ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରମାଣୁ କେନ୍ଦ୍ର ତାଲିକା ଆଦାନ-ପ୍ରଦାନ
ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବୁଧବାର ପରମାଣୁ କେନ୍ଦ୍ରର ତାଲିକା ଆଦାନ-ପ୍ରଦାନ ହୋଇଛି । ଏହି ଆଦାନ-ପ୍ରଦାନ ଦୁଇ ଦେଶ ମଧ୍ୟରେ ଥିବା ଏକ ବୁଝାମଣା ଅନୁଯାୟୀ କରାଯାଇଛି। ଏହି ବୁଝାମଣାର ଉଦ୍ଦେଶ୍ୟ ହେଉଛି ଦୁଇ ଦେଶ ଯେପରି ପରସ୍ପରର ପରମାଣୁ ଠିକଣା ଉପରେ ଆକ୍ରମଣ ନକରିବେ। ପ୍ରାୟ ତିନି ଦଶନ୍ଧି ଧରି ଏହି ପରମ୍ପରା ଚାଲିଆସୁଥିବାବେଳେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହି ତାଲିକାର ଆଦାନ ପ୍ରଦାନ ପ୍ରତିବର୍ଷ ଜାନୁଆରୀରେ ହୋଇଥାଏ। ଦୁଇ ଦେଶ ପରସ୍ପରକୁ ସେମାନଙ୍କର ପରମାଣୁ ଠିକଣା ତାଲିକା ଦେଇଥାନ୍ତି। ବୁଝାମଣାର ଇତିହାସଏହି ବୁଝାମଣା ଉପରେ ୧୯୮୮ ଡିସେମ୍ବର ୩୧ରେ ଉଭୟ ଦେଶ ହସ୍ତାକ୍ଷର କରିଥିଲେ। ୧୯୯୧ ଜାନୁଆରୀ ୨୭ରେ ଏହାକୁ ଲାଗୁ କରାଯାଇଥିଲା। ବୁଝାମଣାର ଉଦ୍ଦେଶ୍ୟ ଦୁଇ ଦେଶ ମଧ୍ୟରେ ପରମାଣୁ ପ୍ରତିଷ୍ଠାନର ସୁରକ୍ଷା ସୁନିଶ୍ଚିତ କରିବା । ଯାହାଦ୍ବାରା ପରମାଣୁ ଯୁଦ୍ଧ କିମ୍ବା ଆକ୍ରମଣ ସମ୍ଭାବନାକୁ କମ୍ କରାଯାଇପାରିବ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହା ୩୪ ତମ ତାଲିକାର ଆଦାନ-ପ୍ରଦାନ। ୧୯୯୨ରୁ ଏହି ଆଦାନ-ପ୍ରଦାନ ଜାରି ରହିଛି।ତେବେ କାଶ୍ମୀରକୁ ନେଇ ବିବାଦ ଏବଂ ସୀମା ପାର୍ ଆତଙ୍କବାଦ ଭଳି ପ୍ରସଙ୍ଗକୁ ନେଇ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଉତ୍ତେଜନାପୂର୍ଣ୍ଣ ରହିଥିବା ସମୟରେବି ଏହି ଆଦାନ-ପ୍ରଦାନ ଦୁଇ ଦେଶର ବୁଝାମଣା ପ୍ରତି ଥିବା ପ୍ରତିବଦ୍ଧତାକୁ ଦର୍ଶାଉଛି।ଏହା ବାଦ୍ ଭାରତ ଏବଂ ପାକିସ୍ତାନ ପରସ୍ପ
ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବୁଧବାର ପରମାଣୁ କେନ୍ଦ୍ରର ତାଲିକା ଆଦାନ-ପ୍ରଦାନ ହୋଇଛି । ଏହି ଆଦାନ-ପ୍ରଦାନ ଦୁଇ ଦେଶ ମଧ୍ୟରେ ଥିବା ଏକ ବୁଝାମଣା ଅନୁଯାୟୀ କରାଯାଇଛି। ଏହି ବୁଝାମଣାର ଉଦ୍ଦେଶ୍ୟ ହେଉଛି ଦୁଇ ଦେଶ ଯେପରି ପରସ୍ପରର ପରମାଣୁ ଠିକଣା ଉପରେ ଆକ୍ରମଣ ନକରିବେ।
ପ୍ରାୟ ତିନି ଦଶନ୍ଧି ଧରି ଏହି ପରମ୍ପରା ଚାଲିଆସୁଥିବାବେଳେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହି ତାଲିକାର ଆଦାନ ପ୍ରଦାନ ପ୍ରତିବର୍ଷ ଜାନୁଆରୀରେ ହୋଇଥାଏ। ଦୁଇ ଦେଶ ପରସ୍ପରକୁ ସେମାନଙ୍କର ପରମାଣୁ ଠିକଣା ତାଲିକା ଦେଇଥାନ୍ତି।
ବୁଝାମଣାର ଇତିହାସ
ଏହି ବୁଝାମଣା ଉପରେ ୧୯୮୮ ଡିସେମ୍ବର ୩୧ରେ ଉଭୟ ଦେଶ ହସ୍ତାକ୍ଷର କରିଥିଲେ। ୧୯୯୧ ଜାନୁଆରୀ ୨୭ରେ ଏହାକୁ ଲାଗୁ କରାଯାଇଥିଲା। ବୁଝାମଣାର ଉଦ୍ଦେଶ୍ୟ ଦୁଇ ଦେଶ ମଧ୍ୟରେ ପରମାଣୁ ପ୍ରତିଷ୍ଠାନର ସୁରକ୍ଷା ସୁନିଶ୍ଚିତ କରିବା । ଯାହାଦ୍ବାରା ପରମାଣୁ ଯୁଦ୍ଧ କିମ୍ବା ଆକ୍ରମଣ ସମ୍ଭାବନାକୁ କମ୍ କରାଯାଇପାରିବ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହା ୩୪ ତମ ତାଲିକାର ଆଦାନ-ପ୍ରଦାନ। ୧୯୯୨ରୁ ଏହି ଆଦାନ-ପ୍ରଦାନ ଜାରି ରହିଛି।
ତେବେ କାଶ୍ମୀରକୁ ନେଇ ବିବାଦ ଏବଂ ସୀମା ପାର୍ ଆତଙ୍କବାଦ ଭଳି ପ୍ରସଙ୍ଗକୁ ନେଇ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଉତ୍ତେଜନାପୂର୍ଣ୍ଣ ରହିଥିବା ସମୟରେବି ଏହି ଆଦାନ-ପ୍ରଦାନ ଦୁଇ ଦେଶର ବୁଝାମଣା ପ୍ରତି ଥିବା ପ୍ରତିବଦ୍ଧତାକୁ ଦର୍ଶାଉଛି।
ଏହା ବାଦ୍ ଭାରତ ଏବଂ ପାକିସ୍ତାନ ପରସ୍ପର କବ୍ଜାରେ ଥିବା ନାଗରିକ କଏଦୀ ଏବଂ ମତ୍ସ୍ୟଜୀବୀଙ୍କ ତାଲିକାର ମଧ୍ୟ ଆଦାନ-ପ୍ରଦାନ କରିଛନ୍ତି। ଭାରତ ୩୮୧ ନାଗରିକ କଏଦୀ ଏବଂ ୮୧ ମତ୍ସ୍ୟଜୀବୀଙ୍କ ତାଲିକା ପାକିସ୍ତାନକୁ ଦେଇଛି। ଏମାନେ ହୁଏତ ପାକିସ୍ତାନୀ କିମ୍ବା ଏମାନେ ପାକିସ୍ତାନୀ ସନ୍ଦେହ କରାଯାଉଛି। ସେହିଭଳି ପାକିସ୍ତାନ ୪୯ ନାଗରିକ କଏଦୀ ଏବଂ ୨୧୭ ମତ୍ସ୍ୟଜୀବୀଙ୍କ ନାଁ ଦେଇଛି।
ଏହା ସହ ବିଦେଶ ମନ୍ତ୍ରାଳୟ ପାକିସ୍ତାନକୁ ଏହି ନାଗରିକ କଏଦୀ, ମତ୍ସ୍ୟଜୀବୀ ଏବଂ ନିଖୋଜ ଭାରତୀୟ ସୈନିକଙ୍କୁ ଛାଡ଼ିବା ପାଇଁ କହିଛି। ଏହା ସହ ଭାରତ ୧୮୩ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଏବଂ ନାଗରିକ କଏଦୀଙ୍କୁ ଶୀଘ୍ର ଛାଡ଼ିବାକୁ କହିଛି, ଯେଉଁମାନେ ନିଜ ସଜା ପୂରା କରିସାରିଛନ୍ତି। ଆହୁରି ମଧ୍ୟ ଭାରତ, ପାକିସ୍ତାନକୁ ଜେଲରେ ଥିବା ୧୮ ଭାରତୀୟ ନାଗରିକଙ୍କୁ କନ୍ସୁଲାର ପ୍ରଦାନ କରିବାକୁ ମଧ୍ୟ କହିଛି।