CHSE ରେକର୍ଡ ସପ୍ଲାୟରଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର୨୯ା୮: ସିଏଚ୍‌ଏସ୍‌ଇ ରେକର୍ଡ ସପ୍ଲାୟର୍‌ ପୁରେନ୍ଦ୍ର ସେଠୀଙ୍କୁ ଗୁରୁବାର ଗିରଫ କରିଛି ଭିଜିଲାନ୍ସ ବିଭାଗ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ପୁରେନ୍ଦ୍ରଙ୍କ ଘରୁ ୧୬ଟି ବେନାମୀ ପ୍ଲଟ୍‌ର ପଟ୍ଟା ମିଳିଥିବା ବେଳେ ଅନ୍ୟ ନାଁରେ ଜମି କିଣିଥିବା ସନ୍ଦେହ କରାଯାଉଛି। ଏନେଇ ତଦନ୍ତ ଜାରି ରହିଛି। ଭୁବନେଶ୍ୱରରେ ୧୦ ହଜାର ବର୍ଗଫୁଟ୍‌ରେ ୪ ମହଲା କୋଠା ମିଳିଛି। ୧୬ ଲକ୍ଷ ଜମା, ୧.୭ ଲକ୍ଷ କ୍ୟାଶ୍‌, ୨ଟି କାର୍‌ ଓ […] The post CHSE ରେକର୍ଡ ସପ୍ଲାୟରଙ୍କୁ ବାନ୍ଧିଲା ଭିଜିଲାନ୍ସ appeared first on Dharitri Odia News.

CHSE ରେକର୍ଡ ସପ୍ଲାୟରଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର୨୯ା୮: ସିଏଚ୍‌ଏସ୍‌ଇ ରେକର୍ଡ ସପ୍ଲାୟର୍‌ ପୁରେନ୍ଦ୍ର ସେଠୀଙ୍କୁ ଗୁରୁବାର ଗିରଫ କରିଛି ଭିଜିଲାନ୍ସ ବିଭାଗ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ପୁରେନ୍ଦ୍ରଙ୍କ ଘରୁ ୧୬ଟି ବେନାମୀ ପ୍ଲଟ୍‌ର ପଟ୍ଟା ମିଳିଥିବା ବେଳେ ଅନ୍ୟ ନାଁରେ ଜମି କିଣିଥିବା ସନ୍ଦେହ କରାଯାଉଛି। ଏନେଇ ତଦନ୍ତ ଜାରି ରହିଛି। ଭୁବନେଶ୍ୱରରେ ୧୦ ହଜାର ବର୍ଗଫୁଟ୍‌ରେ ୪ ମହଲା କୋଠା ମିଳିଛି। ୧୬ ଲକ୍ଷ ଜମା, ୧.୭ ଲକ୍ଷ କ୍ୟାଶ୍‌, ୨ଟି କାର୍‌ ଓ ୫ଟି ବାଇକ୍‌ ମିଳିଛି।
ସୂଚନାଯୋଗ୍ୟ, ସିଏଚ୍‌ଏସ୍‌ଇ ଅଧିକାରୀଙ୍କ ଘରେ ବୁଧବାର ଭିଜିଲାନ୍ସ ରେଡ୍‌ ହୋଇଥିଲା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ରେଡ୍‌ ହୋଇଥିଲା। ପୁରେନ୍ଦ୍ରଙ୍କ ଭୁବନେଶ୍ବରରେ ୨ଟି, ଜଗତସିଂହପୁର ପୈତୃକ ଘରେ ରେଡ୍‌ କରାଯାଇଥିଲା। ଭୁବନେଶ୍ୱରର କାନନ ବିହାରସ୍ଥିତ ୪ ମହଲା ଘର ସହ ସାମନ୍ତରାପୁର ଅଫିସ୍‌ରେ ମଧ୍ୟ ରେଡ୍‌ ଚାଲିଥିଲା। ସେହିପରି ଜଗତସିଂହପୁରରେ କେଉପଡା ସ୍ଥିତ ତାଙ୍କ ପୈତୃକ ଘରେ ମଧ୍ୟ ରେଡ୍‌ କରାଯାଇଥିଲା।  ଏହି ରେଡ୍‌ରେ ୩ ଡିଏସ୍‌ପି, ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ୫ ଏଏସ୍‌ଆଇ ସାମିଲ ଥିଲେ।

The post CHSE ରେକର୍ଡ ସପ୍ଲାୟରଙ୍କୁ ବାନ୍ଧିଲା ଭିଜିଲାନ୍ସ appeared first on Dharitri Odia News.