ଭାରତ ଆସୁଛି ୨୬/୧୧ ମାଷ୍ଟର ମାଇଣ୍ଡ ତହବୁର ରାଣା, ସ୍ୱତନ୍ତ୍ର ବିମାନରେ ଯାତ୍ରା
ମୁମ୍ୱାଇ ୦୯/୦୪: ଭାରତ ଆସୁଛି ମାଷ୍ଟର ମାଇଣ୍ଡ ତହବୁର ରାଣା । ମୁମ୍ବାଇ ଆତଙ୍କୀ ହମଲାର ଅନ୍ୟତମ ଅଭିଯୁକ୍ତ ତହବୁର ରାଣାକୁ ଭାରତ ଆଣୁଛି NIA ଟିମ୍ । ଆମେରିକାରୁ ସ୍ୱତନ୍ତ୍ର ବିମାନେ ଯୋଗେ ତାକୁ ଭାରତ ଅଣାଯାଉଛି । କଡା ସୁରକ୍ଷା ବଳୟରେ ରାଣାକୁ ଭାରତ ଅଣାଯାଉଛି । ତହବୁରର ପ୍ରତ୍ୟର୍ପଣକୁ ନେଇ ତଦାରଖ କରୁଛନ୍ତି ଅଜିତ୍ ଡୋଭାଲ । ତହବୁର ଭାରତ ଆସିଲେ ମୁମ୍ବାଇ କିମ୍ବା ଦିଲ୍ଲୀର ଜେଲରେ ରହିପାରେ । ଏନେଇ ସବୁ ପ୍ରସ୍ତୁତି ସରିଥିବା ଜଣାପଡିଛି । ପୂର୍ବରୁ ଭାରତକୁ ପ୍ରତ୍ୟର୍ପଣ ବିରୋଧରେ ସେ କରିଥିବା ଆବେଦନକୁ ଖାରଜ କରିଥିଲେ ଆମେରିକା ସୁପ୍ରିମକୋର୍ଟ। ଭାରତକୁ ପ୍ରତ୍ୟର୍ପଣରେ ସ୍ଥଗିତାଦେଶ ଦେବାକୁ ମନା କରିଦେଇଥିଲେ ଆମେରିକାର ସର୍ବୋଚ୍ଚ ଅଦାଲତ । ଏହା ପୂର୍ବରୁ ଫେବୃଆରୀରେ ତହବୁର ପକ୍ଷରୁ ଆମେରିକା ସୁପ୍ରିମକୋର୍ଟର ଆସୋସିଏଟ୍ ଜଷ୍ଟିସ୍ ଏଲିନା କଗନଙ୍କୁ ଆବେଦନ କରାଯାଇଥିଲା ।ତେବେ ସେ ଏହି ଆବେଦନ ଗ୍ରହଣ ନକରିବାରୁ ଆମେରିକା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇ ଜରୁରୀ ଆବେଦନ କରିଥିଲା ତହବୁର। କାନାଡ଼ାର ନାଗରିକ ଓ ପାକିସ୍ତାନୀ ମୂଳ ତହୱର ରାଣାକୁ ଆମେରିକାର ଲସ ଏଞ୍ଜେଲସ୍ ଡିଟେନସନ ସେଣ୍ଟରରେ ରଖାଯାଇଛି। ୬୪ ବର୍ଷୀୟ ରାଣା ୨୦୧୧ରେ ଆମେରିକାରେ ଦୋଷୀ ସାବ୍ୟସ୍ତ ହୋଇ ୧୩ ବର୍ଷ ସଜ୍ଜା କାଟୁଛି ।ତେବେ ୨୦୦୮ ନଭେମ୍ବର ୨୬ରେ ମୁମ୍ବାଇ ଆକ୍ରମଣ ଘଟଣାରେ ତହବୁରର ସିଧାସଳଖ ସଂପୃକ୍ତି ରହିଛି ଏବଂ ସେ ପାକିସ୍ତାନୀ ଆତଙ୍କୀ
ମୁମ୍ୱାଇ ୦୯/୦୪: ଭାରତ ଆସୁଛି ମାଷ୍ଟର ମାଇଣ୍ଡ ତହବୁର ରାଣା । ମୁମ୍ବାଇ ଆତଙ୍କୀ ହମଲାର ଅନ୍ୟତମ ଅଭିଯୁକ୍ତ ତହବୁର ରାଣାକୁ ଭାରତ ଆଣୁଛି NIA ଟିମ୍ । ଆମେରିକାରୁ ସ୍ୱତନ୍ତ୍ର ବିମାନେ ଯୋଗେ ତାକୁ ଭାରତ ଅଣାଯାଉଛି । କଡା ସୁରକ୍ଷା ବଳୟରେ ରାଣାକୁ ଭାରତ ଅଣାଯାଉଛି । ତହବୁରର ପ୍ରତ୍ୟର୍ପଣକୁ ନେଇ ତଦାରଖ କରୁଛନ୍ତି ଅଜିତ୍ ଡୋଭାଲ । ତହବୁର ଭାରତ ଆସିଲେ ମୁମ୍ବାଇ କିମ୍ବା ଦିଲ୍ଲୀର ଜେଲରେ ରହିପାରେ । ଏନେଇ ସବୁ ପ୍ରସ୍ତୁତି ସରିଥିବା ଜଣାପଡିଛି ।
ପୂର୍ବରୁ ଭାରତକୁ ପ୍ରତ୍ୟର୍ପଣ ବିରୋଧରେ ସେ କରିଥିବା ଆବେଦନକୁ ଖାରଜ କରିଥିଲେ ଆମେରିକା ସୁପ୍ରିମକୋର୍ଟ। ଭାରତକୁ ପ୍ରତ୍ୟର୍ପଣରେ ସ୍ଥଗିତାଦେଶ ଦେବାକୁ ମନା କରିଦେଇଥିଲେ ଆମେରିକାର ସର୍ବୋଚ୍ଚ ଅଦାଲତ । ଏହା ପୂର୍ବରୁ ଫେବୃଆରୀରେ ତହବୁର ପକ୍ଷରୁ ଆମେରିକା ସୁପ୍ରିମକୋର୍ଟର ଆସୋସିଏଟ୍ ଜଷ୍ଟିସ୍ ଏଲିନା କଗନଙ୍କୁ ଆବେଦନ କରାଯାଇଥିଲା ।
ତେବେ ସେ ଏହି ଆବେଦନ ଗ୍ରହଣ ନକରିବାରୁ ଆମେରିକା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇ ଜରୁରୀ ଆବେଦନ କରିଥିଲା ତହବୁର। କାନାଡ଼ାର ନାଗରିକ ଓ ପାକିସ୍ତାନୀ ମୂଳ ତହୱର ରାଣାକୁ ଆମେରିକାର ଲସ ଏଞ୍ଜେଲସ୍ ଡିଟେନସନ ସେଣ୍ଟରରେ ରଖାଯାଇଛି। ୬୪ ବର୍ଷୀୟ ରାଣା ୨୦୧୧ରେ ଆମେରିକାରେ ଦୋଷୀ ସାବ୍ୟସ୍ତ ହୋଇ ୧୩ ବର୍ଷ ସଜ୍ଜା କାଟୁଛି ।
ତେବେ ୨୦୦୮ ନଭେମ୍ବର ୨୬ରେ ମୁମ୍ବାଇ ଆକ୍ରମଣ ଘଟଣାରେ ତହବୁରର ସିଧାସଳଖ ସଂପୃକ୍ତି ରହିଛି ଏବଂ ସେ ପାକିସ୍ତାନୀ ଆତଙ୍କୀ ଡେଭିଡ୍ ହେଡଲି ସହ ମିଶି ଷଡ଼ଯନ୍ତ୍ରରେ ସାମିଲ ଥିଲା ବୋଲି ଭାରତ ଦାବି କରୁଛି । ଭାରତରେ ତାର ଜେରା ଓ ବିଚାର ପାଇଁ ପ୍ରତ୍ୟର୍ପଣ କରିବାକୁ ରାଜି ହୋଇଛି ଆମେରିକା ।