ପାଇଁ ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା ପରେ ଭାଜପାରେ ଯୋଗଦାନ କରିଛନ୍ତି।

The post ଭାଜପାରେ ଯୋଗଦେଲେ ପ୍ରଶାନ୍ତ ଜଗଦ୍ଦେବ appeared first on Dharitri Odia News.