ଶାହରୁଖଙ୍କ ବଡ଼ ଉପଲବ୍ଧି: ଗୋଲ୍ଡ କଏନରେ ରହିଲା କିଙ୍ଗଖାନ୍‌ଙ୍କ ଫଟୋ

ମୁମ୍ବାଇ,୨୭।୭: ବଲିଉଡ ବାଦଶାହା ଶାହରୁଖ ଖାନ୍‌ଙ୍କୁ ମିଳିଛି ଆଉ ଏକ ବଡ଼ ଉପଲବ୍ଧି। ପୂର୍ବରୁ କୌଣସି କଳାକାର ହାସଲ କରି ନ ଥିବା ସମ୍ମାନର ହକ୍‌ଦାର ହୋଇଛନ୍ତି ଶାହରୁଖ। ଫ୍ରାନ୍ସ ରାଜଧାନୀ ପ୍ୟାରିସ୍‌ର ଗ୍ରେଭିନ ମ୍ୟୁଜିୟମ ଶାହରୁଖ ଖାନ୍‌ଙ୍କୁ ସମ୍ମାନିତ କରିଛି, ତାହା ପୁଣି ଗୋଲ୍ଡ କଏନ ସହ। ମ୍ୟୁଜିୟମ ଶାହରୁଖଙ୍କ ଉଦ୍ଦେଶ୍ୟରେ ଏକ ଗୋଲ୍ଡ କଏନ୍‌ ଜାରି କରିଛି, ଯେଉଁଥିରେ ତାଙ୍କ ନାମ ସହ ଏକ ଫଟୋ ମଧ୍ୟ ରହିଛି। ଏପରି ସମ୍ମାନର ହକ୍‌ଦାର ହେବାରେ […] The post ଶାହରୁଖଙ୍କ ବଡ଼ ଉପଲବ୍ଧି: ଗୋଲ୍ଡ କଏନରେ ରହିଲା କିଙ୍ଗଖାନ୍‌ଙ୍କ ଫଟୋ appeared first on Dharitri Odia News.

ଶାହରୁଖଙ୍କ ବଡ଼ ଉପଲବ୍ଧି: ଗୋଲ୍ଡ କଏନରେ ରହିଲା କିଙ୍ଗଖାନ୍‌ଙ୍କ ଫଟୋ

ମୁମ୍ବାଇ,୨୭।୭: ବଲିଉଡ ବାଦଶାହା ଶାହରୁଖ ଖାନ୍‌ଙ୍କୁ ମିଳିଛି ଆଉ ଏକ ବଡ଼ ଉପଲବ୍ଧି। ପୂର୍ବରୁ କୌଣସି କଳାକାର ହାସଲ କରି ନ ଥିବା ସମ୍ମାନର ହକ୍‌ଦାର ହୋଇଛନ୍ତି ଶାହରୁଖ। ଫ୍ରାନ୍ସ ରାଜଧାନୀ ପ୍ୟାରିସ୍‌ର ଗ୍ରେଭିନ ମ୍ୟୁଜିୟମ ଶାହରୁଖ ଖାନ୍‌ଙ୍କୁ ସମ୍ମାନିତ କରିଛି, ତାହା ପୁଣି ଗୋଲ୍ଡ କଏନ ସହ।
ମ୍ୟୁଜିୟମ ଶାହରୁଖଙ୍କ ଉଦ୍ଦେଶ୍ୟରେ ଏକ ଗୋଲ୍ଡ କଏନ୍‌ ଜାରି କରିଛି, ଯେଉଁଥିରେ ତାଙ୍କ ନାମ ସହ ଏକ ଫଟୋ ମଧ୍ୟ ରହିଛି। ଏପରି ସମ୍ମାନର ହକ୍‌ଦାର ହେବାରେ ଶାହରୁଖ ହେଉଛନ୍ତି ପ୍ରଥମ ଅଭିନେତା। ୨୦୨୩ରେ ତିନୋଟି ବ୍ୟାକ୍‌ ଟୁ ବ୍ୟାକ ହିଟ୍‌ ଫିଲ୍ମ ଭେଟି ଦେଇଥିଲେ କିଙ୍ଗ ଖାନ୍‌। ତାଙ୍କ ଅଭିନୀତ ‘ପଠାନ’, ‘ଯବାନ’ ଏବଂ ‘ଡଙ୍କି’ ବକ୍ସ ଅଫିସରେ ଧୁମ ମଚାଇଥିଲା। ଚଳିତବର୍ଷ ତାଙ୍କର କୌଣସି ସିନେମା ପରଦାକୁ ଆସି ନ ଥିଲେ ମଧ୍ୟ ବର୍ତ୍ତମାନ ସେ ‘କିଙ୍ଗ୍‌’ ସିନେମା ପାଇଁ ସୁହାନାଙ୍କ ସହ କାମ କରୁଛନ୍ତିି।

The post ଶାହରୁଖଙ୍କ ବଡ଼ ଉପଲବ୍ଧି: ଗୋଲ୍ଡ କଏନରେ ରହିଲା କିଙ୍ଗଖାନ୍‌ଙ୍କ ଫଟୋ appeared first on Dharitri Odia News.