ଭାରତ ଆସିବନି ପାକିସ୍ତାନ, ନିରପେକ୍ଷ ସ୍ଥାନରେ ମ୍ୟାଚ୍ କରିବାକୁ ଦାବି କଲେ ପିସିବି ଅଧ୍ୟକ୍ଷ ମୋହସିନ୍ ନକଭି
ଭାରତ ଆସିବନି ପାକିସ୍ତାନ ମହିଳା କ୍ରିକେଟ ଟିମ। ନିରପେକ୍ଷ ସ୍ଥାନରେ ମ୍ୟାଚ କରିବାକୁ ଦାବି। ଦାବି କଲେ ପିସିବି ଅଧ୍ୟକ୍ଷ ମୋହସିନ୍ ନକଭି। ପାକିସ୍ତାନ ମହିଳା କ୍ରିକେଟ ଟିମ ଚଳିତ ବର୍ଷ ଶେଷରେ ଆଇସିସି ଏକଦିବସୀୟ ବିଶ୍ୱକପ୍ ପାଇଁ ଭାରତ ଯାତ୍ରା କରିବ ନାହିଁ । ନିକଟ ଅତୀତରେ ଖେଳାଯାଇଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫି ଭଳି ହାଇବ୍ରିଡ୍ ମଡେଲକୁ ଅନୁସରଣ କରି ଏକ ନିରପେକ୍ଷ ସ୍ଥାନରେ ମ୍ୟାଚ୍ କରିବାକୁ ଦାବି କରିଛନ୍ତି ପିସିବି ଅଧ୍ୟକ୍ଷ। ଯେମିତି ଭାରତ […] The post ଭାରତ ଆସିବନି ପାକିସ୍ତାନ, ନିରପେକ୍ଷ ସ୍ଥାନରେ ମ୍ୟାଚ୍ କରିବାକୁ ଦାବି କଲେ ପିସିବି ଅଧ୍ୟକ୍ଷ ମୋହସିନ୍ ନକଭି appeared first on KNews Odisha.

ଭାରତ ଆସିବନି ପାକିସ୍ତାନ ମହିଳା କ୍ରିକେଟ ଟିମ। ନିରପେକ୍ଷ ସ୍ଥାନରେ ମ୍ୟାଚ କରିବାକୁ ଦାବି। ଦାବି କଲେ ପିସିବି ଅଧ୍ୟକ୍ଷ ମୋହସିନ୍ ନକଭି। ପାକିସ୍ତାନ ମହିଳା କ୍ରିକେଟ ଟିମ ଚଳିତ ବର୍ଷ ଶେଷରେ ଆଇସିସି ଏକଦିବସୀୟ ବିଶ୍ୱକପ୍ ପାଇଁ ଭାରତ ଯାତ୍ରା କରିବ ନାହିଁ । ନିକଟ ଅତୀତରେ ଖେଳାଯାଇଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫି ଭଳି ହାଇବ୍ରିଡ୍ ମଡେଲକୁ ଅନୁସରଣ କରି ଏକ ନିରପେକ୍ଷ ସ୍ଥାନରେ ମ୍ୟାଚ୍ କରିବାକୁ ଦାବି କରିଛନ୍ତି ପିସିବି ଅଧ୍ୟକ୍ଷ। ଯେମିତି ଭାରତ ଚାମ୍ପିଅନସ ଟ୍ରଫି ଖେଳିବାକୁ ପାକିସ୍ତାନ ଆସିଲାନି ସେହିପରି ପାକିସ୍ତାନ ମଧ୍ୟ ଭାରତ ଯିବନାହିଁ ବୋଲି ସ୍ପଷ୍ଟ କରିଛନ୍ତି ନକଭି।
ଭାରତ ଏବଂ ଆଇସିସି ଟୁର୍ଣ୍ଣାମେଣ୍ଟର ଆୟୋଜକ ହୋଇଥିବାରୁ ସେମାନେ ନିରପେକ୍ଷ ସ୍ଥାନ ନିଷ୍ପତ୍ତି ନେବେ। ଭାରତ ଏବଂ ଆଇସିସି ଯେଉଁ ସ୍ଥାନ ଚୟନ କରିବେ ସେମାନେ ସେଠାରେ ଖେଳିବାକୁ ରାଜି ବୋଲି କହିଛନ୍ତି ପାକିସ୍ତାନ କ୍ରିକେଟ୍ ବୋର୍ଡ ଅଧ୍ୟକ୍ଷ । ଆସନ୍ତା ସେପ୍ଟେମ୍ବର ୨୯ ରୁ ଅକ୍ଟୋବର ୨୬ ତାରିଖ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବ ଭାରତ। ୨୦୨୫ ଆଇସିସି ଚାମ୍ପିଅନ୍ସ ଟ୍ରଫି ସମୟରେ ପାକିସ୍ତାନ ଗସ୍ତ କରିନଥିଲା ଭାରତ। ଯାହାକୁ ନେଇ ବହୁ ବାଦ ବିବାଦ ପରେ ୟୁଏଇରେ ଖେଳାଯାଇଥିଲା ମ୍ୟାଚ। ଏଥିରେ ଭାରତ ଚାମ୍ପିଅନ ହୋଇଥିଲା।
Also Read : ବିସିସିଆଇର ବଡ଼ କାର୍ଯ୍ୟାନୁଷ୍ଠାନ, ସହାୟକ କୋଚ୍ ସମେତ ୩ ଜଣ ଟିମରୁ ବିଦା
The post ଭାରତ ଆସିବନି ପାକିସ୍ତାନ, ନିରପେକ୍ଷ ସ୍ଥାନରେ ମ୍ୟାଚ୍ କରିବାକୁ ଦାବି କଲେ ପିସିବି ଅଧ୍ୟକ୍ଷ ମୋହସିନ୍ ନକଭି appeared first on KNews Odisha.