ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ ଉପରେ ଗ୍ଲୋବାଲ୍ ୱାର୍ମିଂ ପ୍ରଭାବ, ଟିମ୍ ଇଣ୍ଡିଆକୁ ମିଳିପାରେ ଲାଭ

ନୂଆଦିଲ୍ଲୀ: ଗତ କିଛି ବର୍ଷ ଧରି ସାରା ବିଶ୍ୱରେ ତାପାମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଜଳବାୟୁ ପରିପର୍ତ୍ତନର ଗମ୍ଭୀର ଓ ଖରାପ ପରିମାଣ ମଧ୍ୟ ଦେଖିବାକୁ ମିଳୁଛି । ତେବେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜରେ ଏହାର ପ୍ରଭାବ ଦେଖିବାକୁ ମିଳିପାରେ । ତେବେ କ୍ରିକେଟ ସହ ଏହାର କ'ଣ ସମ୍ପର୍କ ଅଛି ? ଏ ପ୍ରଶ୍ନ ଉଠିବା ସ୍ୱାଭାବିକ । ଏକ୍ସପର୍ଟ୍ସଙ୍କ ମତରେ ତାପମାତ୍ରା ବୃଦ୍ଧି ସିରିଜକୁ ପ୍ରଭାବିତ କରିପାରେ ଏବଂ ଟିମ୍ ଇଣ୍ଡିଆ ଏଥିରୁ ଲାଭ ପାଇପାରିବ । କ୍ରିକେଟ ଜଗତରେ ଇଂଲଣ୍ଡର ସ୍ୱତନ୍ତ୍ର, କାରଣ ଏଠାରୁ ହିଁ କ୍ରିକେଟ୍ ଆରମ୍ଭ ହୋଇଥିଲା ଓ ଲର୍ଡ୍ସ ଗ୍ରାଉଣ୍ଡ ବି ଏଇଠି ଅଛି । ଏଇଠି ଟେଷ୍ଟ କ୍ରିକେଟକୁ ବି ସମ୍ମାନ ଦିଆଯାଏ । ଖାସକରି ଇଂଲଣ୍ଡର ଗ୍ରୀଷ୍ମ ଋତୁରେ ଟେଷ୍ଟ ଖେଳିବା ନିଆରା ଅନୁଭୂତି ଦିଏ । ଗ୍ରୀଷ୍ମରେ ବି ବର୍ଷା ହୁଏ, ଯାହା ଟେଷ୍ଟ କ୍ରିକେଟ୍ ପାଇଁ ପାଗ ଅନୁକୂଳ କରିଥାଏ । ତେବେ ଦ୍ରୁତ ବୋଲରଙ୍କୁ ଏଥିରୁ ଭଲ ଲାଭ ମିଳିବ । ଇଂଲଣ୍ଡର ପ୍ରସିଦ୍ଧ କ୍ରିକେଟ୍ ପତ୍ରିକା ୱିସଡେନର ଏକ ରିପୋର୍ଟ ଅନୁସାରେ ଇଂଲଣ୍ଡରେ ଚଳିତ ଗ୍ରୀଷ୍ମ ଋତୁ ଗତ କିଛି ବର୍ଷ ଅପେକ୍ଷା ଅଧିକ ଗରମ ଏବଂ ଶୁଷ୍କ । ଅର୍ଥାତ୍, ବିଗତ ବର୍ଷଗୁଡ଼ିକ ତୁଳନାରେ ଏହି ଗ୍ରୀଷ୍ମ ଋତୁରେ ଇଂଲଣ୍ଡରେ ଅଧିକ ବର୍ଷା ହୋଇନାହିଁ । ଗତ ୧୪୨ ବର୍ଷ ମଧ୍ୟରେ ମେ’ରେ ତାପମାତ୍ରା ସବୁଠୁ ଅଧିକ ଥିଲା । ଏହାର ପ୍ରଭାବ ସିଧାସଳଖ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର

ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ ଉପରେ ଗ୍ଲୋବାଲ୍ ୱାର୍ମିଂ ପ୍ରଭାବ, ଟିମ୍ ଇଣ୍ଡିଆକୁ ମିଳିପାରେ ଲାଭ

ନୂଆଦିଲ୍ଲୀ: ଗତ କିଛି ବର୍ଷ ଧରି ସାରା ବିଶ୍ୱରେ ତାପାମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଜଳବାୟୁ ପରିପର୍ତ୍ତନର ଗମ୍ଭୀର ଓ ଖରାପ ପରିମାଣ ମଧ୍ୟ ଦେଖିବାକୁ ମିଳୁଛି । ତେବେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜରେ ଏହାର ପ୍ରଭାବ ଦେଖିବାକୁ ମିଳିପାରେ । ତେବେ କ୍ରିକେଟ ସହ ଏହାର କ'ଣ ସମ୍ପର୍କ ଅଛି ? ଏ ପ୍ରଶ୍ନ ଉଠିବା ସ୍ୱାଭାବିକ । ଏକ୍ସପର୍ଟ୍ସଙ୍କ ମତରେ ତାପମାତ୍ରା ବୃଦ୍ଧି ସିରିଜକୁ ପ୍ରଭାବିତ କରିପାରେ ଏବଂ ଟିମ୍ ଇଣ୍ଡିଆ ଏଥିରୁ ଲାଭ ପାଇପାରିବ । 

କ୍ରିକେଟ ଜଗତରେ ଇଂଲଣ୍ଡର ସ୍ୱତନ୍ତ୍ର, କାରଣ ଏଠାରୁ ହିଁ କ୍ରିକେଟ୍ ଆରମ୍ଭ ହୋଇଥିଲା ଓ ଲର୍ଡ୍ସ ଗ୍ରାଉଣ୍ଡ ବି ଏଇଠି ଅଛି । ଏଇଠି ଟେଷ୍ଟ କ୍ରିକେଟକୁ ବି ସମ୍ମାନ ଦିଆଯାଏ । ଖାସକରି ଇଂଲଣ୍ଡର ଗ୍ରୀଷ୍ମ ଋତୁରେ ଟେଷ୍ଟ ଖେଳିବା ନିଆରା ଅନୁଭୂତି ଦିଏ । ଗ୍ରୀଷ୍ମରେ ବି ବର୍ଷା ହୁଏ, ଯାହା ଟେଷ୍ଟ କ୍ରିକେଟ୍ ପାଇଁ ପାଗ ଅନୁକୂଳ କରିଥାଏ । ତେବେ ଦ୍ରୁତ ବୋଲରଙ୍କୁ ଏଥିରୁ ଭଲ ଲାଭ ମିଳିବ । ଇଂଲଣ୍ଡର ପ୍ରସିଦ୍ଧ କ୍ରିକେଟ୍ ପତ୍ରିକା ୱିସଡେନର ଏକ ରିପୋର୍ଟ ଅନୁସାରେ ଇଂଲଣ୍ଡରେ ଚଳିତ ଗ୍ରୀଷ୍ମ ଋତୁ ଗତ କିଛି ବର୍ଷ ଅପେକ୍ଷା ଅଧିକ ଗରମ ଏବଂ ଶୁଷ୍କ । ଅର୍ଥାତ୍, ବିଗତ ବର୍ଷଗୁଡ଼ିକ ତୁଳନାରେ ଏହି ଗ୍ରୀଷ୍ମ ଋତୁରେ ଇଂଲଣ୍ଡରେ ଅଧିକ ବର୍ଷା ହୋଇନାହିଁ । ଗତ ୧୪୨ ବର୍ଷ ମଧ୍ୟରେ ମେ’ରେ ତାପମାତ୍ରା ସବୁଠୁ ଅଧିକ ଥିଲା । ଏହାର ପ୍ରଭାବ ସିଧାସଳଖ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜରେ ଦେଖାଯିବ ।

ସାଧାରଣତଃ ଇଂଲଣ୍ଡରେ କ୍ରିକେଟ୍ ଋତୁ ଅର୍ଥାତ୍ ଗ୍ରୀଷ୍ମ ଋତୁରେ ବି ବର୍ଷା ହୋଇଥାଏ କିମ୍ବା ଆକାଶ ମେଘୁଆ ରହିଥାଏ । ଏହି କାରଣରୁ ଫାଷ୍ଟ ବୋଲରଙ୍କୁ ଫାଇଦା ମିଳେ । ବଲ୍ ଭଲ ସ୍ୱିଙ୍ଗ୍ କରେ ଓ ବ୍ୟାଟରଙ୍କୁ ଅସୁବିଧା କରାଏ । କିନ୍ତୁ ଏଥର ବର୍ଷା ନ ହେବା ଏବଂ ପ୍ରବଳ ଗରମ ଯୋଗୁଁ ପିଚ୍ ଶୁଷ୍କ ରହିବାର ସମ୍ଭାବନା ରହିଛି । ଇଂଲଣ୍ଡ ତା'ର ଦ୍ରୁତ ବୋଲରଙ୍କଠାରୁ ଅଧିକ ଲାଭ ନେଇପାରିବ ନାହିଁ ।

ଚଳିତ ବର୍ଷର କାଉଣ୍ଟି ଚାମ୍ପିଅନସିପର ପରିସଂଖ୍ୟାନ ମଧ୍ୟ ଏହାକୁ ପ୍ରମାଣିତ କରୁଛି । ୱିସଡେନ୍ ରିପୋର୍ଟ ଅନୁସାରେ, ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ୫ଟି ସ୍ଥାନରେ ଚଳିତ ବର୍ଷ ଖେଳାଯାଇଥିବା କାଉଣ୍ଟି ଚାମ୍ପିଅନସିପର ସମସ୍ତ ମ୍ୟାଚ୍‌ରେ ସ୍ପିନର ପ୍ରଭାବୀ ରହିଥିଲେ । ଡାଟା ଅନୁସାରେ ଏହି ପାଞ୍ଚଟି ସ୍ଥାନରେ ସ୍ପିନର ପ୍ରଥମ ଇନିଂସରେ ହାରାହାରି ୱିକେଟ୍ ୪୪.୨ ୱିକେଟ୍ ନେଇଥିବା ବେଳେ, ଦ୍ୱିତୀୟ ଇନିଂସରେ ଏହା ୩୪.୫ ରହିଥିଲା । ତୃତୀୟ ଇନିଂସରେ ଏହା ଆହୁରି ଭଲ ଏବଂ ୩୨.୬ରେ ଥିଲା, ଚତୁର୍ଥ ଇନିଂସରେ ଏହା ୩୦.୮ ଥିଲା । ଅର୍ଥାତ୍ ଏଥର ଇଂଲଣ୍ଡର ଭାରତ ପ୍ରତି ଅନୁକୂଳ ହୋଇପାରେ ।