ଭାରତ-ଇଂଲଣ୍ଡ ୨ୟ ଟି-୨୦ ମ୍ୟାଚ୍, ଚିପକ୍ରେ ବଟ୍ଲର ବାହିନୀ ପାଇଁ ସ୍ପିନ୍ ପରୀକ୍ଷା
ମୁମ୍ବାଇ ୨୫।୦୧ : ଭାରତ-ଇଂଲଣ୍ଡ ଟି-୨୦ ସିରିଜ୍ । ଏହି ସିରିଜ୍ର ପ୍ରଥମ ମ୍ୟାଚ୍କୁ ନିଜ ନାମରେ କରିସାରିଥିବା ଟିମ୍ ଇଣ୍ଡିଆ ପାଇଁ ଆଉ ଏକ ସୁଯୋଗ । ଶନିବାର ଚେନ୍ନାଇର ଚିପକ୍ ଷ୍ଟାଡିୟମ୍ରେ ଖେଳାଯିବାକୁ ଥିବା ୨ୟ ଟି-୨୦ ମ୍ୟାଚ୍ ଜିତି ସିରିଜ୍ରେ ୨-୦ରେ ଆଗୁଆ ରହିବାକୁ ଯୋଜନା କରିବ । ସଂଧ୍ୟା ୭ଟା ସମୟରେ ଚେନ୍ନାଇର ଏମ୍ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଖେଳାଯିବ ଏହି ମ୍ୟାଚ୍ । ଜାନୁଆରୀ ୨୨ ତାରିଖରୁ ଆରମ୍ଭ ହୋଇଥିବା ଭାରତ-ଇଂଲଣ୍ଡ ଟି-୨୦ ସିରିଜ୍ । ପ୍ରଥମ ମ୍ୟାଚ୍ରେ ବାଜ୍ବଲ୍ ଟିମ୍ ଉପରେ ଭାରି ପଡିଥିଲା ୟଙ୍ଗ ଇଣ୍ଡିଆ । ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତୀୟ ଟିମ୍ ଭ୍ରମଣକାରୀ ଦଳ ଇଂଲଣ୍ଡକୁ ୭ଓ୍ୱିକେଟ୍ର ପରାସ୍ତ କରିଥିଲା । ଯାହାଫଳରେ ସିରିଜ୍ର ପ୍ରଥମ ମ୍ୟାଚ୍କୁ ନିଜ ନାମରେ କରିବାରେ ସକ୍ଷମ ହୋଇଥିଲା । ଏହାପରେ ଶନିବାର ମାନେ ଜାନୁଆରୀ ୨୫ ତାରିଖ ଦିନ ଖେଳାଯିବ ସିରିଜ୍ର ୨ୟ ଟି-୨୦ ମ୍ୟାଚ୍ । ଚେନ୍ନାଇର ଏମ୍ଏ ଚିଦାମ୍ବରମ ଷ୍ଟାଡିୟମ୍ରେ ଖେଳାଯିବ ଏହି ମ୍ୟାଚ୍ । ଚେନ୍ନାଇର ଚିପକ୍ ଷ୍ଟାଡିୟମ୍ ସ୍ପିନରଙ୍କୁ ସୁହାଉଥିବା ବେଳେ ଏହା ଇଂଲଣ୍ଡ ଟିମ୍ ବାଜିପାରେ ସତର୍କର ଘଣ୍ଟି । କାହିଁକି ନା ପ୍ରଥମ ମ୍ୟାଚ୍ରେ ଇଂଲଣ୍ଡ ବ୍ୟାଟରମାନେ ଯେପରି ସ୍ପିନ୍ ଆଗରେ ଆତ୍ମସମର୍ପଣ କରିଥିଲେ। ଏପରି ସ୍ଥିତିରେ ରବି ବିଷ୍ଣୋଇ, ଉପଅଧିନାୟକ ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ ଇଂଲଣ୍ଡ ପାଇଁ
ମୁମ୍ବାଇ ୨୫।୦୧ : ଭାରତ-ଇଂଲଣ୍ଡ ଟି-୨୦ ସିରିଜ୍ । ଏହି ସିରିଜ୍ର ପ୍ରଥମ ମ୍ୟାଚ୍କୁ ନିଜ ନାମରେ କରିସାରିଥିବା ଟିମ୍ ଇଣ୍ଡିଆ ପାଇଁ ଆଉ ଏକ ସୁଯୋଗ । ଶନିବାର ଚେନ୍ନାଇର ଚିପକ୍ ଷ୍ଟାଡିୟମ୍ରେ ଖେଳାଯିବାକୁ ଥିବା ୨ୟ ଟି-୨୦ ମ୍ୟାଚ୍ ଜିତି ସିରିଜ୍ରେ ୨-୦ରେ ଆଗୁଆ ରହିବାକୁ ଯୋଜନା କରିବ । ସଂଧ୍ୟା ୭ଟା ସମୟରେ ଚେନ୍ନାଇର ଏମ୍ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଖେଳାଯିବ ଏହି ମ୍ୟାଚ୍ ।

ଜାନୁଆରୀ ୨୨ ତାରିଖରୁ ଆରମ୍ଭ ହୋଇଥିବା ଭାରତ-ଇଂଲଣ୍ଡ ଟି-୨୦ ସିରିଜ୍ । ପ୍ରଥମ ମ୍ୟାଚ୍ରେ ବାଜ୍ବଲ୍ ଟିମ୍ ଉପରେ ଭାରି ପଡିଥିଲା ୟଙ୍ଗ ଇଣ୍ଡିଆ । ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତୀୟ ଟିମ୍ ଭ୍ରମଣକାରୀ ଦଳ ଇଂଲଣ୍ଡକୁ ୭ଓ୍ୱିକେଟ୍ର ପରାସ୍ତ କରିଥିଲା । ଯାହାଫଳରେ ସିରିଜ୍ର ପ୍ରଥମ ମ୍ୟାଚ୍କୁ ନିଜ ନାମରେ କରିବାରେ ସକ୍ଷମ ହୋଇଥିଲା । ଏହାପରେ ଶନିବାର ମାନେ ଜାନୁଆରୀ ୨୫ ତାରିଖ ଦିନ ଖେଳାଯିବ ସିରିଜ୍ର ୨ୟ ଟି-୨୦ ମ୍ୟାଚ୍ । ଚେନ୍ନାଇର ଏମ୍ଏ ଚିଦାମ୍ବରମ ଷ୍ଟାଡିୟମ୍ରେ ଖେଳାଯିବ ଏହି ମ୍ୟାଚ୍ । ଚେନ୍ନାଇର ଚିପକ୍ ଷ୍ଟାଡିୟମ୍ ସ୍ପିନରଙ୍କୁ ସୁହାଉଥିବା ବେଳେ ଏହା ଇଂଲଣ୍ଡ ଟିମ୍ ବାଜିପାରେ ସତର୍କର ଘଣ୍ଟି । କାହିଁକି ନା ପ୍ରଥମ ମ୍ୟାଚ୍ରେ ଇଂଲଣ୍ଡ ବ୍ୟାଟରମାନେ ଯେପରି ସ୍ପିନ୍ ଆଗରେ ଆତ୍ମସମର୍ପଣ କରିଥିଲେ। ଏପରି ସ୍ଥିତିରେ ରବି ବିଷ୍ଣୋଇ, ଉପଅଧିନାୟକ ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ ଇଂଲଣ୍ଡ ପାଇଁ ସାଜିପାରନ୍ତି ଘାତକ।

ଶନିବାର ଭାରତ ଏକାଦଶରେ ପରିବର୍ତ୍ତନ କରିବାର ସମ୍ଭାବନା ନାହିଁ । ଫଳରେ କୋଲକାତା ଭଳି ଚିପକରେ ମଧ୍ୟ ମହମ୍ମଦ ସାମିଙ୍କୁ ବିଶ୍ରାମ ମିଳିପାରେ । ଆଗକୁ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ଓ ଚାମ୍ପିଅନ୍ସ ଟ୍ରଫି ରହିଛି । ଉଭୟ ଦଳରେ ସାମି ସ୍ଥାନ ପାଇଛନ୍ତି । ତେଣୁ ତାଙ୍କୁ ଯଥା ସମ୍ଭବ ବିଶ୍ରାମ ଦେଇ ଚାମ୍ପିଅନ୍ସ ଟ୍ରଫି ପାଇଁ ପ୍ରସ୍ତୁତ ରଖିବା ଜରୁରି ।
ଇଂଲଣ୍ଡ ଏକାଦଶରେ ପରିବର୍ତ୍ତନ ହୋଇପାରେ । ଯୁବ ବ୍ୟାଟିଂ ବିସ୍ମୟ ଜାକବ ବେଥେଲ ଅସୁସ୍ଥ ରହିଥିବାରୁ ଶୁକ୍ରବାର ଅଭ୍ୟାସକୁ ଓହ୍ଲାଇ ନଥିଲେ । ସେ ଶନିବାର ବାଦ ପଡ଼ିପାରନ୍ତି । ତାଙ୍କ ସ୍ଥାନରେ ଜାମି ସ୍ମିଥ୍ଙ୍କୁ ଏକାଦଶରେ ସ୍ଥାନ ମିଳିବାର ସମ୍ଭାବନା ରହିଛି । ସେହିପରି ପ୍ରଥମ ମ୍ୟାଚ୍ରେ ବ୍ୟୟ ବହୁଳ ସାବ୍ୟସ୍ତ ହୋଇଥିବା ଗସ ଆଟକିନସନଙ୍କ ସ୍ଥାନରେ ପେସ୍ ବୋଲର ବ୍ରାଇଡନ କାର୍ସଙ୍କୁ ସୁଯୋଗ ମିଳିପାରେ ।

ସମ୍ଭାବିତ ଟିମ୍
ଭାରତ : ସଞ୍ଜୁ ସାମସନ, ଅଭିଷେକ ଶର୍ମା, ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂହ, ନୀତିଶ କୁମାର ରେଡ୍ଡୀ, ଅକ୍ଷର ପଟେଲ, ରବି ବିଷ୍ଣୋଇ/ମହମ୍ମଦ ସାମି, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ ।
ଇଂଲଣ୍ଡ : ଫିଲ ସଲ୍ଟ, ବେନ ଡକେଟ୍, ଜୋସ ବଟଲର (ଅଧିନାୟକ), ହ୍ୟାରୀ ବ୍ରୁକ୍, ଲାଏମ ଲିଭିଙ୍ଗଷ୍ଟୋନ, ଜାକବ ବେଥେଲ/ଜାମି ସ୍ମିଥ, ଜାମି ଓଭରଟନ, ବ୍ରାଇଡନ କାର୍ସ, ଜୋଫ୍ରା ଆର୍ଚର, ଆଦିଲ ରସିଦ, ମାର୍କ ଉଡ୍ ।