ଭାରତ ଆଗରେ ୧୬୨ ରନର ଲକ୍ଷ୍ୟ ରଖିଲା ଶ୍ରୀଲଙ୍କା

ପାଲ୍ଲେକେଲେ : ଦ୍ୱିତୀୟ ଟି ୨୦ ମ୍ୟାଚରେ ଶ୍ରୀଲଙ୍କା ଭାରତ ବିପକ୍ଷରେ ୧୬୧ ରନ୍ କରିବାରେ ସକ୍ଷମ ହୋଇଛି। ଶ୍ରୀଲଙ୍କା ପକ୍ଷରୁ କୁସଲ ପରେରା ସର୍ବାଧିକ ୩୪ ବଲରେ ୫୩ ରନ୍ ସଂଗ୍ରହ କରିଥିଲେ। ଶ୍ରୀଲଙ୍କା ୧୫ ଓଭରରେ ୧୩୦ ରନ୍ ସଂଗ୍ରହ କରିଥିବା ବେଳେ ଶେଷ ୫ ଓଭରରେ ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଯୋଗୁ ଘରୋଇ ଦଳର ସ୍କୋର ୧୭୦ ଭିଂତରେ ରହିଥିଲା। ଏହାରି ଭିତରେ ରବି ବିଷ୍ଣୋଇ ଭାରତ ପାଇଁ ସର୍ବାଧିକ ୱିକେଟ୍ […]

ଭାରତ ଆଗରେ ୧୬୨ ରନର ଲକ୍ଷ୍ୟ ରଖିଲା ଶ୍ରୀଲଙ୍କା
Sri Lanka set a target of 162 runs ahead of India

ପାଲ୍ଲେକେଲେ : ଦ୍ୱିତୀୟ ଟି ୨୦ ମ୍ୟାଚରେ ଶ୍ରୀଲଙ୍କା ଭାରତ ବିପକ୍ଷରେ ୧୬୧ ରନ୍ କରିବାରେ ସକ୍ଷମ ହୋଇଛି। ଶ୍ରୀଲଙ୍କା ପକ୍ଷରୁ କୁସଲ ପରେରା ସର୍ବାଧିକ ୩୪ ବଲରେ ୫୩ ରନ୍ ସଂଗ୍ରହ କରିଥିଲେ। ଶ୍ରୀଲଙ୍କା ୧୫ ଓଭରରେ ୧୩୦ ରନ୍ ସଂଗ୍ରହ କରିଥିବା ବେଳେ ଶେଷ ୫ ଓଭରରେ ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଯୋଗୁ ଘରୋଇ ଦଳର ସ୍କୋର ୧୭୦ ଭିଂତରେ ରହିଥିଲା। ଏହାରି ଭିତରେ ରବି ବିଷ୍ଣୋଇ ଭାରତ ପାଇଁ ସର୍ବାଧିକ ୱିକେଟ୍ ନେଇଥିଲେ। ସେ ୪ ଓଭର ବୋଲିଂ କରି ୨୬ ରନ୍ ଦେଇ ୩ ୱିକେଟ୍ ନେଇଥିଲେ। ଭାରତ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଚତୁର୍ଥ ଓଭରରେ କୁସାଲ ମେଣ୍ଡିସଙ୍କ ୱିକେଟ୍ ନେଇ ଅର୍ଶଦୀପ ସିଂ ଭାରତକୁ ଭଲ ଆରମ୍ଭ ଭେଟି ଦେଇଥିଲେ। ଶ୍ରୀଲଙ୍କାକୁ ୨୬ ରନ ରେ ଗୋଟିଏ ଓ୍ବିକେଟ ହରାଇବାକୁ ପଡ଼ିଥିଲା।