ଭାବବିହ୍ୱଳ ହେଲେ ସମୀର ଦାଶ
ନିମାପଡ଼ାର ତିନି ଥରର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ଏଥର ଟିକେଟ ଦେଇନି ବିଜେଡି। ତାଙ୍କ ବଦଳରେ ଦଳ ଦିଲ୍ଲୀପ କୁମାର ନାୟକଙ୍କୁ ଟିକେଟ ଦେଇଛି।
ଅନୁଗତ ଓ କର୍ମୀଙ୍କୁ ଦେଖି ଭାବବିହ୍ୱଳ ହେଲେ ସମୀର ଦାଶ। ଟିକେଟ୍ କଟିବା ପରେ ନିମାପଡ଼ାରେ ଏକାଠି ହୋଇଥିଲେ ସମୀର ଦାଶଙ୍କ ସମର୍ଥକ। ତେବେ ନିମାପଡ଼ା ପାଇଁ ପୂର୍ବତନ ମନ୍ତ୍ରୀ ସମୀର ଦାଶ ଟିକେଟ ଆଶାୟୀ ଥିବା ବେଳେ ତାଙ୍କ ପରିବର୍ତ୍ତେ ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରିଛି ବିଜେଡି। ବୈଠକରେ ସମର୍ଥକଙ୍କ ଉଦ୍ଦେଶ୍ୟରେ ସମୀର କହିଥିଲେ, ‘ଆମର ନେତା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ପୂରା ବିଶ୍ୱାସ ଅଛି। ୧୯୮୦ରୁ ୨୦୨୪- ମୋର ରାଜନୀତିକ ଜୀବନକୁ ୪୨ ବର୍ଷ ହୋଇଗଲାଣି। ଯେଉଁମାନେ ମୋ ପରିବାର ସହିତ ସଂପର୍କରେ ଅଛନ୍ତି, ସେମାନେ ଜାଣିଛନ୍ତି ଯେ ମୁଁ ମୋ ସ୍ତ୍ରୀକୁ ମଧ୍ୟ ଘଣ୍ଟାଏ ସମୟ ଦେଇ ପାରିନାହିଁ।