ଲଗାଣ ବର୍ଷାରେ ଭାଙ୍ଗିଲା ବ୍ରିଜ, ଭାସିଗଲା ଜେସିବି ସହ ରୋଲର
ଚିତ୍ରକୋଣ୍ଡା ୦୯/୦୯: ଲଗାଣ ବର୍ଷାରେ ଭାଙ୍ଗିଲା ପିଲିଗଡ଼ା ଠାରେ ଥିବା ବ୍ରିଜ । ଓଡ଼ିଶାରୁ ଆନ୍ଧ୍ରକୁ ଯୋଗାଯୋଗ କରୁଥିବା ପିଲିଗଡା ଠାରେ ଥିବା ବ୍ରିଜର ଗୋଟିଏ ପାର୍ଶ୍ଵ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ରବିବାର ରାତିରୁ ବ୍ରିଜ ଉପରେ ତିନି ଫୁଟ ଉଚ୍ଚର ପାଣି ଚାଲିଛି । ପ୍ରବଳ ପାଣିରେ ପ୍ରାୟ ଦୁଇଶହ ମିଟର ରାସ୍ତା ସମ୍ପୂର୍ଣ୍ଣ ରୂପେ ଧୋଇ ଯାଇଛି । ପାର୍ଶ୍ୱରେ ନୂତନ ବ୍ରିଜ ନିର୍ମାଣ କରୁଥିବା ଠିକା ସଂସ୍ତାର ଏକ ଜେସିବି, ରୋଡ଼ ରୋଲର ଭାସି ଯାଇଛି । ସୂଚନା ଥାଉକି, ଗତ ଦୁଇଦିନ ଧରି ସାରା ରାଜ୍ୟରେ ଲାଗିରହିଛି ଲଗାଣ ବର୍ଷା । ଲଗାଣ ବର୍ଷ ହେତୁ ବିଭିନ୍ନ ସ୍ଥାନରେ ନଦୀର ଜଳସ୍ତର ବୃଦ୍ଧିପାଇଛି । ଏମିତିକି ବିଭିନ୍ନ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ଏଥିରୁ ବାଦ୍ ପଡିନି ମାଲକାନଗିରିର ଚିତ୍ରକୋଣ୍ଡା । ଏଠାକାର ସ୍ଥିତି ସଂଗୀନ ହୋଇପଡିଛି ।
ଚିତ୍ରକୋଣ୍ଡା ୦୯/୦୯: ଲଗାଣ ବର୍ଷାରେ ଭାଙ୍ଗିଲା ପିଲିଗଡ଼ା ଠାରେ ଥିବା ବ୍ରିଜ । ଓଡ଼ିଶାରୁ ଆନ୍ଧ୍ରକୁ ଯୋଗାଯୋଗ କରୁଥିବା ପିଲିଗଡା ଠାରେ ଥିବା ବ୍ରିଜର ଗୋଟିଏ ପାର୍ଶ୍ଵ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି ।
ରବିବାର ରାତିରୁ ବ୍ରିଜ ଉପରେ ତିନି ଫୁଟ ଉଚ୍ଚର ପାଣି ଚାଲିଛି । ପ୍ରବଳ ପାଣିରେ ପ୍ରାୟ ଦୁଇଶହ ମିଟର ରାସ୍ତା ସମ୍ପୂର୍ଣ୍ଣ ରୂପେ ଧୋଇ ଯାଇଛି । ପାର୍ଶ୍ୱରେ ନୂତନ ବ୍ରିଜ ନିର୍ମାଣ କରୁଥିବା ଠିକା ସଂସ୍ତାର ଏକ ଜେସିବି, ରୋଡ଼ ରୋଲର ଭାସି ଯାଇଛି ।
ସୂଚନା ଥାଉକି, ଗତ ଦୁଇଦିନ ଧରି ସାରା ରାଜ୍ୟରେ ଲାଗିରହିଛି ଲଗାଣ ବର୍ଷା । ଲଗାଣ ବର୍ଷ ହେତୁ ବିଭିନ୍ନ ସ୍ଥାନରେ ନଦୀର ଜଳସ୍ତର ବୃଦ୍ଧିପାଇଛି । ଏମିତିକି ବିଭିନ୍ନ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ଏଥିରୁ ବାଦ୍ ପଡିନି ମାଲକାନଗିରିର ଚିତ୍ରକୋଣ୍ଡା । ଏଠାକାର ସ୍ଥିତି ସଂଗୀନ ହୋଇପଡିଛି ।