ଗତ ୩ ବର୍ଷରେ ୭୬ ଲକ୍ଷ ଗ୍ରାହକ ହରାଇଲାଣି DTH ଇଣ୍ଡଷ୍ଟ୍ରୀ

ନୂଆଦିଲ୍ଲୀ: ଗତ ୩ ବର୍ଷରେ, ଡାଇରେକ୍ଟ ଟୁ ହୋମ ବ୍ରୋଡକାଷ୍ଟିଂ ଯଥା DTH ଇଣ୍ଡଷ୍ଟ୍ରୀ ୭୬ ଲକ୍ଷ ଗ୍ରାହକଙ୍କୁ ହରାଇଛି। ଟେଲିକମ୍ ନିୟାମକ ପ୍ରାଧିକରଣର ସଦ୍ୟତମ ତଥ୍ୟ ଅନୁଯାୟୀ, ୩୧ ମାର୍ଚ୍ଚ ୨୦୨୧ରେ ୬.୯୬ କୋଟି ଡିଟିଏଚ ଗ୍ରାହକ ଥିଲେ। ହେଲେ ୩୧ ମାର୍ଚ୍ଚ ୨୦୨୪ ସୁଦ୍ଧା ଏହା ୬.୨ କୋଟିକୁ ହ୍ରାସ ପାଇଛି। ୨୦୨୧ ମସିହା ଠାରୁ ଦେଶରେ ବର୍ଷକୁ ବର୍ଷ ୨୫ ଲକ୍ଷ ଡିଟିଏଚ୍ ଗ୍ରାହକ ହ୍ରାସ ପାଉଛନ୍ତି। ବଜାର ବିଶ୍ଳେଷକଙ୍କ ଅନୁଯାୟୀ, ଦେଶରେ ବୃଦ୍ଧି ପାଉଥିବା ବ୍ରଡ ବ୍ୟାଣ୍ଡ ସଂଯୋଗ ଏବଂ ଓଟିଟି ପ୍ଲାଟଫର୍ମ ପାଇଁ ଡିଟିଏଚ୍ ସଂଯୋଗ ହ୍ରାସ ପାଉଛି। ତା ସହିତ ତତ୍‌ସମ୍ପର୍କିତ ନିୟମାବଳି ଡିଟିଏଚ୍‌କୁ ବାଧା ପହଞ୍ଚାଉଛି। ଡିଟିଏଚ ଅପରେଟରମାନେ ନେଟଫ୍ଲିକ୍ସ ଏବଂ ଆମାଜନ ପ୍ରାଇମ ପରି ଷ୍ଟ୍ରିମିଂ ପ୍ଲାଟଫର୍ମଗୁଡ଼ିକୁ ନେଟୱାର୍କରେ ଯୋଡିବା ସତ୍ତ୍ୱେ ବି ଏହା ହ୍ରାସ ପାଉଛି।ଟାଟା ପ୍ଲେ, ଭାରତୀ ଏୟାରଟେଲର ମାଲିକାନାରେ ଥିବା ଭାରତୀ ଟେଲିମେଡିଆ, ଡିସ୍ ଟିଭି ଏବଂ ସନ୍ ଡାଇରେକ୍ଟର ମିଳିତ ଆୟ ୨୦୨୨-୨୩ ଆର୍ଥିକ ବର୍ଷରେ ୧୦% ହ୍ରାସ ହୋଇ ୧୧,୦୭୨ କୋଟିରେ ପହଞ୍ଚିଛି। ଟାଟା ପ୍ଲେ ୩୩ ପ୍ରତିଶତ ମାର୍କେଟ ଶେୟାର ସହିତ ୨.୨୬ କୋଟି ସବ୍ସକ୍ରାଇବର ସହ ଡିଟିଏଚ ମାର୍କେଟ୍‌ରେ ଏକ ନମ୍ବର ସ୍ଥାନରେ ରହିଛି।ଏହାପଛକୁ ଏୟାରଟେଲ୍(୨୮. ୪୫ % ମାର୍କେଟ ଶେୟାର /୧.୯୮ କୋଟି ସବ୍ସକ୍ରାଇବର), ଡିସ୍‌ ଟିଭି(୨୦.୬% ମାର୍କେଟ ଶେୟାର /୧. ୪୩ କୋଟି ସବ୍ସକ୍ରା

ଗତ ୩ ବର୍ଷରେ ୭୬ ଲକ୍ଷ ଗ୍ରାହକ ହରାଇଲାଣି DTH ଇଣ୍ଡଷ୍ଟ୍ରୀ

ନୂଆଦିଲ୍ଲୀ: ଗତ ୩ ବର୍ଷରେ, ଡାଇରେକ୍ଟ ଟୁ ହୋମ ବ୍ରୋଡକାଷ୍ଟିଂ ଯଥା DTH ଇଣ୍ଡଷ୍ଟ୍ରୀ ୭୬ ଲକ୍ଷ ଗ୍ରାହକଙ୍କୁ ହରାଇଛି। ଟେଲିକମ୍ ନିୟାମକ ପ୍ରାଧିକରଣର ସଦ୍ୟତମ ତଥ୍ୟ ଅନୁଯାୟୀ, ୩୧ ମାର୍ଚ୍ଚ ୨୦୨୧ରେ ୬.୯୬ କୋଟି ଡିଟିଏଚ ଗ୍ରାହକ ଥିଲେ। ହେଲେ ୩୧ ମାର୍ଚ୍ଚ ୨୦୨୪ ସୁଦ୍ଧା ଏହା ୬.୨ କୋଟିକୁ ହ୍ରାସ ପାଇଛି। ୨୦୨୧ ମସିହା ଠାରୁ ଦେଶରେ ବର୍ଷକୁ ବର୍ଷ ୨୫ ଲକ୍ଷ ଡିଟିଏଚ୍ ଗ୍ରାହକ ହ୍ରାସ ପାଉଛନ୍ତି। 

ବଜାର ବିଶ୍ଳେଷକଙ୍କ ଅନୁଯାୟୀ, ଦେଶରେ ବୃଦ୍ଧି ପାଉଥିବା ବ୍ରଡ ବ୍ୟାଣ୍ଡ ସଂଯୋଗ ଏବଂ ଓଟିଟି ପ୍ଲାଟଫର୍ମ ପାଇଁ ଡିଟିଏଚ୍ ସଂଯୋଗ ହ୍ରାସ ପାଉଛି। ତା ସହିତ ତତ୍‌ସମ୍ପର୍କିତ ନିୟମାବଳି ଡିଟିଏଚ୍‌କୁ ବାଧା ପହଞ୍ଚାଉଛି। ଡିଟିଏଚ ଅପରେଟରମାନେ ନେଟଫ୍ଲିକ୍ସ ଏବଂ ଆମାଜନ ପ୍ରାଇମ ପରି ଷ୍ଟ୍ରିମିଂ ପ୍ଲାଟଫର୍ମଗୁଡ଼ିକୁ ନେଟୱାର୍କରେ ଯୋଡିବା ସତ୍ତ୍ୱେ ବି ଏହା ହ୍ରାସ ପାଉଛି।

ଟାଟା ପ୍ଲେ, ଭାରତୀ ଏୟାରଟେଲର ମାଲିକାନାରେ ଥିବା ଭାରତୀ ଟେଲିମେଡିଆ, ଡିସ୍ ଟିଭି ଏବଂ ସନ୍ ଡାଇରେକ୍ଟର ମିଳିତ ଆୟ ୨୦୨୨-୨୩ ଆର୍ଥିକ ବର୍ଷରେ ୧୦% ହ୍ରାସ ହୋଇ ୧୧,୦୭୨ କୋଟିରେ ପହଞ୍ଚିଛି। ଟାଟା ପ୍ଲେ ୩୩ ପ୍ରତିଶତ ମାର୍କେଟ ଶେୟାର ସହିତ ୨.୨୬ କୋଟି ସବ୍ସକ୍ରାଇବର ସହ ଡିଟିଏଚ ମାର୍କେଟ୍‌ରେ ଏକ ନମ୍ବର ସ୍ଥାନରେ ରହିଛି।

ଏହାପଛକୁ ଏୟାରଟେଲ୍(୨୮. ୪୫ % ମାର୍କେଟ ଶେୟାର /୧.୯୮ କୋଟି ସବ୍ସକ୍ରାଇବର), ଡିସ୍‌ ଟିଭି(୨୦.୬% ମାର୍କେଟ ଶେୟାର /୧. ୪୩ କୋଟି ସବ୍ସକ୍ରାଇବର) ଓ ସନ ଡାଇରେକ୍ଟର(୧୮.୫୭% ମାର୍କେଟ ଶେୟାର /୧.୨୯ କୋଟି ସବ୍ସକ୍ରାଇବର) ରହିଛନ୍ତି।

ବଡ଼ ବଡ଼ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫ୍ରି ଷ୍ଟ୍ରିମିଂ ବି ଡିଟିଏଚ୍ କ୍ରେଜ୍ କମାଇଲା

ଗତ ୩ ବର୍ଷରେ ଇଣ୍ଟରନେଟ ୟୁଜରଙ୍କ ସଂଖ୍ୟା ୧୮.୭୬% ବୃଦ୍ଧି ପାଇ ୯୨.୪୦ କୋଟିରେ ପହଞ୍ଚି। ସେଥିମଧ୍ୟରୁ ମୋବାଇଲ୍ ୟୁଜରଙ୍କ ସଂଖ୍ୟା ୯୫.୭%। ୱାଇ-ଫାଇ, ୱାଇ-ମ୍ୟାକ୍ସ ପରି ଫିକ୍ସଡ ୱୟାରଲେସ ସବ୍ଲକ୍ରାଇବର ଗୋଟିଏ ବର୍ଷରେ ୪୦% ହ୍ରାସ କରିଛନ୍ତି। ଜୁନ୍ ୨୦୨୩ରେ ଏହି ସବ୍ସକ୍ରାଇବରଙ୍କ ସଂଖ୍ୟା ୯.୫ ଲକ୍ଷ ଥିଲା, ଯାହା ୩୧ ମାର୍ଚ୍ଚ ୨୦୨୪ରେ ୬.୭ ଲକ୍ଷକୁ ହ୍ରାସ ପାଇଥିଲା।

ଷ୍ଟ୍ରିମିଂ ପାଇଁ ମଧ୍ୟ ଡିଟିଏଚ୍‌ରେ ହ୍ରାସ ହୋଇଛି। ଗ୍ରାହକମାନଙ୍କୁ ସଂସ୍ଥା ସହିତ ଯୋଡ଼ି ରଖିବା ପାଇଁ DTH ପ୍ଲାଟଫର୍ମଗୁଡିକ ପ୍ରମୁଖ କ୍ରୀଡା ଇଭେଣ୍ଟଗୁଡିକ ପ୍ରସାରଣ କରନ୍ତି। ହେଲେ ମାଗଣା କ୍ରିକେଟ୍ ଷ୍ଟ୍ରିମିଂ ନୂଆ ଗ୍ରାହକଙ୍କୁ ଆକର୍ଷିତ କରିଛି। ଫଳରେ ଗ୍ରାହକ ଡିଟିଏଚ୍‌ ନ ଦେଖି ଏସବୁ ଦେଖିବା ଆରମ୍ଭ କରିଦେଲେ।

ନେଟଫ୍ଲିକ୍ସ ଏବଂ ପ୍ରାଇମ ଭିଡିଓ ପରି OTT ପ୍ଲାଟଫର୍ମରୁ କଡ଼ା ପ୍ରତିଯୋଗିତା ଯୋଦୁ ପ୍ରସାର ଭାରତୀ ମାଲିକାନାରେ ଥିବା DD ଫ୍ରି ଡିସ୍ ଗ୍ରାହକଙ୍କ ସଂଖ୍ୟା ଦ୍ରୁତ ଗତିରେ କମୁଛି। 

ବ୍ରଡବ୍ୟାଣ୍ଡ ବଜାରରେ ରିଲାଏନ୍ସ ଜିଓର ଅଧାରୁ ଅଧିକ ଶେୟାର

ରିଲାଏନ୍ସ ଜିଓ ୫୨.୦୪% ୪୮.୬୬ କୋଟି।
ଏୟାରଟେଲ ୨୯.୭୪% ୨୭.୮୧ କୋଟି।
ଭୋଡାଫୋନ୍ ଆଇଡିଆ ୧୩.୬୧% ୦.୭୩ କୋଟି।
BSNL ୦୨.୭୩% ୦.୫୫ କୋଟି।
ଏଟ୍ରିଆ କନଭର୍ଜେନ୍ସ ୦.୨୪% ୦.୨୩ କୋଟି।

ଶସ୍ତା ଯୋଗୁ ଡିଟିଏଚ୍ ଦେଖିବେ ଲୋକେ

ମାର୍କେଟ ରିସର୍ଚ୍ଚ ଫାର୍ମ ଇୱାଇ, ଟିଏମଟି ନେତା ପ୍ରଶାନ୍ତ ସିଙ୍ଗଲ କହିଛନ୍ତି ଯେ ଟିୟର -୧ ଏବଂ ଟିୟର-୨ ସହରର ଅଧିକାଂଶ ଘରେ ହୋମ ବ୍ରଡବ୍ୟାଣ୍ଡ ଏକ ଅତ୍ୟାବଶ୍ୟକ ସୁବିଧା ହୋଇପାରିଛି। ଇଣ୍ଟରନେଟ୍ ସହିତ OTT ଚ୍ୟାନେଲଗୁଡିକର ମିଶ୍ରଣ, ଅନେକ ସାଟେଲାଇଟ୍ ଚ୍ୟାନେଲର ସୁବିଧା ମିଳୁଥିବାରୁ ବର୍ତ୍ତମାନ DTH ପରିବର୍ତ୍ତେ ହୋମ ବ୍ରଡବ୍ୟାଣ୍ଡରେ ଓଟିଟି ପ୍ୟାକ୍ କୁ ଅପଗ୍ରେଡ୍ କରୁଛନ୍ତି। ଯେହେତୁ ଏହା ଶସ୍ତା ରହିଛି ତେଣୁ ଏହାର ଚାହିଦା ଆଗକୁ ମଧ୍ୟ ରହିବ ବୋଲି ଏକ୍ସପର୍ଟ କହୁଛନ୍ତି।

କୋଆନ୍ ଆଡଭାଇଜରୀର ଭିଭାନ୍ ଶାହା କହିଛନ୍ତି ଯେ ଟେଲିକମ୍ ବିଭାଗର ଜଟିଳ ଆର୍ଥିକ ନିୟମାବଳୀ DTH ଶିଳ୍ପକୁ କ୍ଷତି ପହଞ୍ଚାଉଛି। DTH କମ୍ପାନୀଗୁଡିକ କ୍ରମାଗତ ଭାବରେ ଦୁଇଟି ଦାବି କରୁଛନ୍ତି। ସେମାନେ ଚାହୁଁଛନ୍ତି ଯେ ନିୟାମକ DTH ସେବାରେ ୮% ଲାଇସେନ୍ସ ଶୁଳ୍କ ବନ୍ଦ କରନ୍ତୁ। ଦ୍ୱିତୀୟତଃ TV ଚ୍ୟାନେଲ୍‌ଗୁଡ଼ିକ ପାଇଁ ଟାରିଫ ଦର ଉପରେ ସମ୍ପୂର୍ଣ୍ଣ ରୋକ ଲଗାଇବାକୁ ଚାହୁଁଛନ୍ତି।