ଦଣ୍ଡନାଚ ପାଇଁ ଗଞ୍ଜାମ ଜିଲା ଉତ୍ସବମୁଖର, ଅଶ୍ଳିଳ ନୃତ୍ୟ ଉପରେ ପୋଲିସର କଡ଼ା ନଜର

ଭଞ୍ଜନଗର,୩୦ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଅଧିକାଂଶ ଦଣ୍ଡନାଚ ଉଠି ସାରିଲାଣି। ଆଉ କିଛି ଦଣ୍ଡନାଚ ୧ ତାରିଖ ସୁଧା ଉଠିବ। ବର୍ତ୍ତମାନ ଦଣ୍ଡନାଚ ପାଇଁ ଗଞ୍ଜାମ ଜିଲା ଉତ୍ସବମୁଖର ହୋଇପଡିଛି। ଜିଲାର ଦାଦନ ଶ୍ରମିକ ମାନେ ବର୍ତ୍ତମାନ ଦଣ୍ଡନାଚ ଦେଖିବା ପାଇଁ ଭିଟାମାଟିକୁ ଫେରିଛନ୍ତି। ଦଣ୍ଡନାଚ ହେଉଛି ଗଞ୍ଜାମ ଜିଲାର ପ୍ରସିଦ୍ଧ ଆଧ୍ୟାତ୍ମିକ ନାଚ। ଦିନବେଳେ ଧୂଳି ଦଣ୍ଡ ଏବଂ ସନ୍ଧ୍ୟାରେ ପାଣି ଦଣ୍ଡ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମୁଛି। ଏଥିସହ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ […] The post ଦଣ୍ଡନାଚ ପାଇଁ ଗଞ୍ଜାମ ଜିଲା ଉତ୍ସବମୁଖର, ଅଶ୍ଳିଳ ନୃତ୍ୟ ଉପରେ ପୋଲିସର କଡ଼ା ନଜର appeared first on Dharitri Odia News.

ଦଣ୍ଡନାଚ ପାଇଁ ଗଞ୍ଜାମ ଜିଲା ଉତ୍ସବମୁଖର, ଅଶ୍ଳିଳ ନୃତ୍ୟ ଉପରେ ପୋଲିସର କଡ଼ା ନଜର

ଭଞ୍ଜନଗର,୩୦ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଅଧିକାଂଶ ଦଣ୍ଡନାଚ ଉଠି ସାରିଲାଣି। ଆଉ କିଛି ଦଣ୍ଡନାଚ ୧ ତାରିଖ ସୁଧା ଉଠିବ। ବର୍ତ୍ତମାନ ଦଣ୍ଡନାଚ ପାଇଁ ଗଞ୍ଜାମ ଜିଲା ଉତ୍ସବମୁଖର ହୋଇପଡିଛି। ଜିଲାର ଦାଦନ ଶ୍ରମିକ ମାନେ ବର୍ତ୍ତମାନ ଦଣ୍ଡନାଚ ଦେଖିବା ପାଇଁ ଭିଟାମାଟିକୁ ଫେରିଛନ୍ତି।

ଦଣ୍ଡନାଚ ହେଉଛି ଗଞ୍ଜାମ ଜିଲାର ପ୍ରସିଦ୍ଧ ଆଧ୍ୟାତ୍ମିକ ନାଚ। ଦିନବେଳେ ଧୂଳି ଦଣ୍ଡ ଏବଂ ସନ୍ଧ୍ୟାରେ ପାଣି ଦଣ୍ଡ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମୁଛି। ଏଥିସହ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମେତ ଅନ୍ୟାନ୍ୟ ଆଧ୍ୟାତ୍ମିକ ନାଚ ହେଉଛି। ଅନ୍ୟପଟେ ଚଳିତ ବର୍ଷ ଦଣ୍ଡନାଚରେ ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ ବାରଣ କରାଯାଇଛି। ତେଣୁ ଦଣ୍ଡନାଚରେ ଅଶ୍ଳୀଳ ନୃତ୍ୟ ପ୍ରାୟ ହେଉନାହିଁ। ତଥାପି କେଉଁଠି ଅଶ୍ଳିଳ ନୃତ୍ୟ ହେବା ଆଶଙ୍କାରେ ଗଞ୍ଜାମ ପୋଲିସ ଦଣ୍ଡନାଚ ଉପରେ ନଜର ରଖିଛି।

ଅନ୍ୟପକ୍ଷରେ ଦଣ୍ଡନାଚ ସମୟରେ କିଛି ନୀତି ନିୟମ ପାଳନ କରିବା ପାଇଁ ଜିଲା ପ୍ରଶାସନ ଏବଂ ପୋଲିସ ପକ୍ଷରୁ ଦଣ୍ଡନାଚ କମିଟି ଗୁଡିକୁ ଅନୁରୋଧ କରାଯାଇଥିଲା। କିନ୍ତୁ କେତେକ ସ୍ଥାନରେ ନିୟମ ଉଲଂଘନ ହେବାରୁ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଥିବା ଜଣାପଡିଛି।

ଅପରପକ୍ଷେ ଭଞ୍ଜନଗର ଥାନା ଅଧିକାରୀ ଜିବନାନନ୍ଦ ଜେନା ମଧ୍ୟ ଭଞ୍ଜନଗର ଥାନା ଅଂଚଳରେ ଦଣ୍ଡନାଚର ରାତିରେ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ନଜର ରଖିଛନ୍ତି। ଯଦି କେଉଁଠି ବିଶୃଙ୍ଖଳା ନଜରକୁ ଆସିବ ତେବେ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯାନୁଷ୍ଠାନ ନେବାକୁ ପୋଲିସ ମାନସିକ ପ୍ରସ୍ତୁତ ହୋଇ ଥିବା ଜଣାପଡିଛି।

The post ଦଣ୍ଡନାଚ ପାଇଁ ଗଞ୍ଜାମ ଜିଲା ଉତ୍ସବମୁଖର, ଅଶ୍ଳିଳ ନୃତ୍ୟ ଉପରେ ପୋଲିସର କଡ଼ା ନଜର appeared first on Dharitri Odia News.