କାର୍‌ରେ ଯାଉଥିଲେ ସ୍ତ୍ରୀ -ସ୍ବାମୀ: ଟ୍ରକ୍‌ ସହ ହେଲା ଧକ୍କା

ଗଞ୍ଜାମ,୨୯ା୫(ବିଦ୍ୟାଧର ସାହୁ): ଗଞ୍ଜାମ ଥାନା ଅନ୍ତର୍ଗତ ଲକ୍ଷ୍ମୀପୁର ନିକଟ ଓଭର୍‌ ବ୍ରିଜଠାରେ ଏକ ଟ୍ରକ୍‌କୁ କାର ପିଟଛି। ଏଥିରେ ୨ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣକର ଅବସ୍ଥା ଗୁରୁତର ରହିଛି। ବାଲୁଗାଁରୁ ଆସୁଥିବା କାର୍‌ରେ ସ୍ବାମୀ ସ୍ତ୍ରୀ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ଲକ୍ଷ୍ମୀପୁର ଓଭର ବ୍ରିଜ୍‌ଠାରେ ଟ୍ରକ୍‌କୁ କାର୍‌ଟି ପଛପଟୁ ଧକ୍କା ଦେଇଥିଲା। ଫଳରେ କାର୍‌ରେ ବସିଥିବା ମହିଳାଙ୍କୁ ଆଘାତ ଲାଗିଥିବାରୁ ସ୍ଥାନୀୟ ଲୋକଙ୍କ ସହଯୋଗରେ ଏକ ସ୍କର୍ପିଓକୁ ଅଟକାଇ ବ୍ରହ୍ମପୁର ମେଡ଼ିକାଲକୁ ପଠାଇଥିଲେ। […] The post କାର୍‌ରେ ଯାଉଥିଲେ ସ୍ତ୍ରୀ -ସ୍ବାମୀ: ଟ୍ରକ୍‌ ସହ ହେଲା ଧକ୍କା appeared first on Dharitri Odia News.

କାର୍‌ରେ ଯାଉଥିଲେ ସ୍ତ୍ରୀ -ସ୍ବାମୀ: ଟ୍ରକ୍‌ ସହ ହେଲା ଧକ୍କା

ଗଞ୍ଜାମ,୨୯ା୫(ବିଦ୍ୟାଧର ସାହୁ): ଗଞ୍ଜାମ ଥାନା ଅନ୍ତର୍ଗତ ଲକ୍ଷ୍ମୀପୁର ନିକଟ ଓଭର୍‌ ବ୍ରିଜଠାରେ ଏକ ଟ୍ରକ୍‌କୁ କାର ପିଟଛି। ଏଥିରେ ୨ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣକର ଅବସ୍ଥା ଗୁରୁତର ରହିଛି। ବାଲୁଗାଁରୁ ଆସୁଥିବା କାର୍‌ରେ ସ୍ବାମୀ ସ୍ତ୍ରୀ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ଲକ୍ଷ୍ମୀପୁର ଓଭର ବ୍ରିଜ୍‌ଠାରେ ଟ୍ରକ୍‌କୁ କାର୍‌ଟି ପଛପଟୁ ଧକ୍କା ଦେଇଥିଲା। ଫଳରେ କାର୍‌ରେ ବସିଥିବା ମହିଳାଙ୍କୁ ଆଘାତ ଲାଗିଥିବାରୁ ସ୍ଥାନୀୟ ଲୋକଙ୍କ ସହଯୋଗରେ ଏକ ସ୍କର୍ପିଓକୁ ଅଟକାଇ ବ୍ରହ୍ମପୁର ମେଡ଼ିକାଲକୁ ପଠାଇଥିଲେ। ଖବର ପାଇ ଗଞ୍ଜାମ ଥାନା ଏସ୍‌ଆଇ ଅନିରୁଦ୍ଧ ସ୍ବାଇଁ ଘଟଣା ସ୍ଥଳରେ ପହଞ୍ଚି ଜେସିିବି ସାହାୟତାରେ କାରକୁ ବାହାର କରି ରାସ୍ତାରୁ ହଟାଇଥିଲେ। ଖବର ଲେଖା ହେବା ସୁଦ୍ଧା ଦୁର୍ଘଟଣା ଘଟିଥିବା ସ୍ବାମୀ ସ୍ତ୍ରୀଙ୍କ ପରିଚୟ ମିଳିନାହିଁ। ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

The post କାର୍‌ରେ ଯାଉଥିଲେ ସ୍ତ୍ରୀ -ସ୍ବାମୀ: ଟ୍ରକ୍‌ ସହ ହେଲା ଧକ୍କା appeared first on Dharitri Odia News.