ଭାତପୁରା ଉଚ୍ଚ ବିଦ୍ୟାଳୟରେ ଏକ ଦିବସୀୟ ସୃଜନଶୀଳତା ମହୋତ୍ସବ ଉଦଯାପିତ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଭାତପୁରା ଉଚ୍ଚ ବିଦ୍ୟାଳୟ ଠାରେ ଆଜି ଓସେପା ଓ ମୋସ୍କୁଲ ଅଭିଯାନ ପକ୍ଷରୁ ଛାତ୍ରଛାତ୍ରୀଙ୍କ ସୃଜନଶୀଳତା କଳାର ଏକ ଦ୍ଵିବସୀୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମୋଟ ୬ଗୋଟି ବିଭାଗରେ ୧୩୦ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ପ୍ରଧାନ ଶିକ୍ଷକ ରତନ ଲାଲ ସିଂଙ୍କ ସଭାପତିତ୍ବରେ ଆୟୋଜିତ ଉଦଯାପନ ଉତ୍ସବରେ ମୁଖ୍ୟଅତିଥି ଭାବରେ ଶିକ୍ଷାବିତ ତଥା ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ […] The post ଭାତପୁରା ଉଚ୍ଚ ବିଦ୍ୟାଳୟରେ ଏକ ଦିବସୀୟ ସୃଜନଶୀଳତା ମହୋତ୍ସବ ଉଦଯାପିତ appeared first on Odisha.News.

ଭାତପୁରା ଉଚ୍ଚ ବିଦ୍ୟାଳୟରେ ଏକ ଦିବସୀୟ ସୃଜନଶୀଳତା ମହୋତ୍ସବ ଉଦଯାପିତ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଭାତପୁରା ଉଚ୍ଚ ବିଦ୍ୟାଳୟ ଠାରେ ଆଜି ଓସେପା ଓ ମୋସ୍କୁଲ ଅଭିଯାନ ପକ୍ଷରୁ ଛାତ୍ରଛାତ୍ରୀଙ୍କ ସୃଜନଶୀଳତା କଳାର ଏକ ଦ୍ଵିବସୀୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମୋଟ ୬ଗୋଟି ବିଭାଗରେ ୧୩୦ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ପ୍ରଧାନ ଶିକ୍ଷକ ରତନ ଲାଲ ସିଂଙ୍କ ସଭାପତିତ୍ବରେ ଆୟୋଜିତ ଉଦଯାପନ ଉତ୍ସବରେ ମୁଖ୍ୟଅତିଥି ଭାବରେ ଶିକ୍ଷାବିତ ତଥା ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରି ସମ୍ମାନିତ କରିଥିଲେ। ସେ’ତାଙ୍କ ବକ୍ତବ୍ୟରେ କୋମଳମତି ଛାତ୍ରଛାତ୍ରୀଙ୍କ ଭିତରେ ଥିବା ସୃଜନାତ୍ମକ କଳାର ଉନ୍ମୋଚନ ପାଇଁ ଦେଶ ଓ ସମାଜ କାର୍ଯ୍ୟ କଲେ ଦେଶ ସମୃଦ୍ଧ ହୋଇ ପାରିବ ବୋଲି ମତ ପ୍ରକାଶ କରିଥିଲେ। ମୁଖ୍ୟବକ୍ତା ଭାବରେ ପ୍ରକୃତି ବନ୍ଧୁ ସରୋଜ ମେହେର ଯୋଗ ଦେଇ ସୃଜନଶିଲତା ପ୍ରସଙ୍ଗ ଉପରେ ବିଶଦ ଭାବେ ବକ୍ତବ୍ୟରେ ଛାତ୍ରୀଛାତ୍ର ଙ୍କୁ ବୁଝାଇଥିଲେ।

The post ଭାତପୁରା ଉଚ୍ଚ ବିଦ୍ୟାଳୟରେ ଏକ ଦିବସୀୟ ସୃଜନଶୀଳତା ମହୋତ୍ସବ ଉଦଯାପିତ appeared first on Odisha.News.